Posted inଭଦ୍ରକ

ପକ୍ଷୀଙ୍କ ସେବାରେ ଜ୍ୟୋତି

ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼ କରିପାରୁଛି। କିନ୍ତୁ ପ୍ରାଣୀ, ପକ୍ଷୀ ଆଦି ସେମାନଙ୍କ ଲାଗି କେଉଁଠୁ ପାଣି କିମ୍ବା ଖାଦ୍ୟ ଆଣିବେ। ମୁଖ୍ୟତଃ ଏହି ଦିନେ ପାଣି ଅଭାବ ଯୋଗୁ ଅନେକ ସମୟରେ ପ୍ରାଣୀ, ପକ୍ଷୀ ମୃତ୍ୟୁମୁଖରେ ପଡୁଥିବା ସାମ୍ନାକୁ ଆସିଥାଏ। ଗାଡ଼ିଆ ପୋଖରୀ ଓ କେନାଲ ଶୁଖିଲା ପଡ଼ିଛି। ଏଭଳି ସମୟରେ ତୁଷାର୍ତ୍ତ ପକ୍ଷୀଙ୍କୁ ପାଣି ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଛନ୍ତି ଜ୍ୟୋତି ଶଙ୍କର ପଣ୍ଡା (୩୭)। ତାଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ପଞ୍ଚାୟତରେ। ପେସାରେ ଜଣେ ଉଦ୍ୟାନ ସାଥୀ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତି ଗଁା ପାଖ ଦେଇ ଯାଇଥିବା ରାସ୍ତାକଡ଼ରେ ପ୍ରାୟ ଏକ ମାଇଲ ଦୂରତା ଯାଏ ଗଛରେ ଚଢ଼େଇଙ୍କ ପାଇଁ ପାଣି ଓ ଖାଦ୍ୟ ରଖୁଛନ୍ତି। ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କର ୯ ବର୍ଷର ଝିଅ ମାମାଲି। ତୁଷାର୍ତ୍ତ ପକ୍ଷୀମାନଙ୍କ କଷ୍ଟ ସହି ନ ପାରି ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।
ଜ୍ୟୋତି କହନ୍ତି, ଚଳିତବର୍ଷ ହୋଲି ଦିନ ଘର ପାଖ ନଳକୂପରେ ହାତଗୋଡ଼ ଧୋଉଥିଲେ। ଏହି ସମୟରେ ନଳକୂପ ପାଖରେ ଥିବା ଏକ ଗଛରେ କିଛି ପକ୍ଷୀଙ୍କ କିଚିରି ମିଚିର ଶବ୍ଦ ତାଙ୍କୁ ଆନ୍ଦୋଳିତ କରିଥିଲା। ଏକ ପାତ୍ରରେ କିଛି ପାଣି ନେଇ ଗଛ ମୂଳେ ରଖି ଅଣ ଆଢୁଆଳରେ ରହି ଦେଖିଲେ ଯେ ପକ୍ଷୀମାନେ ଆସି ପାଣି ପିଇବା ସହ ଗାଧୋଇଥିଲେ। ସେହିଦିନଠାରୁ ସେ ପକ୍ଷୀମାନଙ୍କୁ ପାଣି ଓ ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ। ସାଙ୍ଗରେ ତାଙ୍କ ଝିଅ ମାମାଲି ସହଯୋଗ ପାଇଁ ବାହାରିଥିଲେ। ଗଛରେ ଷ୍ଟିଲ, ପ୍ଲାଷ୍ଟିକ ପାତ୍ର ବାନ୍ଧି ପାଣି ଓ ଦାନା ଯୋଗାଇ ଆସୁଛନ୍ତି। ପ୍ରଥମେ ଗୋଟିଏ ଗଛରେ ବାନ୍ଧି ଖାଇବାକୁ ଦେଉଥିଲେ। ଏବେ ଏକ ମାଇଲ ପର୍ଯ୍ୟନ୍ତ ଗ୍ରାମ ରାସ୍ତା ପାର୍ଶ୍ୱ ବର, ଅଶ୍ୱତ୍‌ଥ ଓ କୃଷ୍ଣଚୁଡ଼ା ଗଛରେ ଚଢ଼େଇଙ୍କ ଲାଗି ଏଭଳି ବ୍ୟବସ୍ଥା କରୁଛନ୍ତି। ଦୈନିକ ଅଢ଼େଇ କିଲୋ ଚାଉଳ ଓ ଦାନା ଦେଉଛନ୍ତି। ଏମିତିକି ଖରା ଦାଉରୁ ଚଢ଼େଇଙ୍କ ବସା ରକ୍ଷା ଲାଗି ଡାଳପତ୍ର ନେଇ ସଜାଡ଼ି ରଖିଥାନ୍ତି। ସକାଳେ ବାପଝିଅ ପକ୍ଷୀଙ୍କ ସେବା କରିସାରିବା ପରେ ସେ ନିଜ କର୍ମମୟ ଜୀବନକୁ ଫେରିଥାନ୍ତି। ଏଥିପାଇଁ ତାଙ୍କୁ ପ୍ରତିଦିନ ପ୍ରାୟ ୪ ଘଣ୍ଟା ଦେବାକୁ ପଡୁଛି। ଅଧିକ ଗଛରେ ପାତ୍ର ବାନ୍ଧି ପକ୍ଷୀଙ୍କୁ ଖାଇବା ପାଇଁ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଆବଶ୍ୟକ ଅର୍ଥ ନ ଥିବାରୁ ଏତିକିରେ ସୀମିତ ରଖିଛନ୍ତି। ନିରୀହ ପକ୍ଷୀମାନଙ୍କ ସେବା କରି ଆତ୍ମତୃପ୍ତି ମିଳୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri