ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ, ଏମ୍‌ଓୟୁ ସ୍ବାକ୍ଷରିତ



ଭୁବନେଶ୍ୱର,୧୦ା୨: ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଇଁ ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲ୍ୟୁ କଟକ ନରାଜରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଶନିବାର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଜେଏସ୍‌ଡବ୍ଲ୍ୟୁ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଓଡ଼ିଶାରେ ଇଭି ବା ଇଲେକ୍ଟ୍ରିକ୍‌ ଭେଇକିଲ ଓ ବ୍ୟାଟେରୀ ପ୍ରସ୍ତୁତ କରାଯିବ। ଏହା ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ତିଆରି ହେବ। ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମ୍ୟାନୁପ୍ୟାକ୍‌ଚରିଂ ୟୁନିଟ ପ୍ରସ୍ତୁତ ହେବ। ଇଭି ପାଇଁ ନରାଜଠାରେ କମ୍ପାନୀକୁ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ୟାଟେରୀ ନିର୍ମାଣ କରିବ। ଏଥିପାଇଁ କମ୍ପାନୀ ଚିଲିରୁ କପର ଏବଂ ଅଷ୍ଟ୍ରେଲିଆରୁ ଲିଥିୟମ ଆଣିବ। ବ୍ୟାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ ଜେଏସ୍‌ଡବ୍ଲ୍ୟୁ। ଏହି ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ।