୨୧ ମାସର ସଂଘର୍ଷ ପରେ ମିଳିଲା ନ୍ୟାୟ: ମିଳିଲା…

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଲବଣିପୁର ମୌଜ଼ାର ବାଘବାଡ଼ିପଡ଼ାବାସୀ ୨୧ ବର୍ଷର ସଂଘର୍ଷ ପରେ ଶେଷରେ ଜଙ୍ଗଲ ଜମି ଶିରୋନାମା ପଟ୍ଟାରୁ ରାଜସ୍ବ ପଟ୍ଟା ପାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବାଘବାଡ଼ିପଡାର ୨୨ ଜଣ ହିତାଧିକାରୀ ଜଙ୍ଗଲ ଅଧିକାର ଆଇନ -୨୦୨୫ ଅନୁଯାୟୀ ଶିରୋନାମା ପଟ୍ଟା ସ୍ବୀକୃତି ପାଇଥିଲେ। କିନ୍ତୁ ରାଜସ୍ବ ପଟ୍ଟା ହୋଇ ନ ଥିବାରୁ ଧାନ କିଣାବିକା କିମ୍ବା କୌଣସି ସରକାରୀ କାଗଜପତ୍ର, ପିଏମ୍‌ କିଷାନ ଓ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପତ୍ର (ଏସ୍‌ଟି/ଏସ୍‌ସି/ଏସ୍‌ଏସ୍‌ଡି ଏବଂ ଅନ୍ୟାନ୍ୟ ସଂଖ୍ୟା-୨୦୫୨୪ ଓ ସେହି ବିଭାଗର ପତ୍ର ସଂଖ୍ୟା-୦୦୩-୨୦୧୪/୨୬ା୧୦ା୨୦୨୧ରେ ସମସ୍ତ ଜିଲାପାଳଙ୍କୁ ଜଙ୍ଗଲ ଜମି ପାଇଥିବା ଶିରୋନାମା ପଟ୍ଟାକୁ ସଂଶୋଧନ କରି ଯଥାଶୀଘ୍ର ରାଜସ୍ବ ଜମିରେ ପରିବର୍ତ୍ତନ କରି ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ତେବେ ସେତେବେଳେ ଥିବା କଳାହାଣ୍ଡି ଜିଲାପାଳ ଗାଭାଲି ପରାଗ ହର୍ଷଦ ମଧ୍ୟ ଜିଲାର ସମସ୍ତ ତହସିଲଦାର ଓ ଜିଲା ମଙ୍ଗଳ ଅଧିକାରୀ ଏ ସଂକ୍ରାନ୍ତରେ ପତ୍ର ସଂଖ୍ୟା -୩୨୬୬/ଏଫ୍‌ଆର୍‌ଏ -୧୨-୧୧-୨୦୧୮ ଜରିଆରେ ଏହା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଏ ବିଷୟରେ ବାଘବାଡ଼ିପଡା ଗ୍ରାମବାସୀ ତଥା ଜ଼ଙ୍ଗଲ ଜମି ହିତାଧିକାରୀ ସ୍ଥାନୀୟ ଆଇନଜୀବୀ ସଞ୍ଜୀବ କୁମାର ଶତପଥିଙ୍କ ସାହାଯ୍ୟରେ ଗତ ଜାନୁୟାରୀ ୩, ୨୦୨୪ରେ କଳାହାଣ୍ଡି ଜିଲାପାଳ ଓ ଜୁନାଗଡ଼ ତହସିଲଦାରଙ୍କୁ ସମସ୍ତ ନଥିପତ୍ର ଦେଖାଇବା ସହ ରାଜସ୍ବ ପଟ୍ଟା ପାଇଁ ଦାବି କରିଥିଲେ। ଏହାର ୨୧ ମାସ ପରେ ମଙ୍ଗଳବାର ଜୁନାଗଡ଼ ତହସିଲ କାର୍ଯ୍ୟାଳୟରେ ବାଘବାଡ଼ିପଡାର ୨୨ ଜଣ ହିତାଧିକାରୀଙ୍କୁ ରାଜସ୍ବ ପଟ୍ଟା ବଣ୍ଟନ କରାଯାଇଥିଲା। ଜୁନାଗଡ଼ ତହସିଲଦାର ବିରୁପାକ୍ଷ ନନ୍ଦ, ଏଫ୍‌ଆର୍‌ଏ ସଂଯୋଜିକା ମଧୁମିତା ମହାନ୍ତି ଓ କମ୍ପ୍ୟୁଟର ସହଯୋଗୀ ହରିଶ ତପନ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହି ଏହା ବଣ୍ଟନ କରିଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମର ଜଙ୍ଗଲ ଅଧିକାର କମିଟି ସଭାପତି ଯାଦବ ଖାଡ଼ିଆ ଓ ସମ୍ପାଦକ ମିଶ୍ର ଖାଡ଼ିଆ ତଥା ଆଦିବାସୀ ନେତା, ସାମାଜିକ କର୍ମୀ ଗୌରୀ ଶଙ୍କର ପାତ୍ର, ଗଣେଶ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ...

ମିଳିଲା କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ: ବେକରେ ଗାମୁଛା ଲଗାଇ….

ବାଲେଶ୍ୱର, ୨୦।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର...

କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri