କେବଳ ନୈରାଶ୍ୟ

ଆକାର ପଟେଲ

ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମନ୍ତବ୍ୟ ଚଳିତ ସପ୍ତାହର ଏକ ବଡ଼ ଖବର। ସେ କହିଥିଲେ, ସ୍ବାଧୀନତା ପାଇଁ ଭାରତର ସଂଗ୍ରାମ ଭିକ୍ଷା ସଦୃଶ ଏବଂ ପ୍ରକୃତ ସ୍ବାଧୀନତା ଆସିଥିତ୍ଲା ୨୦୧୪ ପରେ । ୪ ଦିନ ଧରି ଏହି ବିଷୟ ସୋସିଆଲ ମିଡିଆ ଓ ଅନ୍ୟ ମିଡିଆଗୁଡ଼ିକରେ ଅଧିକ ପ୍ରସାରଣ କରାଗଲା। ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ ସଂସ୍ଥା ଦ୍ୱାରା ଆର୍ୟନ ଖାନ୍‌ ଗିରଫ ହୋଇ ଜେଲ୍‌ରେ ରହିଥିଲେ। ସେତେବେଳେ ଉକ୍ତ ଘଟଣା ସମସ୍ତ ମିଡିଆର ମୁଖ୍ୟ ନ୍ୟୁଜ୍‌ ବା ଖବର ହୋଇଥିଲା ଓ ତିନି ସପ୍ତାହ ଧରି ଗଣମାଧ୍ୟମରେ ଛାଇ ହୋଇଯାଇଥିଲା । ଏହି ସମୟରେ ଟିଭିରେ ଏହା ବିତର୍କର ମୁଖ୍ୟ ପ୍ରସଙ୍ଗ ପାଲଟିଗଲା। ଏସବୁକୁ ଦେଖି ମୋ ନୂଆ ବହି ପାଇଁ ମୁଁ ଦୁଇଟି ବୃହତ୍‌ ଇଂଲିଶ ନ୍ୟୁଜ ନେଟ୍‌ଓ୍ବର୍କ ସଂସ୍ଥାର ଖବର ପ୍ରସାରଣର ଧାରା ଉପରେ କିଛି ଅନୁଧ୍ୟାନ କଲି। ଅଗଷ୍ଟ ୨୦୨୦ରେ ରିପବ୍ଲିକ ଟିଭିର ୪୮ଟି ବିତର୍କରୁ ସ୍ବତନ୍ତ୍ର ଭାବେ ୩୮ଟି ସୁଶାନ୍ତ ସିଂ ରାଜପୁତଙ୍କ ଆମତ୍ହତ୍ୟା ଉପରେ କରାଯାଇଥିଲା। ସେହିଭଳି ଟାଇମ୍ସ ନାଓ ଏହି ଅଭିନେତା ଓ ତାଙ୍କ ବାନ୍ଧବୀ ସମ୍ପର୍କିତ ବିତର୍କର ଆୟୋଜନ କରିଥିଲା। ବିହଙ୍ଗ ଜୁମଲେ ଏବଂ ଖ୍ରୀଷ୍ଟୋଫେ ଜାଫ୍ରିଲଟ୍‌ ମଧ୍ୟ ମେ ୨୦୧୭ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ରିପବ୍ଲିକ ଟିଭିର ପ୍ରସାରିତ ବିଷୟବସ୍ତୁ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ମୋଟ ୧୭୭୯ ବିତର୍କ ମଧ୍ୟରୁ ଅର୍ଦ୍ଧେକରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା ।
ସରକାରଙ୍କୁ ସମାଲୋଚନା କଲା ଭଳି ଗୋଟିଏ ବି ବିତର୍କ ସାମ୍‌ନାକୁ ଆସି ନ ଥିବା ଜଣାପଡ଼ିଲା। ଗଣମାଧ୍ୟମଗୁଡ଼ିକ ଗୋଟିଏ ବିଷୟ ପ୍ରସାରଣ କରିବା ପରେ ଆଉ ଗୋଟିଏ ଘଟଣାକୁ ଯାଉଛନ୍ତି ଓ କିଛି ଦିନ ପୂର୍ବେ ଜୋର୍‌ସୋରରେ ପ୍ରସାର କରିଥିବା ଘଟଣାକୁ ଆଉ ଫେରୁ ନାହାନ୍ତି। ଆମେ ବର୍ତ୍ତମାନ କେତୋଟି ଖବର ସୁଶାନ୍ତ ସିଂ ରାଜପୁତ ‘ହତ୍ୟା’ କିମ୍ବା ଶଶୀି ଥରୁର୍‌ଙ୍କ ସ୍ତ୍ରୀଙ୍କ ‘ହତ୍ୟା’ ଦେଖୁଛେ? କିଛି ଦେଖିବାକୁ ପାଉନେ। ମିଡିଆ ଏବେ ଆର୍ୟନ ଖାନ୍‌ ଏବଂ କଙ୍ଗନା ରାଣାଓ୍ବତ ଆଡ଼କୁ ମୁହଁାଇଛି ଓ ଆସନ୍ତା କାଲି ଆଉ କିଛି ପ୍ରସାରଣ କରିବାରେ ଲାଗି ପଡ଼ିବ। ସେମାନେ ଯୋଜନାବଦ୍ଧ ଭାବେ ଲଗାତର ଏଭଳି କରୁଛନ୍ତି ଏବଂ ଆମ ଭଳି ଦର୍ଶକଙ୍କ ଆଗ୍ରହକୁ ସେମାନେ ଲକ୍ଷ୍ୟ କରୁଛନ୍ତି। ଆମେ ମଧ୍ୟ ଏହା ଉପରେ ଉତ୍ସାହ ବା ପ୍ରତିକ୍ରିୟା ପ୍ରକାଶ କରୁଛୁ।
ଯେଉଁ ଦେଶଗୁଡ଼ିକରେ ଅଧିକ ଲାଇଫ୍‌ ଏକ୍ସପେକ୍ଟାନ୍ସି, କମ୍‌ ଶିଶୁ ମୃତ୍ୟୁହାର, ଉଚ୍ଚ ରୋଜଗାର, ଅଧିକ ମଜୁରି, ବିକଶିତ ଶିକ୍ଷା, କମ୍‌ ଅପରାଧ,ଅଧିକ ଲିଙ୍ଗଗତ ସମାନତା ଓ ବ୍ୟକ୍ତିଗତ ସ୍ବାଧୀନତା ଥିବ ଏବଂ ନ୍ୟାୟିକ ବ୍ୟବସ୍ଥା କାର୍ଯ୍ୟ କରୁଥିବ; ସେଠାରେ ନିରର୍ଥକ ନ୍ୟୁଜ ପ୍ରକାଶ କିମ୍ବା ପ୍ରସାରଣ କରିବାରେ ମିଡିଆ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ସମସ୍ୟା ଜର୍ଜରିତ ଭାରତରେ ସମସ୍ୟାଭିତ୍ତିକ ନ୍ୟୁଜ୍‌କୁ ଛାଡ଼ି ଅନ୍ୟଥିରେ ମିଡିଆ ମାତୁଛି। ଲାଇଫ୍‌ ଏକ୍ସପେକ୍ଟାନ୍ସିରେ ଭାରତ ଇରାକ ଓ ନେପାଳ ପଛରେ ୧୩୬ ସ୍ଥାନରେ ରହିଛି। ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଶିଶୁ ମୃତ୍ୟୁହାର ୟେମେନ ଓ ସୁଦାନଠାରୁ ମଧ୍ୟ ଖରାପ। ସ୍ବାଧୀନତା ପୂର୍ବର ବେରୋଜଗାର ସ୍ତର ୨୦୧୮ ପରଠାରୁ ଲାଗି ରହିଛି। ୨୦୧୩ରେ ଯେତିକି ଭାରତୀୟ କାମ କରୁଥିଲେ ଏବେ ତା’ଠାରୁ ୫ କୋଟି କମ୍‌ ଲୋକ କରୁଛନ୍ତି। ଏହି ସମୟରେ ଅତିରିକ୍ତ ୧୩ କୋଟି ଲୋକ କାର୍ଯ୍ୟ କରିବାର ବୟସରେ ଉପନୀତ ହୋଇଥିତ୍ଲେ ମଧ୍ୟ ଆମ ଶ୍ରମ ଶକ୍ତି ହ୍ରାସପାଇଛି। ସବୁ ଗୁରୁତ୍ୱପୂର୍ଣ୍ଣ ଦିଗରୁ ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ତୁଳନାରେ ଭାରତୀୟଙ୍କ ଜୀବନ ଭଲ ନୁହେଁ। କିନ୍ତୁ ଏସବୁ ଆମ ମିଡିଆରେ ପ୍ରକାଶ ପାଉନାହିଁ। ଆମେ ମଧ୍ୟ ଏ ବିଷୟଗୁଡ଼ିକ ଜାଣିବା ଲାଗି କାହିଁକି ଆଗ୍ରହ ଦେଖାଉ ନାହଁୁ ତା’ ଉପରେ ଅନୁଧ୍ୟାନ କରାଯିବା ଆବଶ୍ୟକ। ମୋ ମତରେ ଏଥିପାଇଁ ଆମେ ମିଡିଆକୁ ଦୋଷ ଦେଇ ପାରିବା ନାହିଁ। କେଉଁ ନ୍ୟୁଜର ଗୁରୁତ୍ୱ ରହିଛି ତାହା ସ୍ଥିର କରିବାର ଅଧିକାର ବା ସ୍ବାଧୀନତା ରହିଛି ମିଡିଆର। ସେମାନଙ୍କଠାରୁ ନ୍ୟୁଜ ଦେଖିତ୍ବାର ମଧ୍ୟ ଆମର ଅଧିକାର ଅଛି ଓ କେଉଁ ନ୍ୟୁଜ ଦେଖିବା ତାହା ଆମକୁ ନିଶ୍ଚିତ କରିବାକୁ ହେବ ।
ସେମାନେ ଯାହା ପ୍ରସାରଣ କରୁଥିଲେ ସେସବୁ ଅପ୍ରାସଙ୍ଗିକ ଓ ଆମ ସମୟ ପାଇଁ ଉପଯୁକ୍ତ ନୁହେଁ ବୋଲି ଯଦି ଆମେ ଅନୁଭବ କରିଥାନ୍ତେ ତେବେ ଆମେ ତାହାକୁ ଦେଖୁ ନ ଥାନ୍ତେ। କିନ୍ତୁ ଭାରତରେ ତାହା ହେଉନାହିଁ। ଏଭଳି ନ୍ୟୁଜ ମହତ୍ତ୍ୱହୀନ ଓ ହାସ୍ୟାସ୍ପଦ ହେଲେ ବି ଏହାର ଗୁରୁତ୍ୱ ରହୁଛି,କାରଣ ଆମ ପାଖରେ ଅନ୍ୟ ନ୍ୟୁଜର ଅଭାବ ରହିଛି।
ଭାରତର ମୋଟ ଜନସଂଖ୍ୟାର ୬୦%( ୮୦ କୋଟି) ଲୋକଙ୍କୁ ଗତବର୍ଷରୁ ମାଗଣାରେ ଦିଆଯାଉଥିବା ମୁଣ୍ଡପିଛା ୫ କେ.ଜି. ଖାଦ୍ୟଶସ୍ୟ ନଭେମ୍ବର ଶେଷସୁଦ୍ଧା ବନ୍ଦ କରାଯିବ ବୋଲି ମନ୍ତ୍ରୀମାନେ କହିଛନ୍ତି। ସରକାରୀ ସର୍ଭେରୁ ଜଣାପଡ଼ିଛି, ଅପପୁଷ୍ଟି ଅନେକ ରାଜ୍ୟରେ ବୃଦ୍ଧିପାଇଛି। ତେବେ ବିଗତ ଦିନରେ ଟିଭିରେ ଯେଉଁ ବିଷୟଗୁଡ଼ିକ ପ୍ରସାରିତ କରାଯାଉଥିତ୍ଲା ବା ଆଜି ହେଉଛି ସେଥିତ୍ପ୍ରତି ଆମେ ଯେତିକି ଗୁରୁତ୍ୱ ଦେଉଛୁ ସମସ୍ୟାଗୁଡ଼ିକ ଉପରେ ସେତିକି ଚିନ୍ତା ପ୍ରକଟ କରୁନାହଁୁ। ଆମକୁ କୁହାଯାଉଛି ଆମେ ଜାତୀୟତାବାଦକୁ ଆଧାରକରି ଆଗୋଉଛୁ। ହେଲେ ଆମ ମୁଣ୍ଡପିଛା ଜିଡିପି ବାଂଲାଦେଶ ପଛରେ ଥିତ୍ଲେ ମଧ୍ୟ ଆମେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କଲୁ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା,ଯାହାକୁ ଆମେ ଅରୁଣାଚଳ ପ୍ରଦେଶ କହୁଛୁ ଚାଇନା ତାହାକୁ ସାଉଥ୍‌ ତିବ୍ବତ କହି ସେଠାରେ ଗାଁ ଗଢି ଲୋକଙ୍କୁ ରଖୁଥିଲେ ମଧ୍ୟ ସେହି ନ୍ୟୁଜକୁ କଙ୍ଗନା ରାଣାଓ୍ବତଙ୍କ ୩୦ ସେକେଣ୍ଡ୍‌ ବିଶିଷ୍ଟ କ୍ଲପଠାରୁ କମ୍‌ ସମୟ ପ୍ରସାରଣ କରାଗଲା। ଏଭଳି ଦେଶର ଭାଗ୍ୟ କ’ଣ? ଏଭଳି ସ୍ଥିତିରେ ଦେଶକୁ ନେଇ ଆଶାବାଦୀ ହେବା କଠିନ। ଆମେ ଏବେ କେଉଁଠି ପହଞ୍ଚିଛୁ ଓ କେଉଁଆଡ଼େ ମୁହଁାଉଛୁ । ଏହାକୁ ନେଇ ଆମ ମଧ୍ୟରେ କେବଳ ନୈରାଶ୍ୟ ପ୍ରକାଶ ପାଇଛି ଓ ତାହା ବିଗତ କିଛି ବର୍ଷର ଘଟଣାବଳୀରୁ ପ୍ରମାଣିତ ହୋଇଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri