Posted inରାଜ୍ୟ

ଆଜିଠୁ ଆୟୁଷ୍ମାନ୍‌: ଶୁଭାରମ୍ଭ କରିବେ ନଡ୍ଡା

ଭୁବନେଶ୍ୱର/କଟକ,୧୧।୪(ସୁନିତ୍‌ ମିଶ୍ର/ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ତଳ ପଡିଆରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ କଟକ ଯାଇ ବାଲିଯାତ୍ରା ପଡିଆରେ ଉପରୋକ୍ତ ଯୋଜନାର ଶୁଭାରମ୍ଭ କରିବେ। ଏଥିସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଡିଆଟ୍ରିକ୍‌ର ନୂତନ କୋଠା ଉଦ୍‌ଘାଟନ କରିବେ। ଏଥିସହ ନଡ୍ଡା ଭୁବନେଶ୍ୱରସ୍ଥିତ ସିପେଟ୍‌ ଓ ଏମ୍‌ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ସାରେ ପୁରୀଠାରେ ହେବାକୁ ଥିବା ଦଳର ଏମ୍‌ପି ଓ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ପୂର୍ବ ସରକାର ଅମଳରେ ପ୍ରଚଳିତ ଯୋଜନାରେ କେବଳ ୯୭୮ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା। ଫଳରେ ବହୁ ଲୋକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିଲେ। ରାଜ୍ୟରେ ଆୟୁଷ୍ମାନ୍‌ ଭାରତ ଯୋଜନା ଶୁଭାରମ୍ଭ ହେବା ପରେ ରାଜ୍ୟ ଓ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ। ଦେଶର ୨୯ ହଜାର ହସ୍ପିଟାଲରେ ଏହି ସେବା ଉପଲବ୍ଧ ହେବ। ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୂର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ। ଆୟୁଷ୍ମାନ୍‌ ଭାରତ ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆ ନ ଯାଇ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ପ୍ରଦାନ କରାଯିବ। ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି। ପୁରୀରେ ହେବାକୁ ଥିବା ‘ବିଧାୟକ ଓ ଏମ୍‌ପି ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ୧୧ ତାରିଖ ସାରୁ ୧୩ ତାରିଖ ସା ପର୍ଯ୍ୟନ୍ତ ଚାଲିବ। ୧୨ ତାରିଖ ସକାଳେ ନଡ୍ଡା ବିଧିବଦ୍ଧଭାବେ ଏହାକୁ ଉଦ୍‌ଘାଟନ କରିବେ। ଏହି ଶିବିରରେ ସାଙ୍ଗଠନିକ, ପ୍ରଶାସନିକ, ବିଚାରଧାରା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ନଡ୍ଡାଙ୍କ ଏହି ୨ ଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ଗୁରୁବାର ମଧ୍ୟାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାଲିଯାତ୍ରା ପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେହିପରି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ବାଲିଯାତ୍ରା ପଡିଆରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ସହ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ବାଲିଯାତ୍ରା ପଡିଆରେ ପ୍ରାୟ ୨୫ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଆୟୁଷ୍ମାନ୍‌ ଭାରତ ଯୋଜନାରେ ଦେଶର ସମସ୍ତ ହସ୍ପିଟାଲରେ ଲୋକମାନେ ଯେପରି ଚିକିତ୍ସା ସୁବିଧା ପାଇପାରିବେ, ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ୧୫ରୁ ୨୦ ଜଣଙ୍କୁ ଏହି କାର୍ଡ ପ୍ରଦାନ କରାଯିବ। ପରେ ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିରେ ଏହି କାର୍ଡ ବଣ୍ଟନ କରାଯିବ। ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ଥିଲା, ହେଲେ ସେଥିରେ ଦୁର୍ନୀତି କରାଯାଉଥିଲା; କିନ୍ତୁ ଏହି ଆୟୁଷ୍ମାନ୍‌ କାର୍ଡରେ କେବଳ ସେବା ଲୋକଙ୍କ ପାଖରେ ପହଞ୍ଚିବ। ଏଥିସହ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ରହିଛି। ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ଲୋକଙ୍କ ପାଖରେ ଏହି କାର୍ଡର ସୁବିଧା ପହଞ୍ଚିଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରଭାତୀ କହିଛନ୍ତି।

ସେହିପରି କନକବର୍ଦ୍ଧନ ସିଂଦେଓ କହିଛନ୍ତି, କଟକ ବାଲିଯାତ୍ରା ପଡ଼ିଆରେ ଅପରାହ୍ନ ପ୍ରାୟ ୨ଟାରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ପହଞ୍ଚି ଆୟୁଷ୍ମାନ୍‌ ଭାରତ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ସେ ଶିଶୁଭବନ ନୂତନ କୋଠାକୁ ଉଦ୍‌ଘାଟନ କରିବେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଓ ଦିଲ୍ଲୀରେ ଏହି କାର୍ଡ ଲାଗୁ କରାଯିବ। ଓଡ଼ିଶାର ସାଢ଼େ ୩ କୋଟି ଲୋକ ଏହି କାର୍ଡର ସୁବିଧା ପାଇବେ ବୋଲି ସିଂଦେଓ କହିଛନ୍ତି। ଏହି ସମୀକ୍ଷା କାର୍ଯ୍ୟକ୍ରମରେ କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନ୍‌ଦେଓଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?