Categories: ରାଜ୍ୟ

ଜଷ୍ଟିସ୍‌ ବି.କେ. ପଟେଲ ଓଏଚ୍‌ଆର୍‌ସି ଅଧ୍ୟକ୍ଷ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜଷ୍ଟିସ୍‌ ପଟେଲଙ୍କ ନାମ ସୁପାରିସ କରିଥିଲା। ରାଜ୍ୟପାଳ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି।
୧୯୫୩ ଜାନୁଆରୀ ୨୪ରେ ସୁନ୍ଦରଗଡ଼ ସହରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ପଟେଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ। ୨୦୦୮ ଜାନୁୟାରୀ ୧୭ରୁ ୨୦୧୫ ଜାନୁୟାରୀ ୨୩ ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟର ବିଚାରପତି ଥିଲେ। ଏଥିସହ ସେ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୭ ଜୁନ୍‌ ୮ ରୁ ୨୦୨୦ ଜାନୁୟାରୀ ୨୩ ପର୍ଯ୍ୟନ୍ତ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ସଭାପତି ମଧ୍ୟ ଥିଲେ। ସୂଚନାଯୋଗ୍ୟ, ଜଷ୍ଟିସ୍‌ ବି.ପି. ଦାସଙ୍କ ପରଠୁ ଗତ ନଭେମ୍ବର ୧୪ରୁ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ପଦବୀ ଖାଲି ରହିଥିଲା।