Posted inଜାତୀୟ

ପୋଲିସ ମୁଖ୍ୟାଳୟରେ ଚା’ ପିଇଲେ ନାହିଁ ଅଖିଳେଶ: କହିଲେ, ମୋତେ ଭରସା ନାହିଁ

ଲକ୍ଷ୍ନୌ,୮।୧: ସମାଜବାଦୀ ପାର୍ଟି(ଏସ୍‌ପି)କାର୍ଯ୍ୟକର୍ତ୍ତା ତଥା ଟୁଇଟର ଆଡମିନି ମନୀଷ ଜଗନ ଅଗ୍ରୱାଲଙ୍କୁ ଲକ୍ଷ୍ନୌ ପୋଲିସ ଶନିବାର ଗିରଫ କରିଛି। ଏହାକୁ ବିରୋଧ କରି ରବିବାର ଏସପି ସଭାପତି ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ବହୁ ସଂଖ୍ୟକ ଏସପି କର୍ମଚାରୀ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଯୋଗୀ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଗିରଫକୁ ବିରୋଧ କରି ଅଖିଳେଶ କହିଛନ୍ତି, ସରକାରଙ୍କ ଏକଛତ୍ରବାଦୀ ଶାସନ କାମ କରିବ ନାହିଁ। ଭାଜପା ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଛି।
ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ଥିବା ଅଧିକାରୀମାନେ ଉପସ୍ଥିତ ଏସପି ସଭାପତିଙ୍କୁ ଚା’ ପ୍ରଦାନ କରିଥିଲେ। ଚା’ ପିଇବାକୁ ଅଖିଳେଶ ସିଧା ମନା କରିଦେଇଥିଲେ। ସେ କହିଥିଲେ, ଯଦି ତୁମେ ବିଷ ମିଶେଇ ଥିବ … ତୁମ ଉପରେ ଅମାର ଭରସା ନାହିଁ। ବହୁତ କିଛି କହିବା ପରେ ଅଖିଳେଶ କହିଛନ୍ତି ଯେ ଆମେ ବାହାରୁ ଚା’ ଅର୍ଡର କରିବୁ ଏବଂ ଆପଣଙ୍କ କପ ନେବୁ। ଏହା କହି ସେ ତାଙ୍କ କର୍ମକର୍ତ୍ତାଙ୍କ ପାଇଁ ଚା’ ଅର୍ଡର କରିଥିଲେ।
ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟିର ଟୁଇଟର୍‌ ଆଡମିନି ମନୀଷ ଜଗନ ଅଗ୍ରୱାଲଙ୍କୁ ଅଶ୍ଳୀଳ ଭାଷଣ ଦେବା ଅଭିଯୋଗରେ ଲକ୍ଷ୍ନୌ ପୋଲିସ ଗିରଫ କରିଥିଲା। ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେଶନରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri