Categories: ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍‌…

ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଖାର୍ଗେଙ୍କ ବିବାଦୀୟ ଟିପ୍ପଣୀକୁ ସେ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସର ଅଧ୍ୟକ୍ଷ ମୋଦିଙ୍କୁ କ୍ଷମା ମାଗିବା ଉଚିତ। ନଚେତ୍‌ ଦେଶବାସୀ ତାଙ୍କୁ କ୍ଷମା କରିବେ ନାହିଁ।
ଏଥିସହ ସିନ୍ଧିଆ କଂଗ୍ରେସକୁ ନକରାତ୍ମକ ଦଳ ବୋଲି କହି ଆକ୍ଷେପ କରିଛନ୍ତି। କଂଗ୍ରେସ ମୋଦିଙ୍କୁ ଅପମାନଜନକ ଶଦ୍ଦ କହି ନିଜର ସଂଜ୍ଞା ସ୍ଥିର କରିସାରିଛି। ଖାର୍ଗେ ନିଜ ଅଶ୍ଲୀଳ ଟିପ୍ପଣୀ ଦେଇ ଏହାକୁ ପ୍ରତିପାଦନ କରିଛନ୍ତି ବୋଲି ସେ କହିଛନ୍ତି।

Share