ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ମିଳିତ ଯୋଗଦାନ ଲୋଡ଼ା

ବରଗଡ,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ଯଦୁମଣି ଅଡିଟୋରିୟମ ପରିସରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମିନା, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ କହିଥିଲେ, ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ଜିଲା ପ୍ରଶାସନ ପ୍ରତିଶୃତିବଦ୍ଧ। ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ସରକାରଙ୍କ ତରଫରୁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ଏହାର ସୁଫଳ ନେବା ପାଇଁ ଜିଲାପାଳ ଗୋୟଲ କହିଥିଲେ। ଅନ୍ୟ ସମସ୍ତ ସମ୍ମାନିତ ଅତିଥିମାନେ ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବୋଲି ମତପ୍ରକାଶ କରିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତାହିର ହୁସେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସକାଳ ୮ଟା ୩୦ରେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟରୁ ଯଦୁମଣି ଅଡିଟୋରିୟମ ପର୍ଯ୍ୟନ୍ତ ଏକ ସଚେତନତା ରାଲି (ୱାକାଥନ୍‌) ଆୟୋଜନ କରାଯାଇଥିଲା। ଏହାପରେ ଅଡିଟୋରିୟମରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଭିନ୍ନକ୍ଷମ ଖେଳାଳି ତଥା ଭିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଚାଇନାର ବଡ଼ ନିଷ୍ପତ୍ତି, ଏହି ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଲା…

ବେଜିଂ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଉଭୟ ଦେଶ ବିରୁଦ୍ଧରେ ପ୍ରତିଶୋଧ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

ରୋହିତ ଶର୍ମା-ସ୍ତ୍ରୀ ରିତିକା ମଧ୍ୟରେ ପ୍ରବଳ ଝଗଡା: Video ନ ଦେଖିଲେ ସହଜେ କରିବେନି ବିଶ୍ୱାସ

ନୂଆଦିଲ୍ଲୀ,୧୦।୩: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ…

ଲକ୍ଷେ ଦେଇ ସ୍ତ୍ରୀକୁ ମାରିବାକୁ ସୁପାରୀ, ୩ଥର ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ…

ମୁମ୍ବାଇ,୧୦ା୩: ମହାରାଷ୍ଟ୍ରର ବୁଲଧାନା ଜିଲାରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କକୁ ଲଜ୍ଜିତ କରିଛି । ଜଣେ ଶିକ୍ଷକ ସ୍ୱାମୀ ତାଙ୍କ ନିଜ…

ଦେଶରେ ହେବନାହିଁ ଗ୍ୟାସର ଅଭାବ, ସରକାର ଲାଗୁକଲେ ECA, ଜାଣନ୍ତୁ କ’ଣ ଏହି ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଯୁଦ୍ଧ ଭାରତର ରୋଷେଇ ଘରର ଦ୍ୱାର ଠକ ଠକ କରୁଛି। ହର୍ମୁଜ ପ୍ରଣାଳୀ ବନ୍ଦ ହୋଇଯାଇଛି, ଏଲପିଜି ଟ୍ୟାଙ୍କର୍‌ ଫସି ରହିଛି, ଏବଂ…

ଜୋରଦାର ଚାଲିଛି ଦୈନିକ ବଜାର ଗୃହ ନିର୍ମାଣ କାର୍ଯ୍ୟ: ତୁରନ୍ତ ସାରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି…

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri