ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ

ଭୁବନେଶ୍ୱର,୧ା୯(ସତ୍ୟଜିତ୍‌ ରାଉତ): ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ। ହତ୍ୟା, ନିଶା କାରବାର, ଚୋରି, ଲୁଟ୍‌, ସଂଘବଦ୍ଧ ଆକ୍ରମଣ ଆଦି ଘଟଣାରେ ସାମିଲ ହୋଇ ଅପରାଧୀ ସାଜୁଛନ୍ତି। ତେବେ କଅଁଳ ମନ ଏତେ ନିଷ୍ଠୁର ହେଉଛି କାହିଁକି? ନାବାଳକଙ୍କ ମଧ୍ୟରେ ଅପରାଧ ପ୍ରବଣତା ବଢ଼ୁଛି କାହିଁକି? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ବିଶେଷକରି ମା’ବାପା ଓ ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିପାଇଁ ପରିବର୍ତ୍ତିତ ସାମାଜିକ ତଥା ପାରିବାରିକ ପରିବେଶ, ସଂସ୍କାର ଓ ଯତ୍ନର ଅଭାବ, ଢିଲା ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ନିଶାସେବନ, କୁସଙ୍ଗ, ପ୍ରେମ ଆଦି ବିଭିନ୍ନ କାରଣକୁ ଏଥିପାଇଁ ଦାୟୀ କରାଯାଉଛି।
ଏକତରଫା ପ୍ରେମକୁ ନେଇ ୨୮ ତାରିଖ ମଧ୍ୟରାତିରେ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିଲେ ୨ ନାବାଳକ। ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗର ଶୁକବିହାର ଅଞ୍ଚଳରେ ଜଗତ ମଲ୍ଲିକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସମ୍ପୃକ୍ତ ନାବାଳକଦ୍ୱୟ ଏବେ ବାଳସୁଧାର ଗୃହରେ। ଏହାର କିଛିଦିନ ପୂର୍ବରୁ ଭୁବନେଶ୍ୱର କୋର୍ଟର ପୂର୍ବତନ ଏସ୍‌ଡିଜେଏମ୍‌ ତଥା ବର୍ତ୍ତମାନ ପୁରୀ ଦେବୋତ୍ତର ବିଭାଗର ସହକାରୀ ଆୟୁକ୍ତ ବିଚାରପତି ଶିଶିର କୁମାର ସାହୁଙ୍କ ବଡ଼ଗଡ଼ ବିଜେବି ନଗରସ୍ଥିତ ସରକାରୀ କ୍ୱାର୍ଟର୍ସରେ ଚୋରି ହୋଇଥିଲା। ଏହି ଘଟଣାରେ ଧରାପଡିଥିବା ୧୨ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ନାବାଳକ। ପୁରୀ ହାଡ଼ଗୋଡ଼ିଆ ସାହିରେ ଅଗଷ୍ଟ ୮ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ୫ଜଣ ନାବାଳକ ଗୋଡାଇ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଅଗଷ୍ଟ ୧୯ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିଲା। ସେହି ସାହିରେ ଖଜା ବ୍ୟବସାୟୀ ହରିହର ସାହୁଙ୍କୁ ଗୋଟିଏ ପରିବାର ଓ ଅନ୍ୟମାନେ ହତ୍ୟା କରିଥିଲେ। ଏଥିରେ ମଧ୍ୟ ୭ ନାବାଳକ ସମ୍ପୃକ୍ତ ଥିଲେ। ଗତବର୍ଷ ଜୁଲାଇ ୪ରେ ଭୁବନେଶ୍ୱର ମହର୍ଷି କଲେଜ ଗଣ୍ଡଗୋଳ ଘଟଣାରେ ପୋଲିସ ୫ଜଣ ଏବଂ ଜାନୁଆରୀ ୪ରେ ବିଜେବି କଲେଜର ଆପରାଧିକ ମାମଲାରେ ୩ ନାବାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଜୁନ୍‌ ତୃତୀୟ ସପ୍ତାହରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗଣିଜାଙ୍ଗ ଅଞ୍ଚଳରେ ଜଣେ ୧୫ବର୍ଷୀୟ ନାବାଳକ ୨୦ଟଙ୍କା ପାଇଁ ନିଜ ଆଈଙ୍କୁ ମାରିଦେବା ପରେ ଜଣେ ମହିଳା ଓ ତାଙ୍କ ଶିଶୁକନ୍ୟାକୁ ନିର୍ମମ ଭାବେ ହତ୍ୟା କରିଥିଲେ। କେବଳ ଭୁବନେଶ୍ୱର, ପୁରୀ କିମ୍ବା ଭଦ୍ରକରେ ନୁହେଁ, ସାରା ରାଜ୍ୟରେ ଘଟୁଥିବା ବିଭିନ୍ନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri