କେବଳ ଦେଖଣାହାରି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚମତ୍କାର ବିଜୟ ପରେ ଏବେ ଆମେରିକା-ଚାଇନା ସମ୍ପର୍କ ଉପରେ ତାଙ୍କର ଅଧିକ ନଜର ରହିଛି। ଉଲ୍ଲେଖନୀୟ ଯେ, ଚାଇନା ହେଉଛି ଆମେରିକାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ। ଆମେରିକା ପ୍ରତି ଚାଇନା ବଡ଼ ବିପଦ ବୋଲି ୮ ବର୍ଷ ପୂର୍ବେ ଟ୍ରମ୍ପ୍‌ ସୂଚିତ କରିଥିଲେ ଏବଂ ତାହାର ଅର୍ଥନୈତିକ ବୃଦ୍ଧିକୁ ରୋକିବା ପାଇଁ ପଦକ୍ଷେପ ମଧ୍ୟ ନେଇଥିଲେ। ସେ ଶୁଳ୍କ ଲାଗୁକରି ଆମେରିକାରେ ଚାଇନା ବଜାର ପ୍ରବେଶକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏହା କିଛି ମାତ୍ରାରେ ସଫଳ ହୋଇଥିଲା ଏବଂ ଟ୍ରମ୍ପ୍‌ଙ୍କ ଉତ୍ତରାଧିକାରୀ ଜୋ ବାଇଡେନ୍‌ ଏହି ଧାରା ଜାରି ରଖିଥିଲେ। ଚାଇନା ଏକ ଦଶନ୍ଧି ହେଲା ଆମେରିକାର ବଡ଼ ବାଣିିଜି୍ୟକ ଅଂଶୀଦାର ରହିଥିଲା। କିନ୍ତୁ ଚଳିତ ବର୍ଷ ଚାଇନାକୁ ଟପି ମେକ୍ସିକୋ ଆମେରିକାର ସବୁଠୁ ବଡ଼ ବାଣିଜି୍ୟକ ଭାଗୀଦାରି ହୋଇଯାଇଛି। ଅବଶ୍ୟ ଆମେରିକାକୁ ମେକ୍ସିକୋ ରପ୍ତାନି କରୁଥିବା ସାମଗ୍ରୀର ଅଧିକାଂଶ ଅଂଶ ପ୍ରଥମେ ଚାଇନାରୁ ଆସୁଥିଲା। ତେଣୁ ମେକ୍ସିକୋ ସେ ସ୍ଥାନ ନେବା ପରେ ଚାଇନାର ପ୍ରକୃତ କ୍ଷତି କ’ଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ବାଇଡେନ୍‌ ପଦକ୍ଷେପ ନେଇ ଚାଇନାର ଅଭିବୃଦ୍ଧିକୁ ପଙ୍ଗୁ କରିବାକୁ ଚେଷ୍ଟା କରିଥିଲେ ଏବଂ ଅତ୍ୟାଧୁନିକ ମାଇକ୍ରୋଚିପ୍ସ ଏବଂ ସେଗୁଡ଼ିକୁ ତିଆରି କରିବା ପାଇଁ ବ୍ୟବହୃତ ଯନ୍ତ୍ରପାତି ଯୋଗାଣ ବନ୍ଦ କରିଦେଇଥିଲେ। ହେଲେ ଏହି ସାମଗ୍ରୀ ନିଜ ଦେଶରେ ବିକାଶ କରି ଚାଇନା ଏହାର ଜବାବ ଦେଇଛି। ବିଶେଷଜ୍ଞମାନଙ୍କ ଅନୁମାନ ଯେ, ଚାଇନା କିଛି ବର୍ଷ ପରେ ସେହି ସ୍ତରରେ ପହଞ୍ଚତ୍ୟିବ।

ଚାଇନା ଏବେ ସୁଦ୍ଧା ବୈଦ୍ୟୁତିକ ଯାନ ଏବଂ ସୋଲାର ପ୍ୟାନେଲ ସମେତ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଆଗରେ ରହିଛି। ଟେସ୍‌ଲା ମାଲିକ ଏଲନ ମସ୍କ କହିଛନ୍ତି, ଚାଇନାରେ ଥିବା କାରଖାନାରେ ତାଙ୍କ କମ୍ପାନୀ ଦ୍ୱାରା ସବୁଠୁ ଭଲ କାର୍‌ ତିଆରି ହେଉଛି। କିନ୍ତୁ ଚାଇନାରେ ସ୍ଥାନୀୟ ବ୍ରାଣ୍ଡ୍‌ ଦ୍ୱାରା ତିଆରି ହେଉଥିବା କାର୍‌ଗୁଡ଼ିକ ବିଶ୍ୱର ସର୍ବୋତ୍ତମ ଏବଂ ଶସ୍ତା ବୋଲି ବିଚାର କରାଯାଉଛି। ଅପରପଟେ ଆମେରିକା ଗ୍ୟାସ୍‌ କାର୍‌ ଓ ପେଟ୍ରୋଲଚାଳିତ ଟ୍ରକ୍‌ରେ ଅଟକି ରହିଛି। ବାସ୍ତବରେ ଏହି ଶିଳ୍ପ ଏବେ ବନ୍ଦ ହେବା ଉପରେ। ଆମେରିକୀୟ କମ୍ପାନୀ ଫୋର୍ଡ ଏବଂ ଜେନେରାଲ ମୋଟର୍ସ ପ୍ରତିଦ୍ୱନ୍ଦ୍ୱିତା ନ କରି ଚାଇନାର କାରଗୁଡ଼ିକୁ ଶୁଳ୍କ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ମାଧ୍ୟମରେ ବନ୍ଦ କରି ତିଷ୍ଠି ରହିବାକୁ ଚେଷ୍ଟା କରୁଛନ୍ତି। ଦୁଇଟି କାରଣ ପାଇଁ ଏହି ଉପାୟ ବେଶିଦିନ ଚାଲିବ ନାହିଁ। ପ୍ରଥମଟି ହେଉଛି ଗ୍ରାହକଙ୍କ ଆଗ୍ରହ ଏବଂ ରଣନୀତିକ କାରଣରୁ ଲୋକଙ୍କୁ ଶସ୍ତା ବିକଳ୍ପ ନ ଦେବା। ଅନ୍ୟଟି ହେଉଛି ଆଗକୁ ବୈଦ୍ୟୁତିକ ଯାନର ଚାହିଦା ରହିବ ଏବଂ ଏହାକୁ ବାଧ୍ୟତାମୂଳକ କରା ନ ଗଲେ ପେଟ୍ରୋଲଚାଳିତ ଗାଡ଼ି ହଟିବ ନାହିଁ। ଚାଇନାର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଆମେରିକା ଅର୍ଥ ବ୍ୟବସ୍ଥାର ପାଖାପାଖି ଦୁଇ ତୃତୀୟାଂଶ ଏବଂ ସମଗ୍ର ୟୁରୋପୀୟ ୟୁନିଅନ ଅର୍ଥ ବ୍ୟବସ୍ଥାର ଆକାର ସହ ସମାନ। ଚାଇନା ଆସନ୍ତା ୧୦ ବର୍ଷ ମଧ୍ୟରେ ଆମେରିକା ପାଖାପାଖି ପହଞ୍ଚତ୍ୟିବ। ଚାଇନା ବ୍ୟତୀତ ଅନ୍ୟ କୌଣସି ଦେଶ ତାହା କରିନାହାନ୍ତି କିମ୍ବା କରିବାକୁ ଚେଷ୍ଟା କରୁନାହାନ୍ତି। ସୋଭିଏଟ୍‌ ସଂଘର ପତନ ପୂର୍ବରୁ ଏହାର ଅର୍ଥ ବ୍ୟବସ୍ଥାର ଆକାର ଆମେରିକାର ଏକଚତୁର୍ଥାଂଶ ଥିଲା। କିନ୍ତୁ ତାହା ଏକ ଭିନ୍ନ ସମୟ ଥିଲା ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ରୁଷୀୟମାନେ ଚାଇନା ଭଳି ପ୍ରାଧାନ୍ୟ ବିସ୍ତାର କରି ନ ଥିଲେ। ଏବେ ଚାଇନା ହେଉଛି ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ଏବଂ ସମସ୍ତ ସାମଗ୍ରୀର ଏକ ତୃତୀୟାଂଶ ଉପତ୍ାଦନ କରୁଛି। କୋଭିଡ୍‌ ପରଠାରୁ ଚାଇନା ଅଭିବୃଦ୍ଧି ମାନ୍ଦା ରହିଥିଲା। କିନ୍ତୁ ଏହା ଏବେ ପୂରା ମଜଭୁତ ହୋଇଛି। ୨୯ ନଭେମ୍ବରରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଆମେରିକା ତୁଳନାରେ ଏହାର ଅଭିବୃଦ୍ଧି ଦୁଇଗୁଣ ହାରରେ ବଢୁଛି। ଭାରତର ମଧ୍ୟ ସେହି ସମାନ ହାରରେ ବଢୁଛି, ଯଦିଓ ଚାଇନାର ଅର୍ଥ ବ୍ୟବସ୍ଥା ଭାରତଠାରୁ ପାଞ୍ଚଗୁଣ ଅଧିକ। ଚାଇନାର ଅର୍ଥ ବ୍ୟବସ୍ଥା ଯେଉଁ ଗତିରେ ବୃଦ୍ଧି ପାଇଛି ତାହାକୁ ଭବିଷ୍ୟତରେ ଅଟକାଇବା ଆମେରିକା ପାଇଁ ସହଜ ହେବ ନାହିଁ। ବର୍ତ୍ତମାନ ଭୂ-ରାଜନୈତିକ ସ୍ଥିତି ହେଉଛି ପ୍ରମୁଖ ପ୍ରସଙ୍ଗ। ଚାଇନା କିଭଳି ସମାନ ନ ହେବ ତାହା ଉପରେ ଆମେରିକା କ’ଣ କରିପାରିବ? ଯଦି ଅଧିକ କିଛି କରି ନ ପାରିବ ତେବେ ଆମେରିକା ସହ ଚାଇନା ସମାନ ହେଲେ ତା’ପରେ ବିଶ୍ୱର ସର୍ବବୃହତ୍‌ ଶକ୍ତି ହୋଇଯିବ କି? ଆମେ କିଛି ବର୍ଷ ମଧ୍ୟରେ ଉଭୟର ଉତ୍ତର ପାଇଯିବୁ। ଅନେକ ପ୍ରମୁଖ ପ୍ରସଙ୍ଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଗତ କିଛି ଦଶନ୍ଧି ଧରି ବିଶ୍ୱରେ ଆମେରିକା ଓ ତାହାର ମେଣ୍ଟ ଯାହା କରି ଆସିଛନ୍ତି ତାହା କରିବାକୁ ସକ୍ଷମ ହେବେ ନାହିଁ।

ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଦେଶ। କିନ୍ତୁ ଆମ ପାଇଁ ଦୁର୍ଭାଗ୍ୟର କଥା ହେଉଛି, ଏକ୍ଷେତ୍ରରେ ଆମ ଭୂମିକା ସୀମିତ। ଆମେ କେବଳ ଦେଖଣାହାରି ହୋଇ ରହିଛୁ, କାରଣ ଚାଇନା ଯାହା କରିଛି ତାହା ଆମେ କରିବାକୁ ସକ୍ଷମ ହୋଇନାହୁଁ। ୧୯୯୦ରେ ଭାରତ ଏବଂ ଚାଇନା ଅର୍ଥ ବ୍ୟବସ୍ଥା ତଥା ମୁଣ୍ଡପିଛା ଜିଡିପି ସମାନ ଥିଲା (ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ ଭାରତ ସାମାନ୍ୟ ଆଗରେ ରହିଥିଲା)। ସାଢ଼େ ତିନି ଦଶନ୍ଧିର ‘ଉଦାରୀକରଣ’ ଏବଂ ମୋଦିଙ୍କ ଅଧୀନରେ ଏକ ଦଶନ୍ଧିର ଶାସନରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୧୪ରେ ଚାଇନାର ମୁଣ୍ଡପିଛା ଜିଡିପି ୭୬୦୦ ଡଲାର ଏବଂ ଆମର ୧୫୫୯ ଡଲାର ଥିଲା। ଏକ ଦଶନ୍ଧି ପରେ ସେମାନେ ଏବେ ୧୨୬୧୪ ଡଲାରରେ ଥିବାବେଳେ ଆମର ଏହା ୨୪୦୦। ଯେକୌଣସି ପରିସ୍ଥିତିରେ, କେବଳ କଥାରେ ବେଶି ଦିନ ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମେ ଚାହଁୁନାହଁୁ। ସମଗ୍ର ଭୂରାଜନୈତିକ ଦୃଶ୍ୟପଟରେ ଭାରତ ଆଗରେ ଅନେକ ଦୃଷ୍ଟାନ୍ତ ଅଛି। ବ୍ରିଟେନ କିମ୍ବା ଫ୍ରାନ୍ସ ଉଭୟ ଶକ୍ତି ଖଟାଇଥିଲେ ମଧ୍ୟ ତାହାର କୌଣସି ମୂଲ୍ୟ କି ପ୍ରାସଙ୍ଗିକତା ରହିନାହିଁ। ଭାରତର ଅବସ୍ଥା ଠିକ୍‌ ସେହିପରି। ଏତେ ସାମର୍ଥ୍ୟ ଓ ସମ୍ଭାବନା ଥିବା ଏକ ଦେଶ ପାଇଁ ଏହା ଲଜ୍ଜାଜନକ। ଅନ୍ୟପକ୍ଷରେ, ଏକ ବାସ୍ତବ ବିକାଶ ବଦଳରେ ଆମେ ଆମ ଭିତରେ ଲଢୁଛୁ ଏବଂ ବହୁ ଶତାବ୍ଦୀ ପୂର୍ବର ବିବାଦଗୁଡ଼ିକୁ ଉଖାରି ବାହାର କରିବାରେ ବେଶ୍‌ ଆନନ୍ଦ ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri