ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌)ନିକଟରେ ଆଉ ଏକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଟେମ୍ପର୍ଡ୨୦୧ଏଲଏନ୍‌ ଗ୍ରେଡ୍‌ର ବିକଶିତ କରାଇଛି, ଯାହା ପାରମ୍ପରିକ ଫେରିଟିକ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍‌ ଷ୍ଟିଲ୍‌୨୦୧ଏଲ୍‌ଏନ୍‌ ଗ୍ରେଡରେ ନିର୍ମିତ ହୋଇଛି।
ଉଲ୍ଲେଖଯୋଗ୍ୟ, ଭାରତରେ ଆନ୍ତଃସହର ଯାତ୍ରୀ ସେବା (ଇଣ୍ଟର-ସିଟି ଟ୍ରାଭେଲସ ସର୍ଭିସେସ)କୁ ବଢାଇବା ପାଇଁ ନିକଟରେ ଭାରତୀୟ ରେଳ ଚେନ୍ନାଇର ଇଣ୍ଟ୍ରିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)ରୁ ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍‌ର ଅନାବରଣ କରିଛି। ଏପରିକି ଭାରତର ସର୍ବବୃହତ ଷ୍ଟେନଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍‌ ଏହି ପ୍ରକଳ୍ପ ପାଇଁ ଟେମ୍ପର୍ଡ୨୦୧ଏଲଏନ୍‌ ଗ୍ରେଡ୍‌ର ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନଲେସ୍‌ ଷ୍ଟିଲ୍‌ ଯୋଗାଇଦେଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତର ରେଳ ଭିତ୍ତିଭୂମି ଓ ରୋଲିଙ୍ଗ ଷ୍ଟକ୍‌ର ଆଧୁନିକୀକରଣରେ ସାମିଲ ହୋଇପାରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଓ ଆନନ୍ଦିତ ଅଛୁ। ଏପରିକି ଭାରତୀୟ ରେଳ ପ୍ରଥମ ଥର ପାଇଁ ଫେରିଟିକ୍‌ ଗ୍ରେଡ୍‌ ବଦଳରେ ୨୦୧ଏଲ୍‌ଏନ୍‌ ଷ୍ଟେନଲେସ୍‌ ଷ୍ଟିଲକୁ ଆପଣାଇଛି। ଏହି ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ ପାଲଟିଛି।
ସେହିଭଳି ହାଲୁକା ଓଜନ ଏବଂ ଶକ୍ତି-ଦକ୍ଷ କାର୍‌ ବଡି ଭାରତୀୟ ରେଳର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ ଏବଂ ଏହାର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏପରିକି ମୋର ବିଶ୍ୱାସ ଯେ ବନ୍ଦେ ମେଟ୍ରୋ ଟ୍ରେନ୍‌ ଯାତ୍ରୀମାନଙ୍କୁ ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଏବଂ ଏଥିରେ ଆମେ ଭାରତୀୟ ରେଳସହିତ ଭାଗୀଦାର ହୋଇ ଆନନ୍ଦିତ ଅଛୁ।
ଉଲ୍ଲେଖଯୋଗ୍ୟ,ବନ୍ଦେ ମେଟ୍ରୋ ଟ୍ରେନ୍‌ ହେଉଛି, ବନ୍ଦେ ଭାରତ ଏକ୍ସପ୍ରେସର ଏକ ସ୍ବଳ୍ପ ଦୂରତା ବିଶିଷ୍ଟ ସଂସ୍କରଣଭିତ୍ତିକ ଯାତ୍ରୀ ସେବା ଯାନ, ଯାହା ପାରମ୍ପରିକ ଫେରିଟିକ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ ଗ୍ରେଡ୍‌ ତୁଳନାରେ ଟେମ୍ପର୍ଡ ଷ୍ଟେନଲେସ୍‌ ଷ୍ଟିଲ୍‌୨୦୧ଏଲ୍‌ଏନ୍‌ ଗ୍ରେଡରେ ନିର୍ମିତ ହୋଇଛି। ଏହି ଟ୍ରେନ୍‌ ଏଟସଗୁଡ଼ିକର ବାହ୍ୟ ପ୍ୟାନେଲର ମୋଟେଇ ୩ ମିଲିମିଟରରୁ ୨ମିଲିମିଟରକୁ ହ୍ରାସ ପାଇଛି, ଯାହାଫଳରେ କମ୍‌ ଖର୍ଚ୍ଚରେ ହାଲୁକା ଓ ଅଧିକ ଶକ୍ତି ଦକ୍ଷ ଟ୍ରେନ ନିର୍ମିତ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri