Posted inଜାତୀୟ

ନ୍ୟାୟପାଳିକା ଅକ୍ତିଆର ଲାଗି ଉଦ୍ୟମ: କଂଗ୍ରେସ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲାଗି ଚାହୁଁଛନ୍ତି। ସେଥିପାଇଁ ଯୋଜନାବଦ୍ଧ ଢଙ୍ଗରେ ବିବାଦ ସୃଷ୍ଟି କରାଯାଉଛି ବୋଲି ସୋମବାର କଂଗ୍ରେସ ଅଭିଯୋଗ କରିଛି। କଲେଜିୟମ ବ୍ୟବସ୍ଥାର ପୁନର୍ଗଠନ ଲାଗି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଇଥିବା ପ୍ରସ୍ତାବ ନ୍ୟାୟପାଳିକା ଲାଗି ବିଷ ଔଷଧ ବୋଲି କଂଗ୍ରେସ କହିଛି। ବିଚାରପତି ଚୟନ ଲାଗି ଥିବା କଲେଜିୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି ରିଜିଜୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ଏହାର ସମାଲୋଚନା କରିଛନ୍ତି।
ବ୍ୟବସ୍ଥାପିକା କାର୍ଯ୍ୟରେ ନ୍ୟାୟପାଳିକା ହସ୍ତକ୍ଷେପ କରୁଥିବା ପୂର୍ବରୁ ଉପରାଷ୍ଟ୍ରପତି ଅଭିଯୋଗ କରିଥିଲେ। ଆଇନମନ୍ତ୍ରୀ ଅନେକ ସମୟରେ ନ୍ୟାୟପାଳିକାକୁ ସମାଲୋଚନା କରୁଛନ୍ତି। ନ୍ୟାୟପାଳିକା ସହ ବିବାଦ ଲାଗି ଯୋଜନାବଦ୍ଧ ଭାବେ ଏଭଳି କରାଯାଉଛି, ଯେପରି ଏଥିରେ ହସ୍ତକ୍ଷେପ କରାଯାଇ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇପାରିବ। କଲେଜିୟମରେ ସଂସ୍କାର ଆବଶ୍ୟକ। କିନ୍ତୁ ସରକାର ଯାହା ଚାହୁଁଛନ୍ତି, ତାହା ସମ୍ପୂର୍ଣ୍ଣ ବଶ୍ୟତା। ଏହା ନ୍ୟାୟପାଳିକା ଲାଗି ବିଷ ବଟିକା ସଦୃଶ ବୋଲି ଜୟରାମ ଟୁଇଟ୍‌ କରିଛନ୍ତି।
କେଶବାନନ୍ଦ ଭାରତୀ ରାୟକୁ ଉପରାଷ୍ଟ୍ରପତି ଜଗଦୀପ୍‌ ଧନକରଙ୍କ ସମାଲୋଚନା ନ୍ୟାୟପାଳିକା ଉପରେ ଅଦ୍ଭୁତ ଆକ୍ରମଣ ବୋଲି ପୂର୍ବରୁ କଂଗ୍ରେସ ନେତା କହିଥିଲେ। ୧୯୭୩ରେ ସୁପ୍ରିମକୋର୍ଟଙ୍କ କେଶବାନନ୍ଦ ଭାରତୀ ରାୟକୁ କେହି ସମାଲୋଚନା କରିଥିବା ୧୮ ବର୍ଷର ଏମ୍‌ପି କାର୍ଯ୍ୟକାଳ ମଧ୍ୟରେ ସେ କେବେ ଶୁଣି ନ ଥିବା ଜୟରାମ କହିଥିଲେ। ଏପରିକି ଭାଜପା ନେତା ତଥା ବିଶିଷ୍ଟ ଆଇନଜୀବୀ ଅରୁଣ ଜେଟ୍‌ଲି ମଧ୍ୟ ଉକ୍ତ ରାୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଥଚ ବର୍ତ୍ତମାନର ରାଜ୍ୟ ସଭା ଅଧ୍ୟକ୍ଷ ଏହାକୁ ଭୁଲ୍‌ କହିବା ଆଶ୍ଚର୍ଯ୍ୟଜନକ ବୋଲି ଜୟରାମ ପୂର୍ବରୁ ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri