Posted inଫୁରସତ

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ। ଏହା ପରେ ବକ୍ରି ଗୁରୁ ସେପ୍ଟେମ୍ବର ୧୪ରେ ରାତି ୨ଟା ୨୮ରେ ମକର ରାଶିରେ ପ୍ରବେଶ କରିବେ।
ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଧର୍ମ , ଜ୍ଞାନ , ଶିକ୍ଷା , ବିବାହ , ସନ୍ତାନ , ସୁଖ ଏବଂ ଧନର ଗ୍ରହଭାବେ ବିବେଚନା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ଗୋଚର ଚଳନରେ ସେ ଅବସ୍ଥାନ କରୁଥିବା ରାଶିଠାରୁ ଦ୍ୱିତୀୟ, ପଞ୍ଚମ, ନବମ, ଦଶମ ଏବଂ ଏକାଦଶ ଭାବରେ ସୁୁଖ ପ୍ରଦାନ କରିଥାନ୍ତି। ଦେବଗୁରୁ ପଞ୍ଚମ, ସପ୍ତମ ଏବଂ ନବମ ଭାବକୁ ବିଶେଷ ଦୃଷ୍ଟି ପ୍ରଦାନ କରିଥାନ୍ତି। କର୍କଟ ରାଶିରେ ବୃହସ୍ପତି ହେଉଛନ୍ତି ଉଚ୍ଚ। ଧନୁ ଏବଂ ମୀନ ବୃହସ୍ପତିଙ୍କ ନିଜ ରାଶି। ଦେବଗୁରୁଙ୍କ ଚଳନରେ ଶାନ୍ତି ପାଇଁ ଗୁରୁ ମହାଗ୍ରହ ମନ୍ତ୍ର ଜପ କରିବା , ଗୋ ସେବା , ମନ୍ଦିରରେ ପୂଜାର୍ଚ୍ଚନା, ଗୁରୁଙ୍କ ସେବା ଏବଂ ଗୁରୁ ଗ୍ରହଙ୍କ ଦ୍ରବ୍ୟ ଦାନ କରିବା ଆବଶ୍ୟକ। ପ୍ରଭୁ ଶିବ , ଦେବୀ ଦୁର୍ଗା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା କଲେ ଗୁରୁଙ୍କର ଖରାପ ପ୍ରଭାବ ପଡ଼ିବ ନାହିଁ। ଦେବଗୁରୁଙ୍କ ଚଳନରେ

ମେଷ- ଲାଭର ଯୋଗ ରହିଛି। ବ୍ୟବସାୟ କିମ୍ବା ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କର ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ ।

ବୃଷ- ଦଶମ ଘରେ ବୃହସ୍ପତିଙ୍କ ଆଗମନ ଯୋଗୁ କାର୍ଯ୍ୟ ସିଦ୍ଧ ହେବ। ମାନ ସମ୍ମାନରେ ବୃଦ୍ଧି ଘଟିବ। ଧନର ନୂତନ ଉତ୍ସ ସୃଷ୍ଟି ହେବ।

ମିଥୁନ- ଭାଗ୍ୟ ଭାବ ପ୍ରତି ସୁଦୃଷ୍ଟି। ଅର୍ଥ ଲାଭ ହେବ , କିନ୍ତୁ ଖର୍ଚ୍ଚ ମଧ୍ୟ ଅଧିକ ହେବ। ଘରେ ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ଅଛି।

କର୍କଟ- ମିଶ୍ରିତ ଫଳାଫଳ ମିଳିବ। ଲାଭ କମ ହେବ। ଅତ୍ୟଧିକ ବ୍ୟୟ ମାନସିକ ସମସ୍ୟା ସୃଷ୍ଟି କରିପାରେ। କ୍ରୋଧରୁ ଦୂରେଇ ରହିବା ସହିତ କାରବାରରେ ସତର୍କତା ଅବଲମ୍ବନ ଜରୁରୀ।

ସିଂହ- ବୃହସ୍ପତିଙ୍କ ସପ୍ତମ ଦୃଷ୍ଟି ଯୋଗୁ ବନ୍ଧୁ ସମ୍ପର୍କ ବୃଦ୍ଧି ପାଇବ। ନୂତନ ଚାକିରି ସମ୍ଭାବନା।

କନ୍ୟା- ଅର୍ଥ ଲାଭ। ପ୍ରତିପକ୍ଷଙ୍କ ସହିତ ମଧ୍ୟ ସତର୍କତା ଜରୁରୀ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ଭାବନା। ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ଯାତ୍ରାର ସମ୍ଭାବନା।

ତୁଳା- ସୁଖରେ ସମୟ ବିତିବ। ଆୟର ଉତ୍ସ ସ୍ଥିର ରହିବ। ଦକ୍ଷତା ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ସଫଳତା। ମାନ ସମ୍ମାନରେ ବୃଦ୍ଧି।

ବିଛା-ପରିବାରରେ ମତ ପାର୍ଥକ୍ୟ। ଅର୍ଥ ପ୍ରାପ୍ତି ଯୋଗ ରହିଛି। ଅପବ୍ୟୟ ପ୍ରତି ସତର୍କ ରହିବା ଜରୁରୀ।

ଧନୁ- ସୁଖ ଶାନ୍ତି ମିଳିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଅଟକି ରହିଥିବା କାମ ଶେଷ ହେବାର ସମ୍ଭାବନା ରହିଛି।

ମକର- ଶୁଭ ଏବଂ ଅଶୁଭ ଉଭୟ ମିଶ୍ରିତ ଫଳ ମିଳିବ। ପରିବାରରେ ଶୁଭ କାର୍ଯ୍ୟ ସମ୍ପନ୍ନ ହେବ। ବୃଥା ଚିନ୍ତାରେ ଘାରିହେବେ। ମାନସିକ ସମସ୍ୟା ସ୍ବାସ୍ଥ୍ୟ ଉପରେ ପ୍ରଭାବ ।

କୁମ୍ଭ-ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

ମୀନ- ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ଆସିବାର ଆଶଙ୍କା ରହିଛି। ବିତର୍କରୁ ଦୂରେଇ ରହିବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri