କନିଷ୍ଠ ଯନ୍ତ୍ରୀ ଆକ୍ରମଣ ମାମଲା: ଛତିଶଗଡ଼ରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୫ା୬(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମାଉଜରରେ ମରଣାନ୍ତକ ଆକ୍ରମଣ ମାମଲାରେ ନବରଙ୍ଗପୁର ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଓ ତାଙ୍କ ସହଯୋଗୀ ଥବିର ହରିଜନ। ସେମାନଙ୍କ ନିକଟରୁ ୨ ମାଉଜର ଏବଂ ୩ ସ୍ମାର୍ଟଫୋନ୍‌ ଜବତ କରାଯାଇଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୭ରେ ପହଞ୍ଚିଛି।
ନବରଙ୍ଗପୁର ଏସ୍‌ପି ଏସ୍‌. ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଏସ୍‌ଡିପିଓ ଆଦିତ୍ୟ ସେନ୍‌ଙ୍କ ନେତୃତ୍ୱରେ ନବରଙ୍ଗପୁର ଓ ପାପଡ଼ାହାଣ୍ଡିର ଦୁଇଟି ପୋଲିସ ଟିମ୍‌ ଛତିଶଗଡ଼ ଯାଇ ବୈଲାଡିଲାର ବଚେଲି ଅଞ୍ଚଳରୁ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତ ଅନ୍ତର୍ଗତ ଦୁଃଖୁଗୁଡ଼ା ଗ୍ରାମର ଗୌର ହରିଜନଙ୍କ ଠାରୁ ଏକ ମାଉଜର ଆଣିଥିବାବେଳେ ଅନ୍ୟଟି ନନ୍ଦାହାଣ୍ଡି ବ୍ଲକ ମିରଗାନଗୁଡ଼ା ଗ୍ରାମର ରାଜଦେବ ହରିଜନଙ୍କ ଠାରୁ ଆଣିଥିବା ସ୍ବୀକାର କରିଛନ୍ତି। ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା ତେନ୍ତୁଳିଖୁଣ୍ଟି ଥାନାରେ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ବନ୍ଧୁକ କାରବାରର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଥିବା ପୋଳିସ କହିବା ସହ ବନ୍ଧୁକ କାରବାରରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି। ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ ତେନ୍ତୁଳିଖୁଣ୍ଟି ବ୍ଲକରେ ଉନ୍ନୟନ କାର୍ଯ୍ୟ ବିଲକୁ କେନ୍ଦ୍ରକରି ମେ ୨୪ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବିଡିଓ ଦୁର୍ଯ୍ୟୋଧନ ଭୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ...

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି...

ବୋମା ଖାଇ ବଳଦ ଆହତ ଘଟଣା: ଶିକାରୀ ଗିରଫ

କେନ୍ଦୁଝର, ୫ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଜଙ୍ଗିରା ସେକ୍ସନ ଅନ୍ତର୍ଗତ ସୋମଗିରି ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରେ ଗତ ୩ ତାରିଖ ଦିନ ଏକ ବଳଦ...

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦ା୯:  ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...

ଟ୍ରକ୍‌ ଧକ୍କାରେ ଛାତ୍ର ମୃତ, ୨ ଗୁରୁତର: କଟକ-ପାରାଦୀପ ରାସ୍ତା ଅବରୋଧ

ପାରାଦୀପ, ୧୨।୧୦(ସ୍ବ.ପ୍ର.): କଟକ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ନିକଟ ବରେଇ ଛକରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା...

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର...

ନାବାଳିକାଙ୍କ ସମେତ ୨୦ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୧ା୨-ବ୍ରହ୍ମପୁର ପୋଲିସ ଜିଲାରେ ବଚପନ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ...

ଗିରଫ ପରେ ବାରିପଦା ବିଧାୟକଙ୍କୁ ଜାମିନ

ବାରିପଦା ଅଫିସ,୪ା୯-ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଶୁକ୍ରବାର...

Advertisement
Archives

Model This Week