Posted inଜାତୀୟ

ଜଷ୍ଟିସ୍‌ ରଞ୍ଜନା ଦେଶାଇ ପିସିଆଇ ମୁଖ୍ୟ

ନୂଆଦିଲ୍ଲୀ,୧୮ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପିସିଆଇ ଅଧ୍ୟକ୍ଷ ଜଷ୍ଟିସ୍‌ ଚନ୍ଦ୍ରମଉଲି କୁମାର ପ୍ରସାଦ ଗତ ନଭେମ୍ବରରେ ଅବସର ନେବା ପରଠାରୁ ଏହି ପଦବୀ ଖାଲିପଡ଼ିଥିଲା। ପିସିଆଇ ଅଧ୍ୟକ୍ଷା ନିଯୁକ୍ତ ହେବାରେ ଜଷ୍ଟିସ୍‌ ଦେଶାଇ ହେଉଛନ୍ତି ପ୍ରଥମ ମହିଳା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ କୁହାଯାଇଛି, ୭୨ ବର୍ଷୀୟା ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ପିସିଆଇ ଅଧ୍ୟକ୍ଷା ପଦରେ ନିଯୁକ୍ତି ପାଇଁ ଏକ କମିଟି ମଞ୍ଜୁରୀ ଦେଇଛି। ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ପିସିଆଇ ସଦସ୍ୟ ପ୍ରକାଶ ଦୁବେ ସାମିଲ ଥିବା କମିଟି ତାଙ୍କ ନାମ ଚୂଡ଼ାନ୍ତ କରିଛି। ଜଷ୍ଟିସ୍‌ ଦେଶାଇ ସୁପ୍ରିମକୋର୍ଟ ବିଚାରପତି ରୂପେ ୨୦୧୧ ସେପ୍ଟେମ୍ବର ୧୩ରୁ ୨୦୧୪ ଅକ୍ଟୋବର ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଦାୟିତ୍ୱ ତୁଲାଇଥିଲେ। ନିକଟରେ ଜମ୍ମୁ-କଶ୍ମୀର ସୀମା ପୁନଃ ନିର୍ଦ୍ଧାରଣ କମିଟିରେ ମଧ୍ୟ ଜଷ୍ଟିସ୍‌ ଦେଶାଇ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାର ଜବାବ ଦେବୁ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri