Posted inଜାତୀୟ

ବିଚାରପତି ଗଣେଦିଓ୍ବାଲାଙ୍କ ଇସ୍ତଫା

ମୁମ୍ବାଇ,୧୨ା୨: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ପ୍ରସଙ୍ଗରେ ଲଗାତର ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ‘ସ୍କିନ୍‌-ଟୁ-ସ୍କିନ୍‌ କଣ୍ଟାକ୍ଟ’ ରାୟକୁ ନେଇ ଚର୍ଚ୍ଚିତ ଓ ସମାଲୋଚିତ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗଣେଦିଓ୍ବାଲା ଶେଷରେ ଚାକିରି ଛାଡ଼ିଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଗଣେଦିଓ୍ବାଲା ଗୁରୁବାର ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି। ଅତିରିକ୍ତ ବିଚାରପତି ରୂପେ ତାଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହେଉଥିବାବେଳେ ସୁପ୍ରିମକୋର୍ଟ ଚାକିରି ଅବଧି ବୃଦ୍ଧି କରି ନ ଥିଲେ କି ପଦୋନ୍ନତି ମଧ୍ୟ ଦେଇ ନ ଥିଲେ।
ଜାନୁୟାରୀ ୧୬ରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଗଣେଦିଓ୍ବାଲାଙ୍କୁ ସ୍ଥାୟୀ ଜଜ୍‌ ରୂପେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ତେବେ ୨୦୨୧ ଜାନୁୟାରୀରେ ଜଷ୍ଟିସ୍‌ ଗଣେଦିଓ୍ବାଲା ୩ଟି ମହିଳା ବିରୋଧୀ ରାୟ ଦେଇ ବିବାଦୀୟ ହୋଇଥିଲେ। ଏଥିଯୋଗୁ ସୁପ୍ରିମକୋର୍ଟ କଲେଜିୟମ୍‌ ପରବର୍ତ୍ତୀ ସମୟରେ ସୁପାରିସ ପ୍ରତ୍ୟାହାର କରିଥିଲେ। ଅର୍ଥାତ୍‌ ଗଣେଦିଓ୍ବାଲାଙ୍କୁ ୨୦୨୨ ଫେବୃୟାରୀ ୧୨ରୁ ଜିଲା ସେସନ୍ସ ଜଜ୍‌ ଭାବେ ପଦାବନତି ମିଳିଥାଆନ୍ତା। ଫଳରେ ସେ ବାଧ୍ୟ ହୋଇ କାର୍ଯ୍ୟକାଳ ଶେଷ ହେବାର ଦିନକ ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ମାମଲା ନଂ.୧: ଜଣେ ନାବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରି ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ସ୍ତନ ସ୍ପର୍ଶ କରିଥିବା ଦୋଷୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୨୧ ଜାନୁୟାରୀ ୧୯ରେ ଜଷ୍ଟିସ୍‌ ଗଣେଦିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗଣେଦିଓ୍ବାଲା ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ।
ମାମଲା ନଂ. ୨: ୨୦୨୧ ଜାନୁୟାରୀ ୨୮ରେ ଗଣେଦିଓ୍ବାଲା ଅନ୍ୟ ଏକ ମାମଲାର ରାୟରେ କହିଥିଲେ, ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟର ଜିପ୍‌ ଖୋଲିବା ପୋକ୍ସୋ ଆଇନ କିମ୍ବା ଉତ୍ତେଜିତ ଯୌନ ଅପରାଧ ପରିସରରେ ଆସୁନାହିଁ। ୫ ବର୍ଷୀୟା ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ୫୦ ବର୍ଷୀୟ ଅଭିଯୁକ୍ତ ଉକ୍ତ ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ଜଷ୍ଟିସ୍‌ ଗଣେଦିଓ୍ବାଲା ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନରୁ ଦୋଷମୁକ୍ତ କରିଥିଲେ।
ମାମଲା ନଂ. ୩: ତୃତୀୟ ମାମଲାରେ ଜଣେ ଦୋଷୀଙ୍କୁ ଅନୁରୂପ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିଥିଲେ। ୨୦୨୧ ଫେବୃୟାରୀରେ ଜଷ୍ଟିସ୍‌ ଗଣେଦିଓ୍ବାଲା ନିଜ ରାୟରେ କହିଥିଲେ, ପୀଡ଼ିତାଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ତାଙ୍କ ଶରୀରରେ କ୍ଷତ ନ ଥିବାରୁ ମହିଳା ଜଣକ ଅପରାଧକୁ ବିରୋଧ କରି ନ ଥିଲେ ଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହୋଇଥାଇପାରେ ବୋଲି ସେ ରାୟ ଦେଇଥିଲେ।

କ’ଣ କହିଥିଲେ ସୁପ୍ରିମକୋର୍ଟ

ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଗଣେଦିଓ୍ବାଲାଙ୍କ ରାୟ ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହାସହ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗଣେଦିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ୨୦୨୧ ନଭେମ୍ବର ୧୮ରେ ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଅଭିଯୁକ୍ତ ଜଣେ ଶିଶୁକନ୍ୟାଙ୍କ ଚର୍ମ ସ୍ପର୍ଶ କରିଛନ୍ତି କି ନାହିଁ ତାହା ବଡ଼କଥା ନୁହେଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଯୌନ ଇଚ୍ଛା। ମନ୍ଦ ଉଦ୍ଦେଶ୍ୟ ରଖି ଛୁଇଁବା ମଧ୍ୟ ଯୌନ ଉତ୍ପୀଡ଼ନ। ଆଇନର ଗଳାବାଟ ଦେଇ କୌଣସି ଅପରାଧୀଙ୍କୁ ଖସିଯିବାକୁ ଦିଆଯିବ ନାହିଁ କହି ଗଣେଦିଓ୍ବାଲାଙ୍କ ବିବାଦୀୟ ‘ସ୍କିନ୍‌-ଟୁ-ସ୍କିନ୍‌ କଣ୍ଟାକ୍ଟ’ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri