୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱରେ ଏକ ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ ଉତ୍ପାଦନକାରୀ ଭାବେ ପରିଗଣିତ ହେବାର ଉଦ୍ଦେଶ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ଏବଂ ଅଧିଗ୍ରହଣ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏପରିକି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିବା ପାଇଁ କମ୍ପାନୀ ପ୍ରାୟ ୫,୪୦୦ କୋଟି ଟଙ୍କାର ଏକ ତ୍ରିସ୍ତରୀୟ ନିବେଶ ରଣନୀତି ଆପଣାଇଛି। ଜିନ୍ଦଲ ଷ୍ଟେନ୍‌ଲେସ୍‌ ଇଣ୍ଡୋନେସିଆରେ ବାର୍ଷିକ ୧.୨ମିଲିୟନ୍‌ ଟନ୍‌ ଉତ୍ପାଦନ କ୍ଷମତା ଥିବା ଏକ ଷ୍ଟେନଲେସ୍‌ ଷ୍ଟିଲ୍‌ ମେଲ୍ଟଂ ଶପ୍‌ ବିକାଶ ଏବଂ ପରିଚାଳନା ପାଇଁ ଯୌଥ ଉଦ୍ୟୋଗ ଆରମ୍ଭ କରିଛି। ଏଥିରେ ୭୦୦କୋଟି ଟଙ୍କାରୁ ଅଧିକ ନିବେଶ ହେବା ସହ କମ୍ପାନୀର ମେଲ୍ଟିଂ କ୍ଷମତା ୪୦% ବୃଦ୍ଧି ପାଇ ବାର୍ଷିକ ୪.୨ମିଲିୟନ ଟନ୍‌ ହେବ ବୋଲି ଆକଳନ କରାଯାଇଛି। ବିଶେଷକରି ଯାଜପୁରରେ କମ୍ପାନୀର ଡାଉନଷ୍ଟ୍ରିମ ଲାଇନର ସମ୍ପ୍ରସାରଣ ପାଇଁ ଜେଏସ୍‌ଏଲ୍‌ ପ୍ରାୟ ୧୯୦୦କୋଟି ଟଙ୍କାର ବ୍ୟୟ ବରାଦ କରିଛି। ଏହା ବ୍ୟତୀତ ରେଲୱେ ସାଇଡିଂ, ସଷ୍ଟେନେବିଲିଟି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ଭଳି ଭିତ୍ତିଭୂମି ସୁବିଧାଗୁଡ଼ିକର ଉନ୍ନତୀକରଣ ପାଇଁ ମଧ୍ୟ କମ୍ପାନୀ ପ୍ରାୟ ୧୪୫୦ କୋଟି ଟଙ୍କାର ନିବେଶ ଆକଳନ କରିଛି, ତୃତୀୟତଃ କମ୍ପାନୀ ଏକ ଗଠନମୂଳକ ପରୋକ୍ଷ ଅଧିଗ୍ରହଣ ଚୁକ୍ତି ମାଧ୍ୟମରେ ଗୁଜରାଟର ମୁନ୍ଦ୍ରାଠାରେ ଥିବା ୦.୬ଏମ୍‌ଟିପିଏ କୋଲ୍ଡ ରୋଲିଂ ମିଲ, କ୍ରୋମେନି ଷ୍ଟିଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ସିଏସ୍‌ପିଏଲ୍‌)ର ୫୪% ଇକ୍ୱିଟି ଅଂଶଧନ ଅଧିଗ୍ରହଣ କରିବ। ଏହି କାରବାର ଜରିଆରେ ପ୍ରାୟ ୧,୩୪୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି,ଯେଉଁଥିରେ ୧,୨୯୫ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି କ୍ରୟ ବାବଦରେ ଅବଶିଷ୍ଟ ୪୫ କୋଟି ଟଙ୍କା ସାମିଲ ରହିଛି।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ଏହି ଅଧିଗ୍ରହଣ ଏବଂ ପୁଞ୍ଜିନିବେଶ ସହ ଆମେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ ହେବା ପାଇଁ ଏକ ସ୍ପଷ୍ଟ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛୁ। ଏପରିକି ଇଣ୍ଡୋନେସିଆର ଯୌଥ ଉଦ୍ୟୋଗ ଆମକୁ ସର୍ବୋତ୍ତମ ଗତି ଏବଂ କଞ୍ଚାମାଲ ସୁରକ୍ଷା ପ୍ରଦାନ କରିବ ଏବଂ କମ୍ପାନୀର ଯାଜପୁର ଲାଇନର ମଧ୍ୟ ଉନ୍ନତୀକରଣ ସହ ଘରୋଇ ଏବଂ ବିଦେଶୀ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରିବ। ବିଶେଷକରି କ୍ରୋମେନିର କୋଲ୍ଡ ରୋଲିଂ ମିଲ୍‌ ଉଭୟ ଭାରତ ତଥା ବିଦେଶରେ ଆମର ପ୍ରସାରକୁ ବିସ୍ତାର କରିବ ଏବଂ ଦୀର୍ଘକାଳୀନ ମୂଲ୍ୟଯୁକ୍ତ ବିଭାଗରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?