Posted inଜାତୀୟ

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ସରକାରୀ ହସ୍ପିଟାଲଗୁଡ଼ିକର ଜୁନିୟର ଡାକ୍ତରମାନେ ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ସେମାନେ କେବଳ ଜରୁରୀକାଳୀନ ଚିକିତ୍ସା ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ବହିର୍ବିଭାଗ ରୋଗୀ ସେବା (ଓପିଡି) କରିବେ ନାହିଁ ବୋଲି କହିଛନ୍ତି। ଡାକ୍ତରମାନଙ୍କ ଯୋଗଦାନ ଫଳରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଜରୁରୀ ସେବା ସ୍ବାଭାବିକ ହୋଇଛି। ସରକାର ଦେଇଥିବା ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ସେଥିପାଇଁ ଡାକ୍ତରମାନେ ୭ ଦିନ ଅପେକ୍ଷା କରିବେ। ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ, ତେବେ ସେମାନେ ପୁନର୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।
ବଳାତ୍କାର ଓ ହତ୍ୟା ଘଟଣା ସହ ସମ୍ପୃକ୍ତ ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଅନ୍ୟ ଜଣେ ଡାକ୍ତରଙ୍କୁ ସିବିଆଇ ଅଧିକାରୀମାନେ ଶନିବାର ପଚରାଉଚରା କରିଛନ୍ତି। ବିରୁପାକ୍ଷ ବିଶ୍ୱାସ ନାମକ ଏହି ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗ ନିକଟରେ ବର୍ଦ୍ଧମାନ ମେଡିକାଲ କଲେଜ ଓ ହସ୍ପିଟାଲରୁ ଦକ୍ଷିଣ ୨୪ ପ୍ରଗଣାର କାକଦ୍ୱୀପ ହସ୍ପିଟାଲକୁ ବଦଳି କରିଥିଲା। ଅଗଷ୍ଟ ୯ ତାରିଖରେ ମହିଳା ଡାକ୍ତରଙ୍କ ମୃତଦେହ ହସ୍ପିଟାଲରୁ ମିଳିବା ବେଳେ ବିଶ୍ୱାସ ସେଠାରେ ଥିଲେ ବୋଲି ସିବିଆଇ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri