ସ୍ଥାଣୁତା ବଢ଼ାଉଛି ବାଳଅପରାଧ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କୋମଳ ହୃଦୟରେ ବସା ବାନ୍ଧୁଛି ନିଷ୍ଠୁରତା। ନାବାଳକ ମନରେ ବୃଦ୍ଧି ପାଉଛି ଅପରାଧପ୍ରବଣତା। ଯେଉଁ ହାତରେ ଦେଶ ଗଢ଼ିବାକୁ କଲମ ଧରିବା କଥା, ସେହି ହାତ ଆଜି ଖଣ୍ଡା, ବନ୍ଧୁକ, ଭୁଜାଲି ଧରୁଛି। ଫୁଲମାଳ ବଦଳରେ ହାତକଡ଼ି ପଡୁଛି। ରାଜ୍ୟରେ ଅପରାଧ ବଢ଼ି ଚାଲିଥିବାବେଳେ ନାବାଳକଙ୍କ ସମ୍ପୃକ୍ତି ଚିନ୍ତା ବଢ଼ାଉଛି। ବାଳ ଅପରାଧ ରୋକିବା ପାଇଁ ବହୁ ଆଇନ ଓ ବ୍ୟବସ୍ଥା ରହିଛି। ସରକାରଙ୍କ ପକ୍ଷରୁ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଉଛି। ହେଲେ ବ୍ୟବସ୍ଥାର ସ୍ଥାଣୁତା, ପରିବାରରେ ପ୍ରତିକୂଳ ପରିବେଶ, ସାମାଜିକ ପରିସ୍ଥିତି ଆଜି କୋମଳମତୀ ନାବାଳକଙ୍କୁ ଅବାଟକୁ ଟାଣି ନେଉଛି।
କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ, ୨୦୧୭ରେ ରାଜ୍ୟରେ ବାଳ ଅପରାଧ ସଂକ୍ରାନ୍ତ ୧୦୮୯ଟି ମାମଲା ହୋଇଥିବାବେଳେ ୨୦୧୮ରେ ୧୧୫୫ ଓ ୨୦୧୯ରେ ଏହା ବୃଦ୍ଧି ପାଇଁ ୧୨୫୦ରେ ପହଞ୍ଚତ୍ଛି। ଏହି ତିନିବର୍ଷରେ ସମ୍ବଲପୁର ଜିଲାରେ ସର୍ବାଧିକ ୪୦୯ଜଣ ନାବାଳକ ଅପରାଧ ଘଟାଇଥିବାବେଳେ ସୋନପୁର ଜିଲାରେ ସର୍ବନିମ୍ନ ୩୦ ମାମଲା ହୋଇଛି। ତେବେ ୨୦୧୯ରେ ହୋଇଥିବା ୧୨୫୦ ମାମଲାରେ ସମ୍ପୃକ୍ତ ମୋଟ ୧୪୫୦ ଜଣଙ୍କ ମଧ୍ୟରୁ ୨୫ଜଣଙ୍କୁ ବୁଝାଇଶୁଝାଇ ଘରକୁ ଛଡାଯାଇଥିବାବେଳେ ୧୪୨୫ ଜଣଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ପଠାଇଯାଇଥିଲା। ସେଠାରୁ ସେମାନଙ୍କୁ ସ୍ବତନ୍ତ୍ର ସୁଧାର ଗୃହକୁ ପଠାଯାଇଥିଲା। ଏମାନଙ୍କ ମଧ୍ୟରୁ ୩ଜଣ ନାବାଳକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ୫୩ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ୧୧ଜଣଙ୍କ ବିରୋଧରେ ଅସଦାଚରଣ, ୨ଜଣଙ୍କ ବିରୋଧରେ ବଳାତ୍କାର, ୯୧୦ଜଣଙ୍କ ବିରୋଧରେ ଚୋରି, ୧୩୬ ଜଣଙ୍କ ବିରୋଧରେ ଲୁଟ୍‌ ଆଦି ଅଭିଯୋଗ ହୋଇଥିଲା। ସେହିଭଳି ୧୨୦ଜଣଙ୍କ ମା’ବାପା ଆଦୌ ପାଠ ପଢି ନ ଥିବାେବେଳ ୪୧୧ଜଣ ପ୍ରାଇମେରୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ୮୪୮ ଜଣଙ୍କ ମା’ବାପା ପ୍ରାଇମେରୀରୁ ମାଟ୍ରିକ ଓ ୨୭ଜଣ ଉଚ୍ଚ ମାଧ୍ୟମିକ ମଧ୍ୟରେ ପାଠ ପଢିଛନ୍ତି। କେତେକ ଘଟଣାରେ ସମ୍ପୃକ୍ତ ନାବାଳକଙ୍କ ମା’ବାପାଙ୍କ ଶିକ୍ଷାଗତ ଯୋଗ୍ୟତା ଜଣା ପଡ଼ି ନ ଥିବାବେଳେ ଉଚ୍ଚ ମାଧ୍ୟମିକରୁ ଅଧିକ ପାଠ ପଢିଥିବା ବାପା ମା’ଙ୍କ ପିଲା ଆଦୌ ଅପରାଧ ଘଟାଇ ନାହାନ୍ତି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri