ନାବାଳିକା ବଳାତ୍କାର ମାମଲା: ଜଣେ କୋର୍ଟ ଚାଲାଣ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଜଣେ ୧୪ ବର୍ଷର ଜଣେ ନାବାଳିକାକୁ ବଳାତ୍କାର ଅଭିଯୋଗରେ କାଞ୍ଜିପାଣି ଥାନା ପୋଲିସ ବୁଧବାର ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ କହିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ସହ କେସ୍‌ ନମ୍ବର ୫୧/୨୦୨୨ ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।