Posted inଜାତୀୟ

ଜେପିସି ତଦନ୍ତ ଦାବି

ନୂଆଦିଲ୍ଲୀ, ୧୮।୮(ପି.ଟି.): ଉତ୍ତେଜନାପୂର୍ଣ୍ଣ ଭାଷଣ ନିୟମର ଉଲ୍ଲଂଘନ କରୁଥିବା ଭାଜପା ନେତାଙ୍କ ବିରୋଧରେ ଫେସ୍‌ବୁକ୍‌ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ଦାବି କରିଛି ସିପିଆଇ(ଏମ୍‌)। ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ରେ ଶାସକ ଦଳ ପୁଞ୍ଜିନିବେଶ କରିଥିବା ନେଇ ପ୍ରଶ୍ନ ଉଠିଛି। ତେଣୁ ଫେସ୍‌ବୁକ୍‌ ଓ ଭାଜପା ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବାକୁ ସିପିଏମ୍‌ ପକ୍ଷରୁ ଦାବି କରାଯାଇଛି। ଭାଜପା ସହ ଏହି ସୋସିଆଲ ମିଡିଆର ଥିବା ସମ୍ପର୍କର ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ରବିବାର ଦାବି କରିଥିଲା। ସାମ୍ପ୍ରଦାୟିକ ଘୃଣ୍ୟ ବିଷୟବସ୍ତୁକୁ ରୋକିବା ଲାଗି ଫେସ୍‌ବୁକ୍‌ ପ୍ରଣୟନ କରିଥିବା ନୀତିକୁ ନିଜେ ଉଲ୍ଲଂଘନ କରୁଥିବା ନେଇ ସିପିଏମ୍‌ ପଲିଟିବ୍ୟୁରୋ ପକ୍ଷରୁ ନିନ୍ଦା କରାଯାଇଛି। ଏହାକୁ କୌଣସି ସରକାରୀ ବିଭାଗ କିମ୍ବା ସାମ୍ବିଧାନିକ ସଂସ୍ଥା ସହ କାର୍ଯ୍ୟ କରିବାକୁ ନ ଦେବା ପାଇଁ ପଲିଟିବ୍ୟୁରୋ ଦାବି କରିଛି।
ଫେସ୍‌ବୁକ୍‌କୁ ନେଇ ରାଜନୈତିକ ବିବାଦ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ବ୍ୟବହାରକାରୀ କ୍ଷୁବ୍ଧ ହୋଇଛନ୍ତି। ଫେସ୍‌ବୁକ୍‌ର ଭାରତରେ ଥିବା ଟିମ୍‌ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଛନ୍ତି। ଏହି ଅଭିଯୋଗ ଆସିବା ପରେଭାରତ ଅନେକ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହାକୁ ଡିଲିଟ୍‌ କରିଦେଇଥିବା ଦାବି କରିଛନ୍ତି। ଭାରତୀୟ ସୋସିଆଲ ମିଡିଆ ମଧ୍ୟ ଫେସ୍‌ବୁକ୍‌ ନିଷିଦ୍ଧ କରାଯାଉ ବୋଲି ଦାବି କରିଛନ୍ତି। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଅନୁରୂପ ଦାବି କରିଥିବା ଜଣାପଡ଼ିଛି। ପ୍ରଥମ ଥର ଲାଗି ଫେସ୍‌ବୁକ୍‌ ନିଷିଦ୍ଧ କରିବା ଦାବି ଉଠିନାହିଁ। ପୂର୍ବରୁ ଏକାଧିକ ଥର ଏଭଳି ଅଭିଯୋଗ ଆସିଛି।

ନୀତି ସହ ରାଜନୈତିକ ସାଲିସ ନାହିଁ: ଫେସ୍‌ବୁକ୍‌
ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ଆପତ୍ତିଜନକ ବିଷୟବସ୍ତୁକୁ ଫେସ୍‌ବୁକ୍‌ ଅଣଦେଖା କରୁଥିବା ନେଇ ଖବର ପ୍ରକାଶ ପାଇବା ପରେ ଉକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଖଣ୍ଡନ କରିଛି। ଫେସ୍‌ବୁକ୍‌ ଘୃଣିତ ଭାଷଣ ସମ୍ପର୍କିତ ନୀତିରେ କୌଣସି ରାଜନେତା କିମ୍ବା ରାଜନୈତିକ ଦଳ ସହ ସାଲିସ କରି ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛ ି। ହିଂସାକୁ ଉସୁକାଉଥିବା ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ବିଷୟବସ୍ତୁକୁ ଆମେ ନିଷିଦ୍ଧ କରିଛୁ ଏବଂ ଏହି ନୀତି ବିଶ୍ୱସ୍ତରରେ ଲାଗୁ ହେଉଛି। ଏଥିରେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ଅନୁକମ୍ପା ଦେଖାଯାଉ ନ ଥିବା ଫେସ୍‌ବୁକ୍‌ର ଜଣେ ମୁଖପାତ୍ର କହିଛନ୍ତି। ଯେତେବେଳେ କିଛି ଅଧିକ କରିବାର ଆବଶ୍ୟକତା ରହିଛି ବୋଲି କମ୍ପାନୀ ଅନୁଭବ କରିଛି, ସେତେବେଳେ ନିୟମିତ ଅଡିଟ୍‌ କରାଯାଇ ନୀତିରେ ଉନ୍ନତି ଅଣାଯାଇଛି ବୋଲି ସେ କହିଛନ୍ତି।
ବିଦେଶୀ ଗଣମାଧ୍ୟମ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ଫେସ୍‌ବୁକ୍‌ ସମ୍ପର୍କରେ ଉପରୋକ୍ତ ଅଭିଯୋଗ ପ୍ରକାଶ ପାଇବା ପରେ ଭାରତରେ ଏହାକୁ ନେଇ ବିବାଦ ଜୋର୍‌ ଧରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଭାରତରେ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌କୁ ନିୟନ୍ତ୍ରିତ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଉପରୋକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଶାସକ ଦଳ ମିଥ୍ୟା ଖବର ଓ ଉତ୍ତେଜକ ଭାଷଣର ପ୍ରସାର କରୁଥିଲା। ଫେସ୍‌ବୁକ୍‌ ସମ୍ପର୍କରେ ଅସଲ ସତକୁ ଆମେରିକା ଗଣମାଧ୍ୟମ ପଦାକୁ ଆଣିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ଏହାକୁ ଖଣ୍ଡନ କରିବାକୁ ଯାଇ ଭାଜପା ୩ ବର୍ଷ ତଳର କେମ୍ବ୍ରିଜ୍‌ ଆନାଲିଟିକା ଡାଟା ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଚୁପ୍‌ କରିବାକୁ ଚେଷ୍ଟା କରିଥିଲା। ଏହି ଦୁର୍ନୀତିରେ ଧରାପଡ଼ିଥିବା ପରାଜିତ ବ୍ୟକ୍ତି ଏବେ ଆମକୁ ପ୍ରଶ୍ନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ୍‌ କରିଥିଲେ।

ଜୀବନ ପ୍ରତି ବିପଦ ଅଭିଯୋଗ ଆଣିଲେ ଫେସ୍‌ବୁକ୍‌ ଅଧିକାରୀ
ଦିଲ୍ଲୀରେ ଥିବା ଫେସ୍‌ବୁକ୍‌ର ଜଣେ ଉଚ୍ଚ ପଦାଧିକାରୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ୫ ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏତଲା ଦାଏର କରିଛନ୍ତି। ଅନ୍‌ଖି ଦାସ୍‌ ନାମ୍ନୀ ଏହି ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଫେସ୍‌ବୁକ୍‌ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣକୁ ଅଣଦେଖା କରୁଥିବା ନେଇ ବିଦେଶୀ ଗଣମାଧ୍ୟମ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଅନ୍‌ଲାଇନରେ କ୍ରମାଗତ ଭାବେ ଧମକ ଆସୁଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଫେସ୍‌ବୁକ୍‌ର ଏହି ମହିଳା କାର୍ଯ୍ୟନିର୍ବାହୀ ଦାବି କରିଛନ୍ତି। ଦୁର୍ବୃତ୍ତମାନେ ନିଜ ପରିଚୟ ଗୋପନ ରଖିବା ଲାଗି ଅନ୍‌ଲାଇନ ଆକାଉଣ୍ଟ ଜରିଆରେ ଧମକ ଦେଉଛନ୍ତି। ସେମାନେ କାର୍ଯ୍ୟନିର୍ବାହୀଙ୍କ ନଁାରେ ଭୁଲ୍‌ ସୂଚନା ପ୍ରଚାର କରିବା ସହ ହିଂସା ଘଟାଇବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୧୪ରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଲେଖାକୁ ନେଇ ଏଭଳି ଧମକ ଆସୁଥିବା ଅନ୍‌ଖି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri