ଜୁନ୍‌ ଗଲା,ଜୁଲାଇକୁ ଆଶା

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)
ଜୁନ୍‌ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ ସାମାନ୍ୟ ବର୍ଷିଦେଇ ଉଭାନ ହୋଇଯାଉଛି। ଜମି ଭଲରେ ଭିଜୁ ନ ଥିବାରୁ ହଳଲଙ୍ଗଳ ବୁଲିପାରୁନାହିଁ। ଜୁନ୍‌ର ନିଅଣ୍ଟିଆ ବର୍ଷା ନିରାଶ କରିଥିବାବେଳେ ଜୁଲାଇକୁ ଆଶା କରି ରହିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଚାଷୀକୁଳ।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିରାଶ କରିବ ନାହିଁ। ଭଲ ବର୍ଷାହେବ ବୋଲି ଆଶ୍ୱାସନା ଦେଇଥିଲା ପାଣିପାଗ ବିଭାଗ। ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ଚାଷୀଙ୍କ ମନରେ ଉତ୍କଣ୍ଠା ବଢ଼ିଥିଲା। ହେଲେ ଜୁନ୍‌ରେ ଯେଉଁ ଅନୁପାତରେ ବର୍ଷା ହେବା କଥା, ତାହା ହେଲାନାହିଁ। କାମାକ୍ଷାନଗର ଉପଖଣ୍ଡରେ ନିଅଣ୍ଟିଆ ବର୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟଠାରୁ ବହୁ ପଛରେ ଚାଷ କାର୍ଯ୍ୟ ଚାଲିଛି। ଉପଖଣ୍ଡର ୪ ବ୍ଲକ ମଧ୍ୟରୁ କାମାକ୍ଷାନଗର ବ୍ଲକରେ ଖରିଫ୍‌ ଋତୁରେ ୧୦ ହଜାର ୨୫୪ ହେକ୍ଟରରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିଲା। ହେଲେ ଅନିୟମିତ ବର୍ଷା ଯୋଗୁ ମାତ୍ର ୩,୮୯୫ ହେକ୍ଟରରେ ବୁଣା କାର୍ଯ୍ୟ ସରିଛି। ଏହିକ୍ରମରେ ଭୁବନ ବ୍ଲକରେ ଟାର୍ଗେଟ ଥିବା ୯,୦୯୦ ହେକ୍ଟର ମଧ୍ୟରୁ ୪,୯୩୦, ପରଜଙ୍ଗ ବ୍ଲକରେ ୧୦,୪୬୪ ହେକ୍ଟର ମଧ୍ୟରୁ ୪,୦୨୫ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୭,୨୪୨ ହେକ୍ଟର ମଧ୍ୟରୁ ୪,୨୪୨ ହେକ୍ଟରରେ ଚାଷ ପାଇଁ ଜମି ପ୍ରସ୍ତୁତି ସରିଛି। ପାଖାପାଖି ଅଧା ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିବା କୃଷି ବିଭାଗର ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।
ବର୍ଷା ପରିମାଣ ଆକଳନ କଲେ ୨୦୨୦ ଜାନୁୟାରୀରୁ ଜୁନ୍‌ ସୁଦ୍ଧା କାମାକ୍ଷାନଗର ବ୍ଲକରେ ୬୫୧ ମିଲିମିଟର, ଭୁବନ ବ୍ଲକରେ ୪୯୩ ମିଲିମିଟର, ପରଜଙ୍ଗ ବ୍ଲକରେ ୪୯୬, ମିଲିମିଟର ଏବଂ କଙ୍କଡ଼ାହାଡ଼ ବ୍ଲକରେ ୮୦୮ ମିଲିମିଟର ବର୍ଷା ହୋଇଥିଲା। କିନ୍ତୁ ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା କାମାକ୍ଷାନଗର ବ୍ଲକରେ ୩୬୬, ଭୁବନରେ ୫୬୩, ପରଜଙ୍ଗରେ ୨୩୯, କଙ୍କଡ଼ାହାଡ଼ରେ ୩୯୯ ମିଲିମିଟର ବର୍ଷା ହୋଇଛି। ପରଜଙ୍ଗ ଏବଂ ଭୁବନରେ ପୂର୍ବବର୍ଷ ତୁଳନାରେ ଅଧିକ ବର୍ଷା ହୋଇଛି ସତ, ହେଲେ ଅନିୟମିତ ବର୍ଷା କାରଣରୁ ଚାଷ କାର୍ଯ୍ୟ ଆଶାଜନକ ହୋଇପାରି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଉପଖଣ୍ଡ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ଦିଲୀପ କୁମାର ମିଶ୍ର କୁହନ୍ତି, ଜୁଲାଇରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାକୁ ନଜରରେ ରଖି ଚାଷୀମାନେ ବିହନ ବୁଣା କାର୍ଯ୍ୟ ଜାରି ରଖିଛନ୍ତି। ବର୍ଷା ହେଲେ ରୁଆ ବେଉଷଣ ଆରମ୍ଭ ହେବ। ଜୁଲାଇ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେବ ବୋଲି ଆଶା ରଖାଯାଇଛି। ଅନ୍ୟପଟେ କାମାକ୍ଷାନଗର ଏବଂ ପରଜଙ୍ଗ ବ୍ଲକର ୭୦% ଜମି ଜଳସେଚିତ। ତେଣୁ ଜୁଲାଇ ମଧ୍ୟଭାଗରେ ରେଙ୍ଗାଳି ବାମ କେନାଲ ପାଣି ଛଡ଼ାଗଲେ ଚାଷ ଲାଗି ଅଧିକ ସମସ୍ୟା ହେବନାହିଁ ବୋଲି ଉପଖଣ୍ଡ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

ବର୍ଷାକୁ ଅପେକ୍ଷା କରିଛୁ
୨ ଏକର ଜମିରେ ବୁଣା କାର୍ଯ୍ୟ ସରିଛି। ୩ ଏକରରେ ରୁଆ ପାଇଁ ତଳି ପଡ଼ିଛି। ଜମିରେ ପାଣି ନ ଥିବାରୁ ତଳି ରୋଇବା ନେଇ ଚିନ୍ତାରେ ପଡ଼ିଛୁ। ବର୍ଷାକୁ ଅପେକ୍ଷା କରିଛୁ।
-ଅଭିରାମ ମହାନ୍ତି, ଚାଷୀ, କଇଁବିଲ
ରୁଆ ଆରମ୍ଭ ହୋଇନି
ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ ଲାଗି ଯୋଜନା ରହିଛି। କିନ୍ତୁ ବର୍ଷା ଅଭାବରୁ ରୁଆ ଆରମ୍ଭ ହୋଇନାହିଁ। ବିଲମୁଣ୍ଡ ପୋଖରୀ ପାଣିରେ ଦେଢ଼ ଏକର ଜମିରେ ତଳି ରୋକିବାକୁ ନିଷ୍ପତ୍ତି ନେଇଛି।
-ମନମୋହନ ନାଥ, ଚାଷୀ, ମୁଣ୍ଡିଦେଉଳି
କେନାଲ ପାଣି ଆସିନି
ଗତବର୍ଷ ଜୁଲାଇ ଆରମ୍ଭରେ କେନାଲ ପାଣି ଆସିବା ପରେ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଚଳିତବର୍ଷ ଅଦ୍ୟାବଧି ପାଣି ଛଡ଼ାଯାଇନାହିଁ। କେନାଲ ପାଣି ମାଡ଼ିଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ।
-ପଦ୍ମଚରଣ ସାହୁ, ଚାଷୀ, ଆଳତୁମା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri