ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ

ଗଜପତି,୨୧ା୧୨(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ଏହି କନିଷ୍ଠ ଯନ୍ତ୍ରୀ। କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ରାସ୍ତା ଓ ଡ୍ରେନେଜ ନିର୍ମାଣ କାର୍ଯ୍ୟର ବିଲ୍‌ କରିବା ପାଇଁ ଠିକିଦାର କେ. ତେଜେଶ୍ବରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଥିଲା। ଠିକାଦାରଙ୍କଠାରୁ ଅଭିଯୋଗ ପାଇ ପୂର୍ବରୁ ବ୍ରହ୍ମପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟାଳୟ ନିକଟରେ ଛକି ବସିଥିଲେ। ଲାଞ୍ଚ ଟଙ୍କା ନେବାବେଳେ ମାଡ଼ି ବସିଥିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।