ନାବାଳକ ହତ୍ୟା ଘଟଣା: ନ୍ୟାୟ ପାଇଁ ଥାନାରେ ଶୋଇଲେ, ରାସ୍ତାରେ ବସିଲେ

ଭୁବନେଶ୍ୱର,୧୧।୧୧ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ହତ୍ୟା ଘଟଣାକୁ ୫ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଏଯାଏ ପୋଲିସ ଚୁପ୍‌ ବସିଛି। ମୃତକଙ୍କ ପରିବାର ସଦସ୍ୟ ବାରମ୍ବାର ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ହତାଶ ହୋଇଛନ୍ତି। ପୋଲିସ ସହଯୋଗ ବଦଳରେ ନାନା ହଇରାଣ କରିବାରୁ ଶେଷରେ ପୂରା ପରିବାର ପିଲାଛୁଆ ଧରି ଗୁରୁବାର ଥାନାରେ ଧାରଣା ଦେଇଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡିଥିବା ବାପା ଥାନାରେ ଶୋଇ ରହି ପ୍ରତିବାଦ କରିଥିବାବେଳେ ମା’ ଛୋଟ ପିଲାଙ୍କୁ ଧରି ଥାନା ସମ୍ମୁଖ ରାସ୍ତାରେ ଧାଡ଼ି ହୋଇ ଦୀର୍ଘ ସମୟ ଧରି ବସି ରହିଥିଲେ। ଏହି ଘଟଣା ଚନ୍ଦ୍ରଶେଖରପୁର ଥାନା ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ବହୁ ବୁଝାଶୁଝା ପରେ ସେମାନେ ଧାରଣାରୁ ଉଠିଥିଲେ।
ସୂଚନାନୁଯାୟୀ, ଗତ ୫ମାସ ତଳେ ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରେ ଦୈତରାଜ ନାୟକ (୧୭) ନାମକ ଜଣେ ନାବାଳକ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହାର ୩ଦିନ ପରେ ଭରତୁପର ଜଙ୍ଗଲ ପାର୍ଶ୍ୱ ଟ୍ରେଞ୍ଚ୍‌ ମଧ୍ୟରୁ ଉଲଗ୍ନ ଅବସ୍ଥାରେ ଦୈତରାଜଙ୍କ ଗଳିତ ମୃତଦେହ ଜବତ କରିଥିଲା ପୋଲିସ। ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ ଏଥିରେ ୨ଜଣଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସକୁ କହିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାସହ ଉକ୍ତ ୨ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରି କୌଣସି ପ୍ରମାଣ ନ ମିଳିବାରୁ ଛାଡି ଦେଇଥିଲା। ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ପୋଲିସର ତଦନ୍ତକୁ ନେଇ ସନ୍ଦେହ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଏହି ଘଟଣା ପରଠାରୁ ମୃତକଙ୍କ ପରିବାର ଓ ଉକ୍ତ ୨ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଅନେକଥର ଗଣ୍ଡଗୋଳ ହେଲାଣି। ଏପରିକି ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ପକ୍ଷରୁ ଗିରଫ କରିଥିଲେ ମଧ୍ୟ ହତ୍ୟା ମାମଲାରେ ଚୁପ୍‌ ବସିଛି। ହତ୍ୟାର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ବି ସୂଚନା ଦେଇପାରୁନି ପୋଲିସ। ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣି ପ୍ରତିବାଦରେ ଏଭଳି ଅଭିନବ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri