Posted inଫୁରସତ

ସମସ୍ତଙ୍କ ପାଇଁ ନ୍ୟାୟ ଅନିବାର୍ଯ୍ୟ

ବିଶାଳ ଏ ବିଶ୍ୱ। ସୀମାଠୁ ଶରଣାର୍ଥୀ। ଆତଙ୍କବାଦଠୁ ସାମ୍ପ୍ରଦାୟିକ ହିଂସା। ଏମିତି ଅନେକ ସମସ୍ୟା। ଏହାକୁ ବାଦ୍‌ଦେଲେ ଗରିବୀ, ବେରୋଜଗାରୀ, ଅନାହାର, ବିଶ୍ୱତାପନ, ଯୁଦ୍ଧ ଭଳି ସମସ୍ୟା ସମଗ୍ର ମାନବଜାତିକୁ ବିପଦରେ ପକାଇଛି। ଏସବୁ ଭିତରେ ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ ହୁଏ ଅନ୍ତର୍ଜାତୀୟ ନ୍ୟାୟ ଦିବସ।

ଅନ୍ତଃରାଷ୍ଟ୍ରୀୟ ନ୍ୟାୟ ଦିବସ ଅନ୍ତଃରାଷ୍ଟ୍ରୀୟ ଆପରାଧିକ ନ୍ୟାୟ ଦିବସ ଭାବେ ଜଣାଶୁଣା। ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ ବାଦ୍‌ଦେଲେ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗର ଆପୋସ ସମାଧାନ କରିବା, ସୁରକ୍ଷା, ସଦ୍‌ଭାବନା, ସଂହତିକୁ ଗୁରୁତ୍ୱ ଦେଇ ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା ଏହାର ଆଉ ଏକ ଲକ୍ଷ୍ୟ। ଏହି ଦିବସ ସେହିମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ନ୍ୟାୟକୁ ସମର୍ଥନ କରିଥାଆନ୍ତି ଏବଂ ପୀଡ଼ିତଙ୍କ ଅଧିକାର ଦାବି କରି ସ୍ବର ଉଠାଇଥାଆନ୍ତି।
ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)ର ମୂଳଦୁଆ ପଛରେ ରହିଛି ରୋମ ସମ୍ମେଳନର ପ୍ରମୁଖ ଭୂମିକା। ପୃଥିବୀର ପ୍ରତି ନିଷ୍ପେସିତ, ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରୋମ ସମ୍ମେଳନର ବର୍ଷପୂର୍ତ୍ତି ଅବସରରେ ସମ୍ମିଳିତ ହୋଇଥିବା ରାଷ୍ଟ୍ରସମୂହ ସ୍ବତନ୍ତ୍ର ଭାବେ ଏକ ଅନ୍ତଃରାଷ୍ଟ୍ରୀୟ କ୍ରିମିନାଲ କୋର୍ଟ ସ୍ଥାପନ କରିବା ଲାଗି ସହମତି ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏଥିଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୦୨ ଜୁଲାଇ ୧ଠାରୁ ନେଦରଲାଣ୍ଡର ହେଗ୍‌ ସହରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ଆଇସିସି। ଅଦ୍ୟାବଧି ଏଥିରେ ୧୨୩ ଦେଶ ସଦସ୍ୟ ଅଛନ୍ତି।
ଆଇସିସି ହେଉଛି ସ୍ବତନ୍ତ୍ର ଅନ୍ତଃରାଷ୍ଟ୍ରୀୟ ନ୍ୟାୟିକ ସଂସ୍ଥାନ। ବିଶ୍ୱସ୍ତରରେ ହେଉଥିବା ଜଘନ୍ୟ ମାନବାଧିକାର ଉଲ୍ଲଂଘନ ମାମଲାଗୁଡ଼ିକର ଶୁଣାଣି ଏଠାରେ ହୋଇଥାଏ। ଗଣସଂହାର, ଯୁଦ୍ଧ ଅପରାଧ, ମାନବତା ପ୍ରତି ବିପଦ ଥିବା ପ୍ରତ୍ୟେକ ମାମଲାର ଶୁଣାଣି ଏହି କୋର୍ଟରେ କରାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଇସିସି କୌଣସି ରାଷ୍ଟ୍ରର କୋର୍ଟକଚେରି ମାମଲାରେ ହସ୍ତକ୍ଷେପ କରେନାହିଁ। ଯଦି କୌଣସି ଦେଶ ଅପରାଧୀଙ୍କ ବିରୋଧରେ ମକଦ୍ଦମା କରିବାକୁ ପଛଘୁଞ୍ଚା ଦିଏ କିମ୍ବା ମାନବତା ବିପଦରେ ପଡ଼ିଥିବା ଭଳି ଅଭିଯୋଗ ଆସିଲେ, ଆଇସିସିରେ ମାମଲାର ବିଚାର ହୋଇଥାଏ। ଅନ୍ତର୍ଜାତୀୟ ନ୍ୟାୟ ଦିବସର ମୌଳିକ ଉଦ୍ଦେଶ୍ୟର ପ୍ରଚାର ପ୍ରସାର କରିବା ଲାଗି ପ୍ରତିବର୍ଷ ଜୁଲାଇ ୧୭ରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଅନ୍ତଃରାଷ୍ଟ୍ରୀୟ ମଞ୍ଚ, ଗଣମାଧ୍ୟମରେ ସ୍ବତନ୍ତ୍ର ଶୋ’ ପ୍ରଦର୍ଶିତ ହୋଇଥାଏ। ମହିଳା ହିଂସା, ନରସଂହାର ଭଳି ଜଘନ୍ୟ ଅପରାଧ ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri