Posted inଜାତୀୟ

ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ଏବେ ସାମ୍ନାକୁ ଆସିବ କୋଲକାତା ବଳାତ୍କାର-ହତ୍ୟାକାଣ୍ଡର ସତ!

କୋଲକାତା,୨୪।୮: କୋଲକାତା ଆର୍‌ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସିବିଆଇ ନିଜର ଷ୍ଟାଟସ୍‌ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିସାରିଛି। ହେଲେ ଏହି ଷ୍ଟାଟସ୍‌ ରିପୋର୍ଟରେ କ’ଣ ଅଛି, ତାହା କେହି ଜାଣିନାହାନ୍ତି। ଏଥିସହ କୋର୍ଟରେ ଶୁଣାଣି କରୁଥିବା ଓକିଲ ମଧ୍ୟ ଏହି ବିଷୟରେ କିଛି ଜାଣିନାହାନ୍ତି। କାରଣ ମାମଲାକୁ ନେଇ ଏବେ ଠୋସ ପ୍ରମାଣ ସିବିଆଇ ହାତରେ ଲାଗିନି, ଆଉ ତଦନ୍ତ ଜାରି ରହିଛି। ତେଣୁ ଷ୍ଟାଟସ୍‌ ରିପୋର୍ଟ ଖୁଲାସା ହେଲେ ଯାଞ୍ଚ ଉପରେ ପ୍ରଭାବ ପକାଇପାରେ। ତେବେ ୧୦ଦିନର ଯାଞ୍ଚରେ ସିବିଆଇ କିଛି ପ୍ରମାଣ ପାଇଛି।

ସିବିଆଇ ସୂତ୍ରରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଟ୍ରେନି ଡାକ୍ତରଙ୍କ ସହ ଗଣବଳାତ୍କାର ହୋଇନଥିଲା। ବରଂ ଏହା ବଳାତ୍କାର ଥିଲା। ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ କେବଳ ସଞ୍ଜୟ ରୟ ବୋଲି କୁହାଯାଇଛି। ବର୍ତ୍ତମାନ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି। ଆଉ ଏବେ ସେ ସିବିଆଇ ହେପାଜତରେ ଅଛନ୍ତି।

ଅନ୍ୟପଟେ ଅଗଷ୍ଟ ୯ ତାରିଖ ରାତିର ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବାର ନଜର ଆସିଛନ୍ତି। ସିସିଟିଭି ଫୁଟେଜ୍‌ ଅନୁଯାୟୀ, ସଞ୍ଜୟ ଭୋର ୪.୦୩ରେ କରିଡର ଦେଇ କ୍ରାଇମସିନରେ ପହଞ୍ଚିଛନ୍ତି ଏବଂ ପ୍ରାୟ ୪.୩୨ ସମୟରେ ସେଠାରୁ ବାହାରକୁ ଆସିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେ ୪୦ମିନିଟ ଧରି ସେମିନାର ହଲରେ ଥିଲେ। ଯେତେବେଳେ ସେ ବାହାରକୁ ଆସିଥିଲେ, ସେତେବେଳେ ସେ ନର୍ଭସ ଦେଖାଯାଉଥିଲେ। ତା’ପରେ ସେ ପୁଣିଥରେ ସେମିନାର ହଲକୁ ଯାଇଥିଲେ ଆଉ ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କ ବେକରୁ ‘ହେଡଫୋନ’ ନ ଥିଲା। ପୋଲିସ କହିଛି ଯେ ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri