ଯୋରନ୍ଦା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ, ୧୩।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ବଳ୍କଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ୧୩୦ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଏହାପରେ ଯୋରନ୍ଦା ମହିମାଗାଦିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠର ପାରିପାର୍ଶ୍ୱିକ ବିକାଶମୂଳକ କାର୍ଯ୍ୟ ହେବ। ଉଭୟ ଗୋଷ୍ଠୀର ନିଷ୍ପତ୍ତିକୁ ଅଗ୍ରାଧିକାର ଦିଆଯିବ। ଖୁବ୍‌ଶୀଘ୍ର ୫-ଟି ସଚିବ ମହିମାଗାଦି ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଶୁକ୍ରବାର ଯୋରନ୍ଦାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ ଏହି ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲାର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଲାଗି ରାଜ୍ୟ ସରକାର ମଞ୍ଜୁର କରିଥିବା ୫୦ କୋଟି ଟଙ୍କା ମଧ୍ୟରୁ ୧୦ କୋଟି ଯୋରନ୍ଦା ମହିମାଗାଦି ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଅନୁଦାନ ଅର୍ଥ ଲୋଡ଼ାଯିବ।
ପୀଠକୁ ଆକର୍ଷଣୀୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ। ପାର୍କ, ପୋଖରୀ ପୁନରୁଦ୍ଧାର ସାଙ୍ଗକୁ ରାସ୍ତା ଚଉଡ଼ା କରାଯିବ। ମଠ ସମ୍ପର୍କରେ ଜାଣିବା ପାଇଁ ସୂଚନା ଫଳକ ଲଗାଯିବ। ଉନ୍ନତମାନର ଶୌଚାଳୟ, ବନୀକରଣ, ପ୍ରାର୍ଥନା ଗୃହ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ବତନ୍ତ୍ର ଯୋଜନା କରାଯାଉଛି। ପୀଠକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯିବ। ମିଟିଂ ହଲ୍‌, ପର୍ଯ୍ୟଟକଙ୍କ ରହଣି ପାଇଁ ପାନ୍ଥଶାଳା ନିର୍ମାଣ ହେବ। ଯୋରନ୍ଦାକୁ ବର୍ଷତମାମ ପର୍ଯ୍ୟଟକ ଆସୁଥିବାରୁ ବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଏସବୁ କାର୍ଯ୍ୟ ଲାଗି ଆର୍କିଟେକ୍‌ମାନେ ଡିଜାଇନ ଦେବେ। ଜିଲାର ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ଯୋରନ୍ଦା, କପିଳାସ ଓ ସପ୍ତଶଯ୍ୟା। ତନ୍ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ଯୋରନ୍ଦାର ଉନ୍ନୟନ ଲାଗି ସରକାର ଯୋଜନା କରିଛନ୍ତି। ମୁଖ୍ୟ ମନ୍ଦିରରେ ସମସ୍ତଙ୍କ ପାଇଁ ସମାନ ନୀତିକାନ୍ତି ହେବ ବୋଲି ନିଷ୍ପତ୍ତି ହୋଇଛି। ଢେଙ୍କାନାଳରେ ମହିମାଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ, ବ୍ରାହ୍ମଣୀ ନଦୀର କାଲୁରିଆ-ଦିଘିକୁ ସଂଯୋଗ ଲାଗି ନିର୍ମାଣାଧୀନ ବ୍ରିଜ୍‌କୁ ମହିମା ସେତୁ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ସହଯୋଗିତା ମନୋଭାବ ନେଇ ପୀଠର ସୌନ୍ଦର୍ଯ୍ୟକରଣରେ ସାଧୁସନ୍ଥ, ଅଞ୍ଚଳବାସୀ ଆଗେଇ ଆସିବାକୁ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ନିବେଦନ କରିଛନ୍ତି। ବଳ୍କଳଧାରୀ ସାଧୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ସାଧୁ ଶ୍ରୀମଦ୍‌ ରଘୁନାଥ ବାବା, ଅବିନାଶୀ ବାବା ଆଲୋଚନାରେ ଭାଗନେଇ ପୀଠରେ ଥିବା ସମସ୍ତ ୩ ପୋଖରୀର ପୁନଃରୁଦ୍ଧାର କରିବାକୁ ଦାବି କରିଥିଲେ। ମହିମାଗାଦିର ଉନ୍ନତି ପାଇଁ ଦୁଇ ସାଧୁଗୋଷ୍ଠୀ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ବିବାଦୀୟ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ସବୁବର୍ଗ ସ୍ବାଗତ କରିଛନ୍ତି। ଏଥିଲାଗି ସାଧୁସନ୍ନ୍ୟାସୀମାନେ ମୁଖ୍ୟମନ୍ତ୍ରୀ, ଜିଲାର ଜନପ୍ରତିନିଧି, ପ୍ରଶାସନ, ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବୈଠକରେ ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri