Posted inଜାତୀୟ

ଜେପିସି ତଦନ୍ତ ଦାବି

ନୂଆଦିଲ୍ଲୀ, ୧୮।୮(ପି.ଟି.): ଉତ୍ତେଜନାପୂର୍ଣ୍ଣ ଭାଷଣ ନିୟମର ଉଲ୍ଲଂଘନ କରୁଥିବା ଭାଜପା ନେତାଙ୍କ ବିରୋଧରେ ଫେସ୍‌ବୁକ୍‌ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ଦାବି କରିଛି ସିପିଆଇ(ଏମ୍‌)। ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ରେ ଶାସକ ଦଳ ପୁଞ୍ଜିନିବେଶ କରିଥିବା ନେଇ ପ୍ରଶ୍ନ ଉଠିଛି। ତେଣୁ ଫେସ୍‌ବୁକ୍‌ ଓ ଭାଜପା ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବାକୁ ସିପିଏମ୍‌ ପକ୍ଷରୁ ଦାବି କରାଯାଇଛି। ଭାଜପା ସହ ଏହି ସୋସିଆଲ ମିଡିଆର ଥିବା ସମ୍ପର୍କର ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ରବିବାର ଦାବି କରିଥିଲା। ସାମ୍ପ୍ରଦାୟିକ ଘୃଣ୍ୟ ବିଷୟବସ୍ତୁକୁ ରୋକିବା ଲାଗି ଫେସ୍‌ବୁକ୍‌ ପ୍ରଣୟନ କରିଥିବା ନୀତିକୁ ନିଜେ ଉଲ୍ଲଂଘନ କରୁଥିବା ନେଇ ସିପିଏମ୍‌ ପଲିଟିବ୍ୟୁରୋ ପକ୍ଷରୁ ନିନ୍ଦା କରାଯାଇଛି। ଏହାକୁ କୌଣସି ସରକାରୀ ବିଭାଗ କିମ୍ବା ସାମ୍ବିଧାନିକ ସଂସ୍ଥା ସହ କାର୍ଯ୍ୟ କରିବାକୁ ନ ଦେବା ପାଇଁ ପଲିଟିବ୍ୟୁରୋ ଦାବି କରିଛି।
ଫେସ୍‌ବୁକ୍‌କୁ ନେଇ ରାଜନୈତିକ ବିବାଦ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ବ୍ୟବହାରକାରୀ କ୍ଷୁବ୍ଧ ହୋଇଛନ୍ତି। ଫେସ୍‌ବୁକ୍‌ର ଭାରତରେ ଥିବା ଟିମ୍‌ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଛନ୍ତି। ଏହି ଅଭିଯୋଗ ଆସିବା ପରେଭାରତ ଅନେକ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହାକୁ ଡିଲିଟ୍‌ କରିଦେଇଥିବା ଦାବି କରିଛନ୍ତି। ଭାରତୀୟ ସୋସିଆଲ ମିଡିଆ ମଧ୍ୟ ଫେସ୍‌ବୁକ୍‌ ନିଷିଦ୍ଧ କରାଯାଉ ବୋଲି ଦାବି କରିଛନ୍ତି। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଅନୁରୂପ ଦାବି କରିଥିବା ଜଣାପଡ଼ିଛି। ପ୍ରଥମ ଥର ଲାଗି ଫେସ୍‌ବୁକ୍‌ ନିଷିଦ୍ଧ କରିବା ଦାବି ଉଠିନାହିଁ। ପୂର୍ବରୁ ଏକାଧିକ ଥର ଏଭଳି ଅଭିଯୋଗ ଆସିଛି।

ନୀତି ସହ ରାଜନୈତିକ ସାଲିସ ନାହିଁ: ଫେସ୍‌ବୁକ୍‌
ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ଆପତ୍ତିଜନକ ବିଷୟବସ୍ତୁକୁ ଫେସ୍‌ବୁକ୍‌ ଅଣଦେଖା କରୁଥିବା ନେଇ ଖବର ପ୍ରକାଶ ପାଇବା ପରେ ଉକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଖଣ୍ଡନ କରିଛି। ଫେସ୍‌ବୁକ୍‌ ଘୃଣିତ ଭାଷଣ ସମ୍ପର୍କିତ ନୀତିରେ କୌଣସି ରାଜନେତା କିମ୍ବା ରାଜନୈତିକ ଦଳ ସହ ସାଲିସ କରି ନ ଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛ ି। ହିଂସାକୁ ଉସୁକାଉଥିବା ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ବିଷୟବସ୍ତୁକୁ ଆମେ ନିଷିଦ୍ଧ କରିଛୁ ଏବଂ ଏହି ନୀତି ବିଶ୍ୱସ୍ତରରେ ଲାଗୁ ହେଉଛି। ଏଥିରେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ଅନୁକମ୍ପା ଦେଖାଯାଉ ନ ଥିବା ଫେସ୍‌ବୁକ୍‌ର ଜଣେ ମୁଖପାତ୍ର କହିଛନ୍ତି। ଯେତେବେଳେ କିଛି ଅଧିକ କରିବାର ଆବଶ୍ୟକତା ରହିଛି ବୋଲି କମ୍ପାନୀ ଅନୁଭବ କରିଛି, ସେତେବେଳେ ନିୟମିତ ଅଡିଟ୍‌ କରାଯାଇ ନୀତିରେ ଉନ୍ନତି ଅଣାଯାଇଛି ବୋଲି ସେ କହିଛନ୍ତି।
ବିଦେଶୀ ଗଣମାଧ୍ୟମ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ଫେସ୍‌ବୁକ୍‌ ସମ୍ପର୍କରେ ଉପରୋକ୍ତ ଅଭିଯୋଗ ପ୍ରକାଶ ପାଇବା ପରେ ଭାରତରେ ଏହାକୁ ନେଇ ବିବାଦ ଜୋର୍‌ ଧରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଭାରତରେ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌କୁ ନିୟନ୍ତ୍ରିତ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଉପରୋକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଶାସକ ଦଳ ମିଥ୍ୟା ଖବର ଓ ଉତ୍ତେଜକ ଭାଷଣର ପ୍ରସାର କରୁଥିଲା। ଫେସ୍‌ବୁକ୍‌ ସମ୍ପର୍କରେ ଅସଲ ସତକୁ ଆମେରିକା ଗଣମାଧ୍ୟମ ପଦାକୁ ଆଣିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ଏହାକୁ ଖଣ୍ଡନ କରିବାକୁ ଯାଇ ଭାଜପା ୩ ବର୍ଷ ତଳର କେମ୍ବ୍ରିଜ୍‌ ଆନାଲିଟିକା ଡାଟା ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଚୁପ୍‌ କରିବାକୁ ଚେଷ୍ଟା କରିଥିଲା। ଏହି ଦୁର୍ନୀତିରେ ଧରାପଡ଼ିଥିବା ପରାଜିତ ବ୍ୟକ୍ତି ଏବେ ଆମକୁ ପ୍ରଶ୍ନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟୁଇଟ୍‌ କରିଥିଲେ।

ଜୀବନ ପ୍ରତି ବିପଦ ଅଭିଯୋଗ ଆଣିଲେ ଫେସ୍‌ବୁକ୍‌ ଅଧିକାରୀ
ଦିଲ୍ଲୀରେ ଥିବା ଫେସ୍‌ବୁକ୍‌ର ଜଣେ ଉଚ୍ଚ ପଦାଧିକାରୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ୫ ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏତଲା ଦାଏର କରିଛନ୍ତି। ଅନ୍‌ଖି ଦାସ୍‌ ନାମ୍ନୀ ଏହି ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଫେସ୍‌ବୁକ୍‌ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣକୁ ଅଣଦେଖା କରୁଥିବା ନେଇ ବିଦେଶୀ ଗଣମାଧ୍ୟମ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ଅନ୍‌ଲାଇନରେ କ୍ରମାଗତ ଭାବେ ଧମକ ଆସୁଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଫେସ୍‌ବୁକ୍‌ର ଏହି ମହିଳା କାର୍ଯ୍ୟନିର୍ବାହୀ ଦାବି କରିଛନ୍ତି। ଦୁର୍ବୃତ୍ତମାନେ ନିଜ ପରିଚୟ ଗୋପନ ରଖିବା ଲାଗି ଅନ୍‌ଲାଇନ ଆକାଉଣ୍ଟ ଜରିଆରେ ଧମକ ଦେଉଛନ୍ତି। ସେମାନେ କାର୍ଯ୍ୟନିର୍ବାହୀଙ୍କ ନଁାରେ ଭୁଲ୍‌ ସୂଚନା ପ୍ରଚାର କରିବା ସହ ହିଂସା ଘଟାଇବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୧୪ରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଲେଖାକୁ ନେଇ ଏଭଳି ଧମକ ଆସୁଥିବା ଅନ୍‌ଖି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri