ଯୋରନ୍ଦା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ, ୧୩।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ବଳ୍କଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ୧୩୦ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଏହାପରେ ଯୋରନ୍ଦା ମହିମାଗାଦିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠର ପାରିପାର୍ଶ୍ୱିକ ବିକାଶମୂଳକ କାର୍ଯ୍ୟ ହେବ। ଉଭୟ ଗୋଷ୍ଠୀର ନିଷ୍ପତ୍ତିକୁ ଅଗ୍ରାଧିକାର ଦିଆଯିବ। ଖୁବ୍‌ଶୀଘ୍ର ୫-ଟି ସଚିବ ମହିମାଗାଦି ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଶୁକ୍ରବାର ଯୋରନ୍ଦାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ ଏହି ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲାର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଲାଗି ରାଜ୍ୟ ସରକାର ମଞ୍ଜୁର କରିଥିବା ୫୦ କୋଟି ଟଙ୍କା ମଧ୍ୟରୁ ୧୦ କୋଟି ଯୋରନ୍ଦା ମହିମାଗାଦି ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଅନୁଦାନ ଅର୍ଥ ଲୋଡ଼ାଯିବ।
ପୀଠକୁ ଆକର୍ଷଣୀୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ। ପାର୍କ, ପୋଖରୀ ପୁନରୁଦ୍ଧାର ସାଙ୍ଗକୁ ରାସ୍ତା ଚଉଡ଼ା କରାଯିବ। ମଠ ସମ୍ପର୍କରେ ଜାଣିବା ପାଇଁ ସୂଚନା ଫଳକ ଲଗାଯିବ। ଉନ୍ନତମାନର ଶୌଚାଳୟ, ବନୀକରଣ, ପ୍ରାର୍ଥନା ଗୃହ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ବତନ୍ତ୍ର ଯୋଜନା କରାଯାଉଛି। ପୀଠକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯିବ। ମିଟିଂ ହଲ୍‌, ପର୍ଯ୍ୟଟକଙ୍କ ରହଣି ପାଇଁ ପାନ୍ଥଶାଳା ନିର୍ମାଣ ହେବ। ଯୋରନ୍ଦାକୁ ବର୍ଷତମାମ ପର୍ଯ୍ୟଟକ ଆସୁଥିବାରୁ ବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଏସବୁ କାର୍ଯ୍ୟ ଲାଗି ଆର୍କିଟେକ୍‌ମାନେ ଡିଜାଇନ ଦେବେ। ଜିଲାର ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ଯୋରନ୍ଦା, କପିଳାସ ଓ ସପ୍ତଶଯ୍ୟା। ତନ୍ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ଯୋରନ୍ଦାର ଉନ୍ନୟନ ଲାଗି ସରକାର ଯୋଜନା କରିଛନ୍ତି। ମୁଖ୍ୟ ମନ୍ଦିରରେ ସମସ୍ତଙ୍କ ପାଇଁ ସମାନ ନୀତିକାନ୍ତି ହେବ ବୋଲି ନିଷ୍ପତ୍ତି ହୋଇଛି। ଢେଙ୍କାନାଳରେ ମହିମାଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ, ବ୍ରାହ୍ମଣୀ ନଦୀର କାଲୁରିଆ-ଦିଘିକୁ ସଂଯୋଗ ଲାଗି ନିର୍ମାଣାଧୀନ ବ୍ରିଜ୍‌କୁ ମହିମା ସେତୁ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ସହଯୋଗିତା ମନୋଭାବ ନେଇ ପୀଠର ସୌନ୍ଦର୍ଯ୍ୟକରଣରେ ସାଧୁସନ୍ଥ, ଅଞ୍ଚଳବାସୀ ଆଗେଇ ଆସିବାକୁ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ନିବେଦନ କରିଛନ୍ତି। ବଳ୍କଳଧାରୀ ସାଧୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ସାଧୁ ଶ୍ରୀମଦ୍‌ ରଘୁନାଥ ବାବା, ଅବିନାଶୀ ବାବା ଆଲୋଚନାରେ ଭାଗନେଇ ପୀଠରେ ଥିବା ସମସ୍ତ ୩ ପୋଖରୀର ପୁନଃରୁଦ୍ଧାର କରିବାକୁ ଦାବି କରିଥିଲେ। ମହିମାଗାଦିର ଉନ୍ନତି ପାଇଁ ଦୁଇ ସାଧୁଗୋଷ୍ଠୀ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ବିବାଦୀୟ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ସବୁବର୍ଗ ସ୍ବାଗତ କରିଛନ୍ତି। ଏଥିଲାଗି ସାଧୁସନ୍ନ୍ୟାସୀମାନେ ମୁଖ୍ୟମନ୍ତ୍ରୀ, ଜିଲାର ଜନପ୍ରତିନିଧି, ପ୍ରଶାସନ, ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବୈଠକରେ ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri