ଆରମ୍ଭ ମାତ୍ର

ଓଡ଼ିଶା ସରକାର ଶୈବପୀଠଗୁଡ଼ିକରେ ଗଞ୍ଜେଇ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସବୁ ଜିଲାର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପଦକ୍ଷେପ ନେବା ଲାଗି ଲେଖିଛନ୍ତି। ରାଜ୍ୟରେ ଏବେ ସରକାରଙ୍କର ଏଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା ସମାଲୋଚନା ଆରମ୍ଭ ହୋଇଛି। ଅନେକ ସମୟରେ ଗଞ୍ଜେଇ ଉତ୍ପାଦନ, ବ୍ୟବହାର ତଥା କାରବାରର ଆଇନଗତ ଦିଗକୁ ନେଇ ପ୍ରଶ୍ନ ଉଠିଆସିଛି ଏବଂ ଏହା ଉପରେ ଦଣ୍ଡବିଧାନ ଆଇନ ଏନ୍‌ଡିପିଏସ୍‌ରେ ପରିବର୍ତ୍ତନ ଓ କୋହଳ କରାଯାଉଛି। ତେବେ ଏହା ସ୍ପଷ୍ଟ ଯେ, ମଦ ବ୍ୟବସାୟୀଙ୍କ ପାଖରେ ଥିବା ଶକ୍ତିର ପ୍ରୟୋଗ ଯୋଗୁ ଗଞ୍ଜେଇକୁ ବେଆଇନ କରି ରଖିବାର ଉଦ୍ୟମ ଲାଗିରହିଛି। ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିର ପ୍ରଭାବରେ ପରିବାରର ଅର୍ଥନୀତି ଧ୍ୱଂସ ପାଏ ନାହିଁ କିମ୍ବା ସେହି ବ୍ୟକ୍ତି ଗୁରୁତର ଭାବେ ରୋଗାକ୍ରାନ୍ତ ହୋଇ ଘରୁ ଅର୍ଥ ଖର୍ଚ୍ଚ କରାଇଦିଏ ନାହିଁ। ଗଞ୍ଜେଇ ବିରୋଧୀ ଲବିର ଚାବି ରହିଛି ଦେଶୀମଦ ଭାଟି ମାଲିକଙ୍କ ପାଖରେ। ଗ୍ରାମାଞ୍ଚଳରେ ମଦ ରାନ୍ଧୁଥିବା ଭାଟି ମାଲିକ ଏବଂ ତା’ ସହିତ ଥିବା ଗୁଣ୍ଡାଙ୍କ ପାଖରେ ଅନେକ କୋଟି ଖର୍ଚ୍ଚ କରିବାର ଶକ୍ତି ରହିଛି। ଅଧିକାଂଶ ଥାନା ଏବଂ ଅବକାରୀ କର୍ମଚାରୀ ଏହି ଭାଟି ମାଲିକଙ୍କ କବ୍‌ଜାରେ ରହି କାର୍ଯ୍ୟ କରନ୍ତି। ଯେତେବେଳେ ଗ୍ରାମାଞ୍ଚଳରେ ମହିଳାମାନେ ମଦ ବିିରୋଧୀ ଆନ୍ଦୋଳନ କରନ୍ତି ସେତେବେଳେ ଉଭୟ ପୋଲିସ ଓ ଅବକାରୀ ବିଭାଗ ନିଜ ଇଚ୍ଛାରେ ମାଡ଼ିଯାଇ ମହିଳାମାନଙ୍କୁ ଦମନ କରନ୍ତି। ଏହିି ଦୃଶ୍ୟ ସମଗ୍ର ଓଡ଼ିଶାରେ ଦେଖିବାକୁ ମିଳେ।
ମନେରଖିବାକୁ ହେବ ଯେ, ୧୯୮୫ ଯାଏ ମନୋରଞ୍ଜନ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ଭାରତରେ ଅପରାଧ ଶ୍ରେଣୀଭୁକ୍ତ ନ ଥିଲା। ପରେ ରାଜୀବ ଗାନ୍ଧୀ ସରକାରଙ୍କ ସମୟରେ ଏହା ଉପରେ କଟକଣା ଅଣାଗଲା। ଗଞ୍ଜେଇ ଓ ଭାଙ୍ଗ ଉପରେ ଭାରତରେ କଟକଣା ରହିଥିଲେ ବି ଧାର୍ମିକ ଓ ସାମାଜିକ କ୍ଷେତ୍ରରେ ଏହାର ସମ୍ପର୍କ ରହିଆସିଛି। ଆମ ପରମ୍ପରାରେ ଏହା ପୁରାତନ ଯୁଗରୁ ରହିଛି। ଔଷଧୀୟ ଗୁଣରେ ଗଞ୍ଜେଇର ମଧ୍ୟ ଅନେକ ଗୁରୁତ୍ୱ ଅଛି। ମଦ ଓ ଗୁଟ୍‌ଖା ଘଟାଉଥିବା କ୍ଷତି ତୁଳନାରେ ଗଞ୍ଜେଇର ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷୁଦ୍ର ନକାରାତ୍ମକ ପ୍ରଭାବ ଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଆସୁଛନ୍ତି। ଏହା ବ୍ୟତୀତ ହେରୋଇନ ଏବଂ ବିଭିନ୍ନ ଟାବଲେଟ ଭଳି ଘାତକ ନିଶାଦ୍ରବ୍ୟ କଥା ବିଚାରକୁ ନେଲେ ଭାରତରେ ଏହା ଏବେ କାୟା ମେଲାଇ ସାରିଲାଣି ଓ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଓଡ଼ିଶାର ରାସ୍ତାକଡ଼, ଗାଁଗହଳିରେ ମଦ ଉପତ୍ାଦନ ଓ କାରବାରକୁ ଲକ୍ଷ୍ୟ କଲେ ନିଶା କ୍ଷେତ୍ରରେ ଗଞ୍ଜେଇ ପ୍ରାୟତଃ କ୍ଷୀଣ ମନେହୁଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ପଛରେ କ୍ଷୁଦ୍ର ଚାଷୀ ବ୍ୟତୀତ କୌଣସି ବ୍ୟବସାୟିକ ଧନ ଶକ୍ତି ନାହିଁ। ଅପରପକ୍ଷରେ ଆମେରିକା ଭଳି ଦେଶରେ ଅଧିକାଂଶ ରାଜ୍ୟ ଗଞ୍ଜେଇ ଚାଷକୁ ଆଇନସିଦ୍ଧ କରିସାରିଲେଣି। କାରଣ ବିଶ୍ୱବ୍ୟାପୀ ଗଞ୍ଜେଇର ସକାରାତ୍ମକ ଦିଗକୁ ବୈଜ୍ଞାନିକମାନେ ଚିହ୍ନିବା ଆରମ୍ଭ କଲେଣି। ଏଥିରୁ ପ୍ରସ୍ତୁତ ହେଉଥିବା ଔଷଧ ଅନେକ ଦେଶରେ କର୍କଟ ଆକ୍ରାନ୍ତ ରୋଗୀଙ୍କଠାରୁ ଆରମ୍ଭ କରି ମାଇଗ୍ରେନ୍‌ ଭଳି ଉକତ୍ଟ ମୁଣ୍ଡବ୍ୟଥାରେ ପୀଡ଼ିତ ରୋଗୀଙ୍କୁ ଔଷଧ ଭାବେ ଏଲୋପ୍ୟାଥି ଡାକ୍ତରମାନେ ଦେଉଛନ୍ତି। ଆହୁରି ମଧ୍ୟ କୁହାଯାଇପାରେ ଯେ, ପୂର୍ବରୁ ଥାଇଲାଣ୍ଡ ଭଳି ଦେଶରେ ଗଞ୍ଜେଇ ବ୍ୟବହାରକାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉଥିଲା। ସେହି ଦେଶରେ ନିକଟ ଅତୀତରେ ଆଇନ ବଦଳାଯାଇ ଗଞ୍ଜେଇ ଚାଷ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ସ୍ବୀକୃତି ଦିଆଯାଇଛି।
ଗଞ୍ଜେଇ ହେଉଛି ଭାରତକୁ ମିଳିଥିବା ପ୍ରକୃତିର ଆଶୀର୍ବାଦ। ହିମାଳୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଚେରମୂଳିକୁ ନେଇ ଆୟୁର୍ବେଦ ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ଗଞ୍ଜେଇଗଛ ମନକୁ ମନ ଜଙ୍ଗଲୀ ବୃକ୍ଷ ଭାବେ ବଢ଼ିଥାଏ। ସେଠାରୁ ମଞ୍ଜି ନେଇ ଆଜି ବିଶ୍ୱବ୍ୟାପୀ ଗଞ୍ଜେଇ ଚାଷ କରାଯାଉଛି। ଗଞ୍ଜେଇର ସକାରାତ୍ମକ ଦିଗକୁ ଦେଖିବା ପରିବର୍ତ୍ତେ ଭାରତୀୟ ବ୍ୟବସ୍ଥା କେବଳ ମଦ ଲବିର ପଇସାରେ ଉତ୍‌ଫୁଲ୍ଲିତ ହୋଇ ବିଭିନ୍ନ ଆଇନ ସୃଷ୍ଟି କରିବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଏହି ରାଜ୍ୟର ପରମ୍ପରାକୁ ବିରୋଧ କରୁଛି। ଯେତେବେଳେ ଜାଲିକାଟୁ ଭଳି ନୃଶଂସ ପରମ୍ପରାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ଅସଫଳ ହୋଇଛନ୍ତି ସେହି ସମୟରେ ଓଡ଼ିଶା ସରକାରଙ୍କର ପରମ୍ପରା ସହିତ ସମ୍ପୃକ୍ତ ଗଞ୍ଜେଇ ବିରୋଧୀ ନୀତି ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ବିଶ୍ୱବ୍ୟାପୀ ପରିଚିତ ଥିଲା, କାରଣ ଏଠାରେ ସରକାରୀ ଦୋକାନରେ ଗଞ୍ଜେଇ କିଣିବା ଆଜି ମଧ୍ୟ ସମ୍ଭବପର। ସେଭଳି ପ୍ରଚ୍ଛଦପଟରେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଭାଙ୍ଗୁଥିବା ଅଣ ଓଡ଼ିଆ ନୀତି ରାଜ୍ୟକୁ କ୍ଷତି ପହଞ୍ଚାଇବ। ଇଂଲିଶରେ କୁହାଯାଏ ‘ପଲିସି କ୍ରିପ୍‌’, ଏହାର ଅର୍ଥ ହେଲା କ୍ଷୁଦ୍ର ଏବଂ ଛୋଟ ନୀତି କିମ୍ବା ଆଇନ ପ୍ରଣୟନ କରି ସାଧାରଣ ନାଗରିକଙ୍କର ଜୀବନଯାପନରେ ପ୍ରଭାବ ପକାଇବା। ଯେଉଁ ସରକାର ଏଭଳି ଆଇନ ପ୍ରଣୟନ କରନ୍ତି ତାହା ଏବେ କ୍ଷୁଦ୍ର ଲାଗିପାରେ କିନ୍ତୁ ଏହା କେବଳ ଆରମ୍ଭ ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri