ଗୁରୁଡ଼ାରୁ ପଞ୍ଜାବ ଯାତ୍ରା

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍‌ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଏବେ ପଞ୍ଜାବକୁ ଯାତ୍ରା କରିଛନ୍ତି। ଜଣେ ଉଦୀୟମାନ ଯୁବ ଖେଳାଳି ଭାବେ ଅଞ୍ଚଳର ନାଁ ରଖିବା ସହ ନିଜକୁ ପରିଚିତ କରାଇପାରିଛନ୍ତି।
ସୂଚନା ଅନୁଯାୟୀ, ଅଞ୍ଚଳର ଖ୍ୟାତନାମା ଗୋଲ କିପର ବାପା ଦିନେଶ ପୂର୍ତ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୭ରେ ସେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ୨୦୧୮ରେ ନିଜର ଅବିଶ୍ୱସନୀୟ ପ୍ରତିଭା ଯୋଗୁ ଟାଟା କମ୍ପାନୀ ଦ୍ୱାରା ଜାମଶେଦପୁରରେ ହେଉଥିବା ଚୟନ ପ୍ରକ୍ରିୟାରେ ଚୟନ ହୋଇ ପଞ୍ଜାବର ଖ୍ୟାତନାମା ମୀନର୍ଭା କ୍ଲବ୍‌ରେ ସେ ରେସିଡେନସିଆଲ ପ୍ରଶିକ୍ଷଣ ପାଇଁ ଯୋଗଦିଅନ୍ତି। ତା’ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏହା ମଧ୍ୟରେ ଜାତୀୟସ୍ତରରେ ଅନେକ ମ୍ୟାଚ ଖେଳି ସାରିଛନ୍ତି। ପଞ୍ଜାବର ରାଉଣ୍ଡ ଗ୍ଲାସ୍‌ କ୍ଲବ୍‌ରେ ଅଣ୍ଡର-୧୭ ଦଳରେ ପ୍ରଶିକ୍ଷଣରତ ଅଛନ୍ତି। ଏଥିସହ ବର୍ତ୍ତମାନ ଚଣ୍ଡିଗଡ଼ର କେପିଏସ୍‌ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନରତ। ଆଶିଷ କହିଛନ୍ତି, ଅଞ୍ଚଳରେ ବାପା ଗୋଲ କିପର ହିସାବରେ ବେଶ୍‌ ଜଣାଶୁଣା। କିନ୍ତୁ ମୋର ବିଶ୍ବାସ ମୁଁ ଦିନେ ଭାରତୀୟ ଫୁଟ୍‌ବଲ ଦଳରେ ସ୍ଥାନ ପାଇ ମୋ ମାଟିର ଟେକ ରଖିବି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ ମେସି ଓ ଭାରତର ଜାତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ନିଜର ଆଦର୍ଶ ମାନିଛନ୍ତି। ଆଶିଷଙ୍କ ବାପା ଦିନେଶ କୁହନ୍ତି, ବିଭିନ୍ନ ଅସୁବିଧା ଯୋଗୁ ସେ ଫୁଟ୍‌ବଲ ଖେଳି ପାରି ନ ଥିଲେ। କିନ୍ତୁ ପୁଅ ଦିନେ ଭଲ ଫୁଟ୍‌ବଲ ଖେଳି ମାଟି ପାଇଁ ସୁନାମ ଆଣିବ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ, ଟିଏସ୍‌ଏଫ୍‌ର ଫୁଟ୍‌ବଲ ପ୍ରଶିକ୍ଷଣ କେନ୍ଦ୍ରରୁ କୋଚିଂ ନେଇ ଆଶିଷଙ୍କ ଭଳି ଯୋଡ଼ା ବସ୍ତି ୱାର୍ଡ ନଂ. ୮ର ମନୀଷା ନାୟକ, ଆଜାଦ ବସ୍ତି ୱାର୍ଡ ନଂ. ୫ର ବର୍ଷା ମହାକୁଡ଼ ଓ କ୍ୟାମ୍ପ ହଟିଂର ରୂପଶ୍ରୀ ମୁଣ୍ଡା ମଧ୍ୟ ଫୁଟ୍‌ବଲ ଖେଳକୁ ସେମାନଙ୍କର କ୍ୟାରିୟର ଭାବରେ ଗ୍ରହଣ କରିଛନ୍ତି। ୨୦୧୨ ଠାରୁ ଯୋଡ଼ା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟିଏସ୍‌ଏଫ୍‌ ଦ୍ୱାରା ୯ ସେଣ୍ଟରରେ ଫୁଟ୍‌ବଲ କୋଚିଂ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ପ୍ରାୟ ୨୦୦ ଝିଅ, ପୁଅ କେନ୍ଦ୍ରଗୁଡ଼ିକରେ କୋଚିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri