Posted inଖେଳ

କାର୍ତ୍ତିକ ତ୍ୟାଗି, ‘ନାମ୍‌ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..

ନୂଆଦିଲ୍ଲୀ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ ତ୍ୟାଗି। ସେ ମ୍ୟାଚ୍‌ର ଶେଷ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ର ଭାଗ୍ୟ ବଦଳାଇ ଦେଇଥିଲେ। ଏହାକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି। ତେବେ କାର୍ତ୍ତିକଙ୍କ ପାଇଁ କ୍ରିକେଟରେ ନିଜ ଭାଗ୍ୟ ନିରୂପଣ କରିବା ସେତେଟା ସହଜ ନ ଥିଲା।

କାର୍ତ୍ତିକ ବାପାଙ୍କ ଫାର୍ମରେ କାମ କରୁଥିଲେ। ଏଥିସହ କ୍ରିକେଟ ମଧ୍ୟ ଖେଳୁଥିଲେ। ୨୦୧୭-୧୮ରେ ରଣଜୀ ଟ୍ରଫି ଖେଳିବା ସମୟରେ ସବୁକିଛି ଠିକ୍‌ ଥିଲା। ହେଲେ ୟୁପି ରଣଜୀ ଟିମ୍‌ର ଏଲହି ଦ୍ରୁତ ବୋଲର ଆହତ ହୋଇଥିଲେ। ଦୀର୍ଘ ୧୧ ମାସ ଧରି ସେ ଉକ୍ତ ସମସ୍ୟା ସହ ଲଢ଼ିଥିଲେ।

ଆହତ ହେବା ପରେ କାର୍ତ୍ତିକଙ୍କୁ ଲଗାତାର ଭାବେ ଡାକ୍ତର ବଦଳାଇବା ପଡ଼ୁଥିଲା। ସେ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଥିଲେ। ଏଭଳି ସମୟ ଥିଲା ଯାଆସ କରିବା ଲାଗି ତାଙ୍କ ପାଖରେ ଟଙ୍କା ନ ଥିଲା। ସେତେବେଳେ କାର୍ତ୍ତିକଙ୍କ ବାପା ଯୋଗେନ୍ଦ୍ର ତ୍ୟାଗି ନିଜ ଜମି ବିକି ପୁଅଙ୍କୁ ସୁସ୍ଥ କରିଥିଲେ। ସେ ନିଜ ପୁଅ କ୍ୟାରିୟର ଖରାପ ନ ହେଉ ସେଥିପ୍ରତି ଯତ୍ନବାନ ଥିଲେ। ୬ ମାସ ଯାଏ ଉନ୍ନତି ନ ଆସିବାରୁ ସେ ଏନ୍‌ସିଏ ଯାଇଥିଲେ। ଏହାପରେ ସେ ଅଣ୍ଡର-୧୯ ଦଳକୁ ଫେରିଥିଲେ।

ପୁଣିଥରେ ସୁସ୍ଥ ହୋଇ ଫେରିବା ପରେ କାର୍ତ୍ତିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଭାରତୀୟ ଟିମ୍‌ରେ ତାଙ୍କୁ ନେଟ ବୋଲର ଭାବେ ସ୍ଥାନ ମିଳିଥିଲା। ଏହାପରେ ଆଇପିଏଲରେ ରାଜସ୍ଥାନ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା। ଏଯାବତ ସେ ୧୨ ମ୍ୟାଚ୍‌ ଖେଳି ୧୨ ଉଇକେଟ ନେଇ ସାରିଲେଣି।

ଉତ୍ତରପ୍ରଦେଶର ଏକ ଛୋଟ ସହର ହାପୁଡରେ ଜନ୍ମିତ କାର୍ତ୍ତିକଙ୍କ ଜୀବନ କଠିନ ପରିସ୍ଥିତିରେ ଆରମ୍ଭ ହୋଇଥିଲା ସତ, ହେଲେ ଏବେ ସେ ସଫଳତାର ଶିଡି ଚଢ଼ିବାରେ ଲାଗିଛନ୍ତି। ଏହି ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଣୁ ଭବିଷ୍ୟତରେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବା ସୁନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri