ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା ଶିକ୍ଷଧିକାରୀଙ୍କ କାର୍ଯ୍ୟଳୟର ଜୁନିଅର୍ ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । ବାରାପୂର୍ ଅଞ୍ଚଳର ଏକ ଘରୋଇ ସ୍କୁଲକୁ ଏନ୍ଓସି ପ୍ରମାଣପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ।
ଏନେଇ ଅଭିଯୋଗକାରୀ ପ୍ରଶାନ୍ତ ସାହୁ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ l ଦାବି ମୁତାବକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ମାଡି ବସିଥିଲେ l ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ଯାଞ୍ଚ କରିବା ସହ ଏହି ଲିଙ୍କରେ ଘର, ଅଫିସ ସହିତ ଜିଲାର ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଛି। ଏନେଇ ବାଲେଶ୍ୱର ଭିଲିଲାନ୍ସରେ ଏକ ମାମଲା (ନଂ.୯/୨୦୨୬) ରୁଜୁ ହୋଇଛି।