ପୁରୁଷୋତ୍ତମପୁର,୨୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସିଭିଲକୋର୍ଟ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ଲାଗି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ତାଲୁକ୍ ଆଇନସେବା କମିଟିର ଅଧ୍ୟକ୍ଷ ତଥା ସିନିୟର ସିଭିଲଜଜ୍ ଶରତକୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜେଏମ୍ଏଫ୍ସି ବିତାରପତି ଅନନ୍ୟା ଅପର୍ମିତା, ତହସିଲଦାର ବିନୋଦ କୁମାର ବେହେରା, କଲେଜ ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ସାହୁ, ଓକିଲ ସଂଘ ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଓକିଲ ଯୋଗଦେଇ ସାରା ଭାରତକୁ ବାଲ୍ୟ ବିବାହମୁକ୍ତ କରିବା ଲାଗି ଆହ୍ବାନ ଦେଇଥିଲେ। ଏହି ଅବସରରେ ତାରାତାରିଣୀ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରାରେ ସମଗ୍ର ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇଥିଲେ। କୃତୀ ଛାତ୍ରୀଛାତ୍ରଙ୍କୁ କୋର୍ଟ ପକ୍ଷରୁ ପରସ୍କୁତ କରାଯାଇଥିଲା। ପୋଲିସ, ପ୍ରଶାସନ ସହଯୋଗ କରିଥିଲେ।

