Posted inଖେଳ

ଡାକ୍ତର ହେବାକୁ ଚାହୁଁଥିଲେ ଜ୍ୟୋତିକା

ଭୁବନେଶ୍ୱର,୧୪ା୫: ଭାରତରେ ପାଠ ପଢ଼ିବା ପାଇଁ ସାଧାରଣତଃ ସମସ୍ତ ମାତା ପିତା ନିଜ ପିଲାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଆଥ୍‌ଲେଟ ଜ୍ୟୋତିକା ଶ୍ରୀ ଦାଣ୍ଡିଙ୍କ କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ପାଠପଢ଼ାରେ ବେଶ୍‌ ଆଗୁଆ ରହିଥିଲେ ମଧ୍ୟ ପିତାଙ୍କ ସ୍ବପ୍ନ ପୂରଣ ପାଇଁ ଆଥ୍‌ଲେଟିକ୍ସକୁ ଆପଣେଇଥିଲେ ଜ୍ୟୋତିକା। ବର୍ତ୍ତମାନ ସେ ଭାରତୀୟ ୪x୪୦୦ ମିଟର ରିଲେ ଦଳର ସଦସ୍ୟ ଭାବରେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ପିତାଙ୍କ ସ୍ବପ୍ନ ପୂରଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାନୁକୁରେ ଜ୍ୟୋତିକାଙ୍କ ଜନ୍ମ। ସ୍ଥାନୀୟ ମଣ୍ଟେସୋରୀ ସ୍କୁଲରେ ଦଶମ ଶ୍ରେଣୀରେ ୯୭ ପ୍ରତିଶତ ମାର୍କ ରଖିଥିବା ଜ୍ୟୋତିକା ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ। ମାତ୍ର ପିତାଙ୍କ ଇଚ୍ଛା କିଛି ଅଲଗା ରହିଥିଲା। ଜ୍ୟୋତିକାଙ୍କୁ ଜଣେ ଆଥ୍‌ଲେଟ ଭାବେ ଅଲିମ୍ପିକ୍ସରେ ଦେଖିବା ତାଙ୍କର ସ୍ବପ୍ନ ରହିଥିଲା। ପିତା ଶ୍ରୀନିବାସ ରାଓଙ୍କ ସ୍ବପ୍ନ ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବାକୁ ଯାଉଛି। ଭାରତୀୟ ୪x୪୦୦ ମିଟର ମହିଳା ରିଲେ ଦଳର ସଦସ୍ୟ ଭାବରେ ସେ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶ୍ରୀନିବାସ ଯୁବାବସ୍ଥାରେ ବଡିବିଲ୍ଡିଂ କରୁଥିଲେ। ତେବେ ପରିବାରର ସମର୍ଥନ ନ ମିଳିବାରୁ ତାଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ବ୍ୟବସାୟ କରୁଥିବା ବେଳେ ଜ୍ୟୋତିକାଙ୍କ ପାଇଁ ରାସ୍ତା ସୁଗମ ହୋଇପାରିଛି। ୨୩ ବର୍ଷୀୟା ଜ୍ୟୋତିକା ୨୦୧୭ ଯାଏ କ୍ରୀଡ଼ା ପ୍ରତି ଆଗ୍ରହୀ ନ ଥିଲେ। ଦେଶ ପାଇଁ ଝିଅକୁ ସଫଳତା ହାସଲ କରିବା ପାଇଁ ବାପା ଦେଖିଥିବା ସ୍ବପ୍ନ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲା। ୨୦୨୦ ପରଠାରୁ ଆଥଲେଟିକ୍ସକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ।
ପ୍ରଥମେ ସ୍କୁଲ ଓ କଲେଜରେ ୨୦୦ ମିଟର ଓ ୪୦୦ ମିଟରରେ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ ଜ୍ୟୋତିକା। ଭଲ ପ୍ରଦର୍ଶନ କରିବା ପରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ ପିତା। ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲର ପିଇଟି ଶିକ୍ଷକଙ୍କୁ ଭେଟି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ପରେ ଜ୍ୟୋତିକା ବିଭିନ୍ନ ଜିଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୦୧୪-୨୧ ମଧ୍ୟରେ ଜ୍ୟୋତିକା ବିଜୟଓ୍ବାଡାସ୍ଥିତ ସାଇ କ୍ୟାମ୍ପରେ ବିନାୟକ ପ୍ରସାଦଙ୍କ ଅଧୀନରେ ଅଭ୍ୟାସ କରିଥିଲେ। ପରେ ୨୦୨୧ରେ ହାଇଦ୍ରାବାଦରେ ଭାରତୀୟ ଜୁନିୟର ଦଳର କୋଚ୍‌ ରମେଶ ନାଗପୁରୀଙ୍କ ଅଧୀନରେ ଏକ ବର୍ଷ ଅଭ୍ୟାସ ପରେ ସେ ସମୟରେ ନିଜର ଶ୍ରେଷ୍ଠ ଟାଇମିଂ ୫୩.୦୫ ସେକେଣ୍ଡ ହାସଲ କରିଥିଲେ। ୨୦୧୭ରେ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ଜ୍ୟୋତିକା ଜାତୀୟ ଟାଇଟଲ ହାସଲ କରିଥିବା ବେଳେ ୨୦୨୧ରେ ପ୍ରଥମ ସିନିୟର ଟାଇଟଲ ହାସଲ କରିଥିଲେ। ଭାରତୀୟ ଆଥ୍‌ଲେଟ ମାନେ ୨୦୨୮ ଅଲିମ୍ପିକ୍ସ ପଦକ ପାଇଁ ସ୍ବପ୍ନ ଦେଖିବା ଉଚିତ ବୋଲି କହିଛନ୍ତି ଜ୍ୟୋତିକା। ଭାରତୀୟ ଦଳର ବର୍ତ୍ତମାନ ଟାଇମିଂ ଅନୁସାରେ ପ୍ୟାରିସ୍‌ରେ ପଦକ ଜିତିବା କଷ୍ଟସାଧ୍ୟ, ମାତ୍ର କଠିନ ପରିଶ୍ରମ କଲେ ୨୦୨୮ରେ ଆମେ ସଫଳ ହୋଇପାରିବା ବୋଲି କହିଛନ୍ତି ଜ୍ୟୋତିକା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri