Posted inଖେଳ

ଡାକ୍ତର ହେବାକୁ ଚାହୁଁଥିଲେ ଜ୍ୟୋତିକା

ଭୁବନେଶ୍ୱର,୧୪ା୫: ଭାରତରେ ପାଠ ପଢ଼ିବା ପାଇଁ ସାଧାରଣତଃ ସମସ୍ତ ମାତା ପିତା ନିଜ ପିଲାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଆଥ୍‌ଲେଟ ଜ୍ୟୋତିକା ଶ୍ରୀ ଦାଣ୍ଡିଙ୍କ କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ପାଠପଢ଼ାରେ ବେଶ୍‌ ଆଗୁଆ ରହିଥିଲେ ମଧ୍ୟ ପିତାଙ୍କ ସ୍ବପ୍ନ ପୂରଣ ପାଇଁ ଆଥ୍‌ଲେଟିକ୍ସକୁ ଆପଣେଇଥିଲେ ଜ୍ୟୋତିକା। ବର୍ତ୍ତମାନ ସେ ଭାରତୀୟ ୪x୪୦୦ ମିଟର ରିଲେ ଦଳର ସଦସ୍ୟ ଭାବରେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ପିତାଙ୍କ ସ୍ବପ୍ନ ପୂରଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାନୁକୁରେ ଜ୍ୟୋତିକାଙ୍କ ଜନ୍ମ। ସ୍ଥାନୀୟ ମଣ୍ଟେସୋରୀ ସ୍କୁଲରେ ଦଶମ ଶ୍ରେଣୀରେ ୯୭ ପ୍ରତିଶତ ମାର୍କ ରଖିଥିବା ଜ୍ୟୋତିକା ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ। ମାତ୍ର ପିତାଙ୍କ ଇଚ୍ଛା କିଛି ଅଲଗା ରହିଥିଲା। ଜ୍ୟୋତିକାଙ୍କୁ ଜଣେ ଆଥ୍‌ଲେଟ ଭାବେ ଅଲିମ୍ପିକ୍ସରେ ଦେଖିବା ତାଙ୍କର ସ୍ବପ୍ନ ରହିଥିଲା। ପିତା ଶ୍ରୀନିବାସ ରାଓଙ୍କ ସ୍ବପ୍ନ ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବାକୁ ଯାଉଛି। ଭାରତୀୟ ୪x୪୦୦ ମିଟର ମହିଳା ରିଲେ ଦଳର ସଦସ୍ୟ ଭାବରେ ସେ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶ୍ରୀନିବାସ ଯୁବାବସ୍ଥାରେ ବଡିବିଲ୍ଡିଂ କରୁଥିଲେ। ତେବେ ପରିବାରର ସମର୍ଥନ ନ ମିଳିବାରୁ ତାଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ବ୍ୟବସାୟ କରୁଥିବା ବେଳେ ଜ୍ୟୋତିକାଙ୍କ ପାଇଁ ରାସ୍ତା ସୁଗମ ହୋଇପାରିଛି। ୨୩ ବର୍ଷୀୟା ଜ୍ୟୋତିକା ୨୦୧୭ ଯାଏ କ୍ରୀଡ଼ା ପ୍ରତି ଆଗ୍ରହୀ ନ ଥିଲେ। ଦେଶ ପାଇଁ ଝିଅକୁ ସଫଳତା ହାସଲ କରିବା ପାଇଁ ବାପା ଦେଖିଥିବା ସ୍ବପ୍ନ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲା। ୨୦୨୦ ପରଠାରୁ ଆଥଲେଟିକ୍ସକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ।
ପ୍ରଥମେ ସ୍କୁଲ ଓ କଲେଜରେ ୨୦୦ ମିଟର ଓ ୪୦୦ ମିଟରରେ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ ଜ୍ୟୋତିକା। ଭଲ ପ୍ରଦର୍ଶନ କରିବା ପରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ ପିତା। ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲର ପିଇଟି ଶିକ୍ଷକଙ୍କୁ ଭେଟି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ପରେ ଜ୍ୟୋତିକା ବିଭିନ୍ନ ଜିଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୦୧୪-୨୧ ମଧ୍ୟରେ ଜ୍ୟୋତିକା ବିଜୟଓ୍ବାଡାସ୍ଥିତ ସାଇ କ୍ୟାମ୍ପରେ ବିନାୟକ ପ୍ରସାଦଙ୍କ ଅଧୀନରେ ଅଭ୍ୟାସ କରିଥିଲେ। ପରେ ୨୦୨୧ରେ ହାଇଦ୍ରାବାଦରେ ଭାରତୀୟ ଜୁନିୟର ଦଳର କୋଚ୍‌ ରମେଶ ନାଗପୁରୀଙ୍କ ଅଧୀନରେ ଏକ ବର୍ଷ ଅଭ୍ୟାସ ପରେ ସେ ସମୟରେ ନିଜର ଶ୍ରେଷ୍ଠ ଟାଇମିଂ ୫୩.୦୫ ସେକେଣ୍ଡ ହାସଲ କରିଥିଲେ। ୨୦୧୭ରେ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ଜ୍ୟୋତିକା ଜାତୀୟ ଟାଇଟଲ ହାସଲ କରିଥିବା ବେଳେ ୨୦୨୧ରେ ପ୍ରଥମ ସିନିୟର ଟାଇଟଲ ହାସଲ କରିଥିଲେ। ଭାରତୀୟ ଆଥ୍‌ଲେଟ ମାନେ ୨୦୨୮ ଅଲିମ୍ପିକ୍ସ ପଦକ ପାଇଁ ସ୍ବପ୍ନ ଦେଖିବା ଉଚିତ ବୋଲି କହିଛନ୍ତି ଜ୍ୟୋତିକା। ଭାରତୀୟ ଦଳର ବର୍ତ୍ତମାନ ଟାଇମିଂ ଅନୁସାରେ ପ୍ୟାରିସ୍‌ରେ ପଦକ ଜିତିବା କଷ୍ଟସାଧ୍ୟ, ମାତ୍ର କଠିନ ପରିଶ୍ରମ କଲେ ୨୦୨୮ରେ ଆମେ ସଫଳ ହୋଇପାରିବା ବୋଲି କହିଛନ୍ତି ଜ୍ୟୋତିକା।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri