ପୋଷ୍ଟକାର୍ଡରେ ସ୍ଥାନିତ ହେଲା ଜଉକଣ୍ଢେଇ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱରର କଳା ସଂସ୍କୃତିର ପ୍ରତୀକ ଭାବେ ପରିଚିତ ଜଉକଣ୍ଢେଇକୁ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ପୋଷ୍ଟକାର୍ଡରେ ସ୍ଥାନିତ କରାଯାଇଛି। ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଲେଶ୍ୱର କନହାର ସୂଚନା ଦେବା ପରେ ବାଲେଶ୍ୱର ଅଞ୍ଚଳର କଳାପ୍ରେମୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।
ବାଲେଶ୍ୱର ଜିଲାର ପାରମ୍ପରିକ ଲୋକକଳା ଜଉକଣ୍ଢେଇ ଶଙ୍ଖାରି ଜାତିର ଲୋକମାନେ କୌଳିକ ବୃତ୍ତିି ଭାବେ ପୁରୁଷାନୁକ୍ରମେ ଗଢିଆସୁଛନ୍ତି ା ଦୁଇ ଦଶନ୍ଧି ଧରି ବାଲେଶ୍ୱରର କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀମାନେ ଏହି କଳାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଭାରତର ପାରମ୍ପରିକ କଣ୍ଢେଇ କଳାକୁ ଉଜ୍ଜୀବିତ କରାଯାଉଛି। ଭାରତୀୟ ଡାକବିଭାଗ ତରଫରୁ ୧୫୧ତମ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ଅକ୍ଟୋବର ୧ତାରିଖରେ ଭାରତର ବିଭିନ୍ନ ରାଜ୍ୟର ପ୍ରମୁଖ ୧୨ଟି ପାରମ୍ପରିକ କଣ୍ଢେଇକୁ ପୋଷ୍ଟକାର୍ଡରେ ସ୍ଥାନିତ କରି ଅନ୍‌ଲାଇନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ବାଲେଶ୍ୱରର ଜଉକଣ୍ଢେଇକୁ ସ୍ଥାନିତ କରାଯାଇଛି। ଜଉକଣ୍ଢେଇକୁ ନେଇ ଜଡିତ ବିଭିନ୍ନ ଅନୁଷ୍ଠାନ ଯଥା ବାଲେଶ୍ୱରୀ କଳାକେନ୍ଦ୍ର, ନୂଆବଜାର,ସୋର ଏବଂ କୁରୁଡା ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ଅରଡବଜାର ଜଉଘର ,ମା’ ବୀଣାପାଣି, ମା’ ସୁଭଦ୍ରା ଏସ୍‌ଏଚ୍‌ଜି, ତରତରିର ଲାଖ ସୋସାଇଟି, ବଣ ଧୂଳିର ଫୁଲ ଆଦି ଅନୁଷ୍ଠାନର କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି। ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସୁବାସିନୀ ଜେନା, ଅଳି ପଣ୍ଡା, କୁମାର ଗୋପାଲ, ବ୍ରହ୍ମନାଥ ରଥ, ହୃଷୀକେଶ ସାହୁ, ଉପେନ୍ଦ୍ର ପାତ୍ର, ରଘୁନାଥ ଲେଙ୍କା ପ୍ରମୁଖଙ୍କ ସହ ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର କୁମାର ସାହୁ , ଖଲ୍ଲିକୋଟ ଆର୍ଟ କଲେଜର ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଧଉଳି ଆର୍ଟ କଲେଜ ଅଧ୍ୟକ୍ଷ ପଞ୍ଚାନନ ସାମଲ, ସୋର କଳାଘରର ମୁଖ୍ୟ ରାଜବଲ୍ଲଭ ସାହୁ, ପାରମ୍ପରିକ ଜଉକଣ୍ଢେଇ ଶିଳ୍ପୀ ତପନ ନନ୍ଦୀ, ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ, ଜ୍ଞାନଶ୍ରୀର ମୁଖ୍ୟ ପ୍ରଶାନ୍ତ ପଟେଲ, ଜଳେଶ୍ୱର ଆର୍ଟ ଫାଉଣ୍ଡେଶନର ମୁକ୍ତିକାନ୍ତ ନନ୍ଦୀ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଶିଳ୍ପୀ କେଶୁ ଦାସ ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri