Posted inଜାତୀୟ

ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ଏବେ ସାମ୍ନାକୁ ଆସିବ କୋଲକାତା ବଳାତ୍କାର-ହତ୍ୟାକାଣ୍ଡର ସତ!

କୋଲକାତା,୨୪।୮: କୋଲକାତା ଆର୍‌ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସିବିଆଇ ନିଜର ଷ୍ଟାଟସ୍‌ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିସାରିଛି। ହେଲେ ଏହି ଷ୍ଟାଟସ୍‌ ରିପୋର୍ଟରେ କ’ଣ ଅଛି, ତାହା କେହି ଜାଣିନାହାନ୍ତି। ଏଥିସହ କୋର୍ଟରେ ଶୁଣାଣି କରୁଥିବା ଓକିଲ ମଧ୍ୟ ଏହି ବିଷୟରେ କିଛି ଜାଣିନାହାନ୍ତି। କାରଣ ମାମଲାକୁ ନେଇ ଏବେ ଠୋସ ପ୍ରମାଣ ସିବିଆଇ ହାତରେ ଲାଗିନି, ଆଉ ତଦନ୍ତ ଜାରି ରହିଛି। ତେଣୁ ଷ୍ଟାଟସ୍‌ ରିପୋର୍ଟ ଖୁଲାସା ହେଲେ ଯାଞ୍ଚ ଉପରେ ପ୍ରଭାବ ପକାଇପାରେ। ତେବେ ୧୦ଦିନର ଯାଞ୍ଚରେ ସିବିଆଇ କିଛି ପ୍ରମାଣ ପାଇଛି।

ସିବିଆଇ ସୂତ୍ରରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଟ୍ରେନି ଡାକ୍ତରଙ୍କ ସହ ଗଣବଳାତ୍କାର ହୋଇନଥିଲା। ବରଂ ଏହା ବଳାତ୍କାର ଥିଲା। ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ କେବଳ ସଞ୍ଜୟ ରୟ ବୋଲି କୁହାଯାଇଛି। ବର୍ତ୍ତମାନ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି। ଆଉ ଏବେ ସେ ସିବିଆଇ ହେପାଜତରେ ଅଛନ୍ତି।

ଅନ୍ୟପଟେ ଅଗଷ୍ଟ ୯ ତାରିଖ ରାତିର ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବାର ନଜର ଆସିଛନ୍ତି। ସିସିଟିଭି ଫୁଟେଜ୍‌ ଅନୁଯାୟୀ, ସଞ୍ଜୟ ଭୋର ୪.୦୩ରେ କରିଡର ଦେଇ କ୍ରାଇମସିନରେ ପହଞ୍ଚିଛନ୍ତି ଏବଂ ପ୍ରାୟ ୪.୩୨ ସମୟରେ ସେଠାରୁ ବାହାରକୁ ଆସିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେ ୪୦ମିନିଟ ଧରି ସେମିନାର ହଲରେ ଥିଲେ। ଯେତେବେଳେ ସେ ବାହାରକୁ ଆସିଥିଲେ, ସେତେବେଳେ ସେ ନର୍ଭସ ଦେଖାଯାଉଥିଲେ। ତା’ପରେ ସେ ପୁଣିଥରେ ସେମିନାର ହଲକୁ ଯାଇଥିଲେ ଆଉ ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କ ବେକରୁ ‘ହେଡଫୋନ’ ନ ଥିଲା। ପୋଲିସ କହିଛି ଯେ ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri