କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି ଜୁଡ଼ିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଥିଲେ।
ସାମ୍ପ୍ରତିକ ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ଉପଲକ୍ଷେ ବିଚାରପତିମାନେ ସାଇକେଲରେ ଆସିଥିଲେ । ତୈଳ ସଙ୍କଟ ଦୃଷ୍ଟିରୁ ତେଲର ଅପବ୍ୟବହାର ନକରିବା ପାଇଁ ବିଚାରପତି ମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
କହିରଖୁଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍ କରିଥିଲେ । ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ, ଘରୁ କାମ କରିବାକୁ, ସୁନା ନକିଣିବାକୁ ଏବଂ ଆବଶ୍ୟକ ନଥିଲେ ବିଦେଶ ଯାତ୍ରା ନକରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖାଦେଇଛି । ଏହାରି ଭିତରେ ହାଇକୋର୍ଟ ବିଚାରପତି ଆଜି ସାଇକେଲରେ କୋର୍ଟ ଆସିଥିବା ଦେଖାଯାଇଛି ।