୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱରେ ଏକ ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ ଉତ୍ପାଦନକାରୀ ଭାବେ ପରିଗଣିତ ହେବାର ଉଦ୍ଦେଶ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ଏବଂ ଅଧିଗ୍ରହଣ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏପରିକି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିବା ପାଇଁ କମ୍ପାନୀ ପ୍ରାୟ ୫,୪୦୦ କୋଟି ଟଙ୍କାର ଏକ ତ୍ରିସ୍ତରୀୟ ନିବେଶ ରଣନୀତି ଆପଣାଇଛି। ଜିନ୍ଦଲ ଷ୍ଟେନ୍‌ଲେସ୍‌ ଇଣ୍ଡୋନେସିଆରେ ବାର୍ଷିକ ୧.୨ମିଲିୟନ୍‌ ଟନ୍‌ ଉତ୍ପାଦନ କ୍ଷମତା ଥିବା ଏକ ଷ୍ଟେନଲେସ୍‌ ଷ୍ଟିଲ୍‌ ମେଲ୍ଟଂ ଶପ୍‌ ବିକାଶ ଏବଂ ପରିଚାଳନା ପାଇଁ ଯୌଥ ଉଦ୍ୟୋଗ ଆରମ୍ଭ କରିଛି। ଏଥିରେ ୭୦୦କୋଟି ଟଙ୍କାରୁ ଅଧିକ ନିବେଶ ହେବା ସହ କମ୍ପାନୀର ମେଲ୍ଟିଂ କ୍ଷମତା ୪୦% ବୃଦ୍ଧି ପାଇ ବାର୍ଷିକ ୪.୨ମିଲିୟନ ଟନ୍‌ ହେବ ବୋଲି ଆକଳନ କରାଯାଇଛି। ବିଶେଷକରି ଯାଜପୁରରେ କମ୍ପାନୀର ଡାଉନଷ୍ଟ୍ରିମ ଲାଇନର ସମ୍ପ୍ରସାରଣ ପାଇଁ ଜେଏସ୍‌ଏଲ୍‌ ପ୍ରାୟ ୧୯୦୦କୋଟି ଟଙ୍କାର ବ୍ୟୟ ବରାଦ କରିଛି। ଏହା ବ୍ୟତୀତ ରେଲୱେ ସାଇଡିଂ, ସଷ୍ଟେନେବିଲିଟି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ଭଳି ଭିତ୍ତିଭୂମି ସୁବିଧାଗୁଡ଼ିକର ଉନ୍ନତୀକରଣ ପାଇଁ ମଧ୍ୟ କମ୍ପାନୀ ପ୍ରାୟ ୧୪୫୦ କୋଟି ଟଙ୍କାର ନିବେଶ ଆକଳନ କରିଛି, ତୃତୀୟତଃ କମ୍ପାନୀ ଏକ ଗଠନମୂଳକ ପରୋକ୍ଷ ଅଧିଗ୍ରହଣ ଚୁକ୍ତି ମାଧ୍ୟମରେ ଗୁଜରାଟର ମୁନ୍ଦ୍ରାଠାରେ ଥିବା ୦.୬ଏମ୍‌ଟିପିଏ କୋଲ୍ଡ ରୋଲିଂ ମିଲ, କ୍ରୋମେନି ଷ୍ଟିଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ସିଏସ୍‌ପିଏଲ୍‌)ର ୫୪% ଇକ୍ୱିଟି ଅଂଶଧନ ଅଧିଗ୍ରହଣ କରିବ। ଏହି କାରବାର ଜରିଆରେ ପ୍ରାୟ ୧,୩୪୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି,ଯେଉଁଥିରେ ୧,୨୯୫ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି କ୍ରୟ ବାବଦରେ ଅବଶିଷ୍ଟ ୪୫ କୋଟି ଟଙ୍କା ସାମିଲ ରହିଛି।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ଏହି ଅଧିଗ୍ରହଣ ଏବଂ ପୁଞ୍ଜିନିବେଶ ସହ ଆମେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ ହେବା ପାଇଁ ଏକ ସ୍ପଷ୍ଟ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛୁ। ଏପରିକି ଇଣ୍ଡୋନେସିଆର ଯୌଥ ଉଦ୍ୟୋଗ ଆମକୁ ସର୍ବୋତ୍ତମ ଗତି ଏବଂ କଞ୍ଚାମାଲ ସୁରକ୍ଷା ପ୍ରଦାନ କରିବ ଏବଂ କମ୍ପାନୀର ଯାଜପୁର ଲାଇନର ମଧ୍ୟ ଉନ୍ନତୀକରଣ ସହ ଘରୋଇ ଏବଂ ବିଦେଶୀ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରିବ। ବିଶେଷକରି କ୍ରୋମେନିର କୋଲ୍ଡ ରୋଲିଂ ମିଲ୍‌ ଉଭୟ ଭାରତ ତଥା ବିଦେଶରେ ଆମର ପ୍ରସାରକୁ ବିସ୍ତାର କରିବ ଏବଂ ଦୀର୍ଘକାଳୀନ ମୂଲ୍ୟଯୁକ୍ତ ବିଭାଗରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବ।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri