ଜୁନ୍‌ ଗଲା,ଜୁଲାଇକୁ ଆଶା

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)
ଜୁନ୍‌ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ ସାମାନ୍ୟ ବର୍ଷିଦେଇ ଉଭାନ ହୋଇଯାଉଛି। ଜମି ଭଲରେ ଭିଜୁ ନ ଥିବାରୁ ହଳଲଙ୍ଗଳ ବୁଲିପାରୁନାହିଁ। ଜୁନ୍‌ର ନିଅଣ୍ଟିଆ ବର୍ଷା ନିରାଶ କରିଥିବାବେଳେ ଜୁଲାଇକୁ ଆଶା କରି ରହିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଚାଷୀକୁଳ।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିରାଶ କରିବ ନାହିଁ। ଭଲ ବର୍ଷାହେବ ବୋଲି ଆଶ୍ୱାସନା ଦେଇଥିଲା ପାଣିପାଗ ବିଭାଗ। ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ଚାଷୀଙ୍କ ମନରେ ଉତ୍କଣ୍ଠା ବଢ଼ିଥିଲା। ହେଲେ ଜୁନ୍‌ରେ ଯେଉଁ ଅନୁପାତରେ ବର୍ଷା ହେବା କଥା, ତାହା ହେଲାନାହିଁ। କାମାକ୍ଷାନଗର ଉପଖଣ୍ଡରେ ନିଅଣ୍ଟିଆ ବର୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟଠାରୁ ବହୁ ପଛରେ ଚାଷ କାର୍ଯ୍ୟ ଚାଲିଛି। ଉପଖଣ୍ଡର ୪ ବ୍ଲକ ମଧ୍ୟରୁ କାମାକ୍ଷାନଗର ବ୍ଲକରେ ଖରିଫ୍‌ ଋତୁରେ ୧୦ ହଜାର ୨୫୪ ହେକ୍ଟରରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିଲା। ହେଲେ ଅନିୟମିତ ବର୍ଷା ଯୋଗୁ ମାତ୍ର ୩,୮୯୫ ହେକ୍ଟରରେ ବୁଣା କାର୍ଯ୍ୟ ସରିଛି। ଏହିକ୍ରମରେ ଭୁବନ ବ୍ଲକରେ ଟାର୍ଗେଟ ଥିବା ୯,୦୯୦ ହେକ୍ଟର ମଧ୍ୟରୁ ୪,୯୩୦, ପରଜଙ୍ଗ ବ୍ଲକରେ ୧୦,୪୬୪ ହେକ୍ଟର ମଧ୍ୟରୁ ୪,୦୨୫ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୭,୨୪୨ ହେକ୍ଟର ମଧ୍ୟରୁ ୪,୨୪୨ ହେକ୍ଟରରେ ଚାଷ ପାଇଁ ଜମି ପ୍ରସ୍ତୁତି ସରିଛି। ପାଖାପାଖି ଅଧା ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିବା କୃଷି ବିଭାଗର ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।
ବର୍ଷା ପରିମାଣ ଆକଳନ କଲେ ୨୦୨୦ ଜାନୁୟାରୀରୁ ଜୁନ୍‌ ସୁଦ୍ଧା କାମାକ୍ଷାନଗର ବ୍ଲକରେ ୬୫୧ ମିଲିମିଟର, ଭୁବନ ବ୍ଲକରେ ୪୯୩ ମିଲିମିଟର, ପରଜଙ୍ଗ ବ୍ଲକରେ ୪୯୬, ମିଲିମିଟର ଏବଂ କଙ୍କଡ଼ାହାଡ଼ ବ୍ଲକରେ ୮୦୮ ମିଲିମିଟର ବର୍ଷା ହୋଇଥିଲା। କିନ୍ତୁ ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା କାମାକ୍ଷାନଗର ବ୍ଲକରେ ୩୬୬, ଭୁବନରେ ୫୬୩, ପରଜଙ୍ଗରେ ୨୩୯, କଙ୍କଡ଼ାହାଡ଼ରେ ୩୯୯ ମିଲିମିଟର ବର୍ଷା ହୋଇଛି। ପରଜଙ୍ଗ ଏବଂ ଭୁବନରେ ପୂର୍ବବର୍ଷ ତୁଳନାରେ ଅଧିକ ବର୍ଷା ହୋଇଛି ସତ, ହେଲେ ଅନିୟମିତ ବର୍ଷା କାରଣରୁ ଚାଷ କାର୍ଯ୍ୟ ଆଶାଜନକ ହୋଇପାରି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଉପଖଣ୍ଡ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ଜୁଲାଇରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାକୁ ନଜରରେ ରଖି ଚାଷୀମାନେ ବିହନ ବୁଣା କାର୍ଯ୍ୟ ଜାରି ରଖିଛନ୍ତି। ବର୍ଷା ହେଲେ ରୁଆ ବେଉଷଣ ଆରମ୍ଭ ହେବ। ଜୁଲାଇ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେବ ବୋଲି ଆଶା ରଖାଯାଇଛି। ଅନ୍ୟପଟେ କାମାକ୍ଷାନଗର ଏବଂ ପରଜଙ୍ଗ ବ୍ଲକର ୭୦% ଜମି ଜଳସେଚିତ। ତେଣୁ ଜୁଲାଇ ମଧ୍ୟଭାଗରେ ରେଙ୍ଗାଳି ବାମ କେନାଲ ପାଣି ଛଡ଼ାଗଲେ ଚାଷ ଲାଗି ଅଧିକ ସମସ୍ୟା ହେବନାହିଁ ବୋଲି ଉପଖଣ୍ଡ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

ବର୍ଷାକୁ ଅପେକ୍ଷା କରିଛୁ
୨ ଏକର ଜମିରେ ବୁଣା କାର୍ଯ୍ୟ ସରିଛି। ୩ ଏକରରେ ରୁଆ ପାଇଁ ତଳି ପଡ଼ିଛି। ଜମିରେ ପାଣି ନ ଥିବାରୁ ତଳି ରୋଇବା ନେଇ ଚିନ୍ତାରେ ପଡ଼ିଛୁ। ବର୍ଷାକୁ ଅପେକ୍ଷା କରିଛୁ।
-ଅଭିରାମ ମହାନ୍ତି, ଚାଷୀ, କଇଁବିଲ
ରୁଆ ଆରମ୍ଭ ହୋଇନି
ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ ଲାଗି ଯୋଜନା ରହିଛି। କିନ୍ତୁ ବର୍ଷା ଅଭାବରୁ ରୁଆ ଆରମ୍ଭ ହୋଇନାହିଁ। ବିଲମୁଣ୍ଡ ପୋଖରୀ ପାଣିରେ ଦେଢ଼ ଏକର ଜମିରେ ତଳି ରୋକିବାକୁ ନିଷ୍ପତ୍ତି ନେଇଛି।
-ମନମୋହନ ନାଥ, ଚାଷୀ, ମୁଣ୍ଡିଦେଉଳି
କେନାଲ ପାଣି ଆସିନି
ଗତବର୍ଷ ଜୁଲାଇ ଆରମ୍ଭରେ କେନାଲ ପାଣି ଆସିବା ପରେ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଚଳିତବର୍ଷ ଅଦ୍ୟାବଧି ପାଣି ଛଡ଼ାଯାଇନାହିଁ। କେନାଲ ପାଣି ମାଡ଼ିଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ।
-ପଦ୍ମଚରଣ ସାହୁ, ଚାଷୀ, ଆଳତୁମା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri