Posted inଖେଳ

ଏହି ଦେଶର ମୁଖ୍ୟ କୋଚ୍‌ ହେବେ ଜଣ୍ଟି ରୋଡ୍ସ

ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବିଡେନ କ୍ରିକେଟ୍‌ ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି। ଆଇପିଏଲ୍‌ ୧୩ତମ ସଂସ୍କରଣ ପରେ ୫୧ ବର୍ଷୀୟ ଜଣ୍ଟି ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୧୯୯୦ ଦଶକରେ ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଜଣ୍ଟି ବର୍ତ୍ତମାନ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ଫିଲ୍ଡିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ନୂଆ ଭୂମିକାକୁ ନେଇ ଜଣ୍ଟି ବେଶ୍‌ ରୋମାଞ୍ଚିତ ରହିଛନ୍ତି। ‘ମୋ ପରିବାର ସହିତ ସ୍ବିଡେନ ଯିବାକୁ ଏବଂ ସେଠାରେ କାମ କରିବାକୁ ଉତ୍ସାହିତ ରହିଛି। ଠିକ୍‌ ସମୟରେ ମୋତେ ଏହି ଦାୟିତ୍ୱ ମିଳିଛି’ ବୋଲି ଜଣ୍ଟି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଚମତ୍କାର ଫିଲ୍ଡିଂ ଲାଗି ପରିଚିତ ରୋଡ୍ସ ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟରେ ସେ ୨,୫୩୨ ଓ ଦିନିକିଆରେ ୫,୯୩୫ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର…

ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ୨୮।୨(ଅମିତାଭ ବେହେରା ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ ୭ ଜଣଙ୍କୁ…

ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା…

ସେନା ଅଧିକାରୀଙ୍କୁ କିମ ଜଙ୍ଗ ଉନ ଦେଲେ ନୂଆ ସ୍ନାଇପର ରାଇଫଲ, ସୁଟିଂ ରେଞ୍ଜକୁ ଲକ୍ଷ୍ୟ ଲଗାଇଲେ ଝିଅ

ପୋଙ୍ଗୟାଙ୍ଗ,୨୮।୨: ଶାସକ ୱାର୍କର୍ସ ପାର୍ଟିର ଏକ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଶେଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଦେଶର ଉଚ୍ଚ ପଦାଧିକାରୀଙ୍କୁ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

Holi 2026: ଏହି ଭୟଙ୍କର ଯୋଗରେ ପାଳିବେ ହୋଲି, ୪ରାଶି ହୋଇଯାଆନ୍ତୁ ସତର୍କ!

ହୋଲି ପର୍ୱକୁ ଅତ୍ୟନ୍ତ ପବିତ୍ର ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ବର୍ଷ, ମାର୍ଚ୍ଚ ୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ଏହି…

ପାକିସ୍ତାନ-ଆଫଗାନିସ୍ତାନ ଉତ୍ତେଜନା ମଧ୍ୟରେ ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ଓ୍ବାଶିଂଟନ,୨୮।୨: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଫେବୃଆରୀ ୨୨ରେ ଆଫଗାନିସ୍ତାନରେ ଥିବା କଥିତ ଟିଟିପି ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ଏହା ପରେ…

ଶିଳ୍ପ କରିଡ଼ର ପ୍ରତିଷ୍ଠା ଯୋଜନା ପ୍ରସ୍ତୁତ: ପ୍ରଭାବିତ ହେବ ଲୁଣା ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୨୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳରେ ଶିଳ୍ପ କରିଡ଼ର ପ୍ରତିଷ୍ଠା ଯୋଜନା ପ୍ରସ୍ତୁତ ହୋଇଛି। ସେଥିପାଇଁ ଶିଳ୍ପ ଉନ୍ନୟନ ନିଗମ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri