ନୂଆପୋଖରୀକୁ ମିଳୁନି ନ୍ୟାୟ

ରତନ ନାୟାର
ଢେଙ୍କାନାଳ ଅଫିସ, ୮।୯ – ଢେଙ୍କାନାଳର ଭାଗୀରଥି ସାଗର (ନୂଆ ପୋଖରୀ)ର ଉନ୍ନତୀକରଣ ଲାଗି ମାଳ ମାଳ ଯୋଜନା। ଐତିହ୍ୟସମ୍ପନ୍ନ ଏହି ପ୍ରାଚୀନ ଜଳାଶୟକୁ ନୂଆ ରୂପ ଦେବା ଲାଗି ଘୋଷଣା କରାଯାଇଛି ୪ କୋଟି ୬୮ ଲକ୍ଷ ଟଙ୍କା। ଏହାର ପରିବେଶକୁ ମନଲୋଭା କରିବା, ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଚାଲିଛନ୍ତି ପୌର କର୍ତ୍ତୃପକ୍ଷ। ହେଲେ ଘୋଷଣାକୁ ୪ ମାସ ବିତିଯାଇଥିଲେ ହେଁ ଗାଣ୍ଡୁଆଏ ମାଟି ନ ପଡ଼ିବା ପ୍ରକଳ୍ପର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଏହି ଐତିହାସିକ ପୋଖରୀକୁ ନ୍ୟାୟ ଦେବାକୁ ସଚେତନ ନାଗରିକ ଟୁଇଟ୍‌ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଜିଲା ପର୍ଯ୍ୟଟନ ମାନଚିତ୍ର ଢେଙ୍କାନାଳ ସହରର ସ୍ଥାନକୁ ସୁଦୃଢ଼ କରିବା ଲାଗି ପୌରସଂସ୍ଥା ପକ୍ଷରୁ ହାତକୁ ନିଆଯାଇଛି ଏକାଧିକ ଯୋଜନା। ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ, ପୁରାତନ ଜଳାଶୟର ଉନ୍ନତୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇ ଅଟକଳ ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ସହରର ପ୍ରାଚୀନ ଜଳାଶୟ ଭାଗୀରଥି ସାଗରକୁ ଦଳମୁକ୍ତ କରିବା, ବୋଟିଂ ସୁବିଧା ସହ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ କରିବା ଲାଗି ପୌରସଂସ୍ଥା ପକ୍ଷରୁ ୪ ମାସ ତଳେ ୪ କୋଟି ୬୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ଘୋଷଣା କରାଯାଇଥିଲା।
ଦୀର୍ଘଦିନ ପରେ ନୂଆପୋଖରୀର ଭାଗ୍ୟ ଉଦୟ ହେବାକୁ ଯାଉଥିବାରୁ ଦଳମତ ନିର୍ବିଶେଷରେ ଏହାକୁ ସବୁସ୍ତରରେ ସ୍ବାଗତ କରାଯାଇଥିଲା। ହେଲେ ଦିନ ଗଡ଼ିବା ସହିତ ଏହି ଆଶା ଫିକା ପଡ଼ିବାରେ ଲାଗିଛି। କାରଣ ପ୍ରକଳ୍ପ ଘୋଷଣାର ୪ ମାସ ବିତିଯାଇଥିଲେ ମଧ୍ୟ ବିକାଶମୂଳକ କାର୍ଯ୍ୟର ଖଡ଼ି ଛୁଅଁା ଆରମ୍ଭ ହୋଇନାହିଁ। ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ କେତେଜଣ ମାନବାଧିକାର କର୍ମୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ), ୫-ଟି ସଚିବ ଏବଂ ଜିଲା ପ୍ରଶାସନକୁ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି।
ଐତିହ୍ୟ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାଗୀରଥି ସାଗରର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ପୋଖରୀ ଉପରେ ଢେଙ୍କାନାଳ ସହରର ମିନାବଜାର, କାଞ୍ଚନ ବଜାର, ଜବାହରଚୌକ, ଭାଗୀରଥି ବିହାର, ଗୁଡିଆନାଳି, ବସଷ୍ଟାଣ୍ଡ୍‌, ଲକ୍ଷ୍ମୀବଜାର, ମହାବୀର ବଜାର ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭରଶୀଳ। ଶୀତଦିନେ ବିଦେଶାଗତ ପକ୍ଷୀଙ୍କ ଆଗମନ ସହ ସହର ମଧ୍ୟଭାଗରେ ଅବସ୍ଥିତ ଏହି ଜଳାଶୟ ମୁଖରିତ ହୋଇ ଉଠେ। ତେବେ ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଦଳଭର୍ତ୍ତି ହୋଇଗଲାଣି। ବୋଟିଂ ସହିତ ଦୈନନ୍ଦିନ ବ୍ୟବହାରରେ ସମସ୍ୟା ଉପୁଜୁଛି। ଘୋଷଣା କରାଯାଇଥିବା ଅନୁଦାନ ଅର୍ଥରେ ପଙ୍କ ଉଦ୍ଧାର, ଦଳ ବାହାର କରିବା, ଜଳ ନିଷ୍କାସନ ଲାଗି ଗେଟ୍‌, ପୋଖରୀ ହୁଡ଼ାରେ ଚଲାପଥ ନିର୍ମାଣ, ଆଲୋକୀକରଣ, ପାର୍କ କରାଯିବାକୁ ଯୋଜନା ରହିଛି। ହେଲେ କାମ ଆରମ୍ଭ ହେଉ ନ ଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ସୌନ୍ଦର୍ଯ୍ୟକରଣ ହେଲେ ଆକର୍ଷଣ ବଢ଼ିବ
ରାଜ୍ୟ ସରକାର ପୁରାତନ ପୁଷ୍କରିଣୀଗୁଡ଼ିକର ବିକାଶ ଲାଗି ଗୁରୁତ୍ୱ ଦେଉଛନ୍ତି। ହେଲେ ଅଟକଳ ଘୋଷଣା ସତ୍ତ୍ୱେ ନୂଆପୋଖରୀର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେଉନାହିଁ। ଜଳାଶୟର ସୌନ୍ଦର୍ଯ୍ୟକରଣ ହେଲେ ଏହା ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବ।
-ଅଭୟ ପଟ୍ଟନାୟକ, ମାନବାଧିକାରୀ କର୍ମୀ

ପ୍ରାଚୀନ ଐତିହ୍ୟକୁ ଅଣଦେଖା
ବୋଇତ ବନ୍ଦାଣ, ପ୍ରଭୁ ମଦନମୋହନଙ୍କ ଚାପଖେଳ ଭଳି ବହୁ ଆଧ୍ୟାତ୍ମିକ କାର୍ଯ୍ୟ ସମେତ ସନ୍ତରଣ ପରୀକ୍ଷା, ଶୁଦ୍ଧିକ୍ରିୟା, ସ୍ନାନ ଆଦି କାର୍ଯ୍ୟରେ ଭାଗୀରଥି ସାଗରର ଗୁରୁତ୍ୱ ରହିଛି। ଏଭଳି ପ୍ରାଚୀନ ଐତିହ୍ୟକୁ ଅଣଦେଖା କରାଯିବା ପରିତାପର ବିଷୟ।
-ପଙ୍କଜ କୁମାର ନାୟକ, ଭାଗୀରଥି ସାଗର ସୁରକ୍ଷା କମିଟି ସଦସ୍ୟ

ପୌର କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଜରୁରୀ
ନୂଆପୋଖରୀର ଉନ୍ନତୀକରଣ ହେବା ଜରୁରୀ। ଆଲୋକୀକରଣ, ଚଲାପଥ, ପାର୍କ ନିର୍ମାଣ କରାଗଲେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏଥିପ୍ରତି ଜିଲା ପ୍ରଶାସନ ଓ ପୌରସଂସ୍ଥା କର୍ତ୍ତୃପକ୍ଷ ଦୃଷ୍ଟି ପ୍ରଦାନ କରିବା ଉଚିତ।
-ଅଥୟ କୁମାର ସାହୁ, ଭାଗୀରଥି ବିହାର ବାସିନ୍ଦା

ବର୍ଷା ପରେ କାମ ଆରମ୍ଭ ହେବ
ଭାଗୀରଥି ସାଗର ଉନ୍ନୟନ କାର୍ଯ୍ୟ ଲାଗି ପୌରସଂସ୍ଥା ପକ୍ଷରୁ ୪ କୋଟି ୬୮ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଉକ୍ତ ଅର୍ଥରେ ଜଳାଶୟରୁ ପଙ୍କ ଉଦ୍ଧାର, ଦଳ କାଢିବା, ଗେଟ୍‌ ଓ ଚଲାପଥ ନିର୍ମାଣ, ପାର୍କ ପ୍ରତିଷ୍ଠା ଏବଂ ଆଲୋକୀକରଣ କାର୍ଯ୍ୟ କରାଯିବ। ବର୍ଷା ପରେ କାମ ଆରମ୍ଭ ହେବ।
-ଅତନୁ କୁମାର ସାମନ୍ତ, ନିର୍ବାହୀ ଅଧିକାରୀ,
ଢେଙ୍କାନାଳ ପୌରସଂସ୍ଥା


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri