Categories: ରାଜ୍ୟ

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୬ା୧୨- ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି ଗୁରୁପ୍ରସାଦ ସାହୁ। ଏହା ସହିତ ୧୩ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୧୫ମାସ ଜେଲ ଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ, ଭଞ୍ଜନଗରର ଅରୁଣ ୨୦୧୪ ଜୁଲାଇ ୨ରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭଞ୍ଜନଗର ଥାନା ପୋଲିସ ନମ୍ବର ୧୮୦/୧୪ରେ ମାମଲା ରୁଜୁ କରି ଅରୁଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଜାମିନ୍‌ ମିଳିଥିଲା। ଏହି ମାମଲାର ବିଚାର ବେଳେ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଏପିପି ନରେଶ ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।