ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର

ଭବାନୀପାଟଣା:୨୧।୨(ସ୍ବ.ପ୍ର.): ଚର୍ଚ୍ଚାରେ ପୁଣି କଳାହାଣ୍ଡି। ଦ୍ବିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବିଧାୟକ ମିଶ୍ର ବିବାହ କରିବାକୁ ଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି। ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଦିବ୍ୟ ଶଙ୍କର ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଥିବା ଜଣାପଡିଛି। ଫେବୃୟାରୀ ଶେଷ ସପ୍ତାହରେ ପୁରୀରେ ବିବାହ କରିବେ ବୋଲି ସୂଚନା ମିଳିଛି। ଏହା ଉଭୟଙ୍କ ଦ୍ୱିତୀୟ ବିବାହ। ଦିବ୍ୟ ଶଙ୍କର ପୂର୍ବରୁ ଜୟପାଟଣାରୁ ବିବାହ କରିଥିଲେ। କୌଣସି କାରଣ ନେଇଁ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ।