ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଶୀତୁଆ ସନ୍ଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭବାନୀପାଟଣା,୮।୧(ସ୍ବ.ପ୍ର.): ଜୁନାଗଡ଼ କଳାହାଣ୍ଡି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ସମ୍ବଲପୁରୀ ଲୋକପ୍ରିୟ ଗାୟକ ରୁକୁ ସୁନା। ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପ୍ରଥମ ଗୀତ ଲଚକି ମଣି ଜୁରା ବେଣୀ…, ଆଲୋ ମୋର ରିବନ ଫିତା… ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରି ଦେଇଥିଲା। ତାଳିମାଡ଼ରେ କମ୍ପି ଉଠିଥିଲା ଲଙ୍କେଶ୍ୱରୀ ମଞ୍ଚ। ରୁକୁ ଗୋଟିଏ ପରେ ଗୋଟିଏ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ପ୍ରାୟ ୨ଘଣ୍ଟା ରୁକୁଙ୍କ ଗୀତକୁ ଉପଭୋଗ କରିଥିଲେ ଦର୍ଶକ।
ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଲୋକଙ୍କୁ ଉତ୍ସାହିତ କରିବାକୁ ଯାଇ ଗୀତ ଗାଇଥିଲେ। ଏହାପୂର୍ବରୁ ସ୍ଥାନୀୟ କଳାକାରଙ୍କ ଦ୍ବାରା ଓଡ଼ିଶୀ, ଘୁମୁରା, ବଜାଶାଲ, ବନାବାଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଯାହାକି ବେଶ୍‌ ଚିତ୍ତାକର୍ଷକ ହୋଇଥିଲା। କାର୍ଯ୍ୟକ୍ରମକୁ ବିନୟ ସାହୁ, ସ୍ମିତାରାଣୀ ସାହୁ ପରିଚାଳନା କରିଥିଲେ।
ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ, ପିଡି ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପଜିଲାପାଳ ବେଦ ଭୂଷଣ, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ବିଡିଓ ଦୁଲାରାମ ମାରାଣ୍ଡି, ତହସିଲଦାର ବେଦବ୍ୟାସ ଭୋଇ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ମିନି ଷ୍ଟାଡିୟମରେ ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ…

ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ): କିଛି ମାସ ହେବ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଏନ୍‌ଏସି ଅଧ୍ୟକ୍ଷାଙ୍କ ବାସଭବନ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri