Posted inଖେଳ

ଜନ୍‌ ରିଡ୍‌ଙ୍କ ପରଲୋକ

ଅକ୍‌ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ୫୦ ଓ ୬୦ ଦଶକରେ ତାଙ୍କ ସମୟରେ ରିଡ୍‌ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହେଉଥିଲେ। ସେ ନ୍ୟୁଜିଲାଣ୍ଡ ପାଇଁ ୩୪ଟି ମ୍ୟାଚ୍‌ରେ ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାକତ୍ୱରେ ନ୍ୟୁଜିଲାଣ୍ଡ ବହୁ ଚର୍ଚ୍ଚିତ ପ୍ରଥମ ୩ଟି ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡରେ ସେ ତାଙ୍କ ସମୟରେ ଘରେ ଘରୋ ପରିଚିତ ଥିଲେ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ କହିଛନ୍ତି। ତେବେ ରିଡ୍‌ କିପର ପ୍ରାଣତ୍ୟାଗ କଲେ ସେ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କିଛି କୁହାଯାଇନାହିଁ। ବୋର୍ଡ ତରଫରୁ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି।
ଅକ୍‌ଲାଣ୍ଡରେ ଜନ୍ମିତ ଓ ଓ୍ବେଲିଂଟନରେ ଶିକ୍ଷାପ୍ରାପ୍ତ କରିଥିବା ରିଡ୍‌ ୨୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ୩୦ଟି ଶତକ ସହ ୪୧. ୩୫ ରନ ହାରରେ ସେ ୧୬, ୧୨୮ ରନ ସଂଗ୍ରହ କରିଛନ୍ତି। ସେହପରି ୨୨.୬୦ ରନ ହାରରେ ସେ ୪୬୬ଟି ଉଇକେଟ ହାସଲ କରିଛନ୍ତି। ହାର୍ଡ ହିଟିଂ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ଉଚ୍ଚକୋଟୀର ସିମ ବୋଲର ଥିଲେ। ୧୯୪୯ରେ ଡେବୁୃ୍ୟ କରିଥିବା ରିଡ୍‌ ୫୮ଟି ଟେଷ୍ଟ ଖେଳି ୩୩.୨୮ ରନ ହାରରେ ୩୪୨୮ ରନ ସଂଗ୍ରହ କରିଥିଲେ। ସେହିପରି ୩୩.୩୫ ରନ ହାରରେ ସେ ୮୫ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ସେ ୬ଟି ଟେଷ୍ଟ ଶତକ ମଧ୍ୟ ଅର୍ଜନ କରିଥିଲେ। ୧୯୬୫ରେ ସେ ଅବସର ନେଇଥିଲେ। ସେ ନ୍ୟୁଜିଲାଣ୍ଡ ଚୟନକର୍ତ୍ତା, ମ୍ୟାନେଜର ଓ ଆଇସିସି ମ୍ୟାଚ୍‌ ରେଫରି ରହିଥିଲେ। ତାଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri