ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ

ଭୁବନେଶ୍ୱର,୧ା୯(ସତ୍ୟଜିତ୍‌ ରାଉତ): ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ। ହତ୍ୟା, ନିଶା କାରବାର, ଚୋରି, ଲୁଟ୍‌, ସଂଘବଦ୍ଧ ଆକ୍ରମଣ ଆଦି ଘଟଣାରେ ସାମିଲ ହୋଇ ଅପରାଧୀ ସାଜୁଛନ୍ତି। ତେବେ କଅଁଳ ମନ ଏତେ ନିଷ୍ଠୁର ହେଉଛି କାହିଁକି? ନାବାଳକଙ୍କ ମଧ୍ୟରେ ଅପରାଧ ପ୍ରବଣତା ବଢ଼ୁଛି କାହିଁକି? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ବିଶେଷକରି ମା’ବାପା ଓ ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିପାଇଁ ପରିବର୍ତ୍ତିତ ସାମାଜିକ ତଥା ପାରିବାରିକ ପରିବେଶ, ସଂସ୍କାର ଓ ଯତ୍ନର ଅଭାବ, ଢିଲା ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ନିଶାସେବନ, କୁସଙ୍ଗ, ପ୍ରେମ ଆଦି ବିଭିନ୍ନ କାରଣକୁ ଏଥିପାଇଁ ଦାୟୀ କରାଯାଉଛି।
ଏକତରଫା ପ୍ରେମକୁ ନେଇ ୨୮ ତାରିଖ ମଧ୍ୟରାତିରେ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିଲେ ୨ ନାବାଳକ। ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗର ଶୁକବିହାର ଅଞ୍ଚଳରେ ଜଗତ ମଲ୍ଲିକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ସମ୍ପୃକ୍ତ ନାବାଳକଦ୍ୱୟ ଏବେ ବାଳସୁଧାର ଗୃହରେ। ଏହାର କିଛିଦିନ ପୂର୍ବରୁ ଭୁବନେଶ୍ୱର କୋର୍ଟର ପୂର୍ବତନ ଏସ୍‌ଡିଜେଏମ୍‌ ତଥା ବର୍ତ୍ତମାନ ପୁରୀ ଦେବୋତ୍ତର ବିଭାଗର ସହକାରୀ ଆୟୁକ୍ତ ବିଚାରପତି ଶିଶିର କୁମାର ସାହୁଙ୍କ ବଡ଼ଗଡ଼ ବିଜେବି ନଗରସ୍ଥିତ ସରକାରୀ କ୍ୱାର୍ଟର୍ସରେ ଚୋରି ହୋଇଥିଲା। ଏହି ଘଟଣାରେ ଧରାପଡିଥିବା ୧୨ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ନାବାଳକ। ପୁରୀ ହାଡ଼ଗୋଡ଼ିଆ ସାହିରେ ଅଗଷ୍ଟ ୮ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ୫ଜଣ ନାବାଳକ ଗୋଡାଇ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଅଗଷ୍ଟ ୧୯ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିଲା। ସେହି ସାହିରେ ଖଜା ବ୍ୟବସାୟୀ ହରିହର ସାହୁଙ୍କୁ ଗୋଟିଏ ପରିବାର ଓ ଅନ୍ୟମାନେ ହତ୍ୟା କରିଥିଲେ। ଏଥିରେ ମଧ୍ୟ ୭ ନାବାଳକ ସମ୍ପୃକ୍ତ ଥିଲେ। ଗତବର୍ଷ ଜୁଲାଇ ୪ରେ ଭୁବନେଶ୍ୱର ମହର୍ଷି କଲେଜ ଗଣ୍ଡଗୋଳ ଘଟଣାରେ ପୋଲିସ ୫ଜଣ ଏବଂ ଜାନୁଆରୀ ୪ରେ ବିଜେବି କଲେଜର ଆପରାଧିକ ମାମଲାରେ ୩ ନାବାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଜୁନ୍‌ ତୃତୀୟ ସପ୍ତାହରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗଣିଜାଙ୍ଗ ଅଞ୍ଚଳରେ ଜଣେ ୧୫ବର୍ଷୀୟ ନାବାଳକ ୨୦ଟଙ୍କା ପାଇଁ ନିଜ ଆଈଙ୍କୁ ମାରିଦେବା ପରେ ଜଣେ ମହିଳା ଓ ତାଙ୍କ ଶିଶୁକନ୍ୟାକୁ ନିର୍ମମ ଭାବେ ହତ୍ୟା କରିଥିଲେ। କେବଳ ଭୁବନେଶ୍ୱର, ପୁରୀ କିମ୍ବା ଭଦ୍ରକରେ ନୁହେଁ, ସାରା ରାଜ୍ୟରେ ଘଟୁଥିବା ବିଭିନ୍ନ ଅପରାଧରେ ନାବାଳକଙ୍କ ସମ୍ପୃକ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?