Posted inଖେଳ

ଜନ୍‌ ରିଡ୍‌ଙ୍କ ପରଲୋକ

ଅକ୍‌ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ୫୦ ଓ ୬୦ ଦଶକରେ ତାଙ୍କ ସମୟରେ ରିଡ୍‌ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହେଉଥିଲେ। ସେ ନ୍ୟୁଜିଲାଣ୍ଡ ପାଇଁ ୩୪ଟି ମ୍ୟାଚ୍‌ରେ ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାକତ୍ୱରେ ନ୍ୟୁଜିଲାଣ୍ଡ ବହୁ ଚର୍ଚ୍ଚିତ ପ୍ରଥମ ୩ଟି ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡରେ ସେ ତାଙ୍କ ସମୟରେ ଘରେ ଘରୋ ପରିଚିତ ଥିଲେ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ କହିଛନ୍ତି। ତେବେ ରିଡ୍‌ କିପର ପ୍ରାଣତ୍ୟାଗ କଲେ ସେ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କିଛି କୁହାଯାଇନାହିଁ। ବୋର୍ଡ ତରଫରୁ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି।
ଅକ୍‌ଲାଣ୍ଡରେ ଜନ୍ମିତ ଓ ଓ୍ବେଲିଂଟନରେ ଶିକ୍ଷାପ୍ରାପ୍ତ କରିଥିବା ରିଡ୍‌ ୨୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ୩୦ଟି ଶତକ ସହ ୪୧. ୩୫ ରନ ହାରରେ ସେ ୧୬, ୧୨୮ ରନ ସଂଗ୍ରହ କରିଛନ୍ତି। ସେହପରି ୨୨.୬୦ ରନ ହାରରେ ସେ ୪୬୬ଟି ଉଇକେଟ ହାସଲ କରିଛନ୍ତି। ହାର୍ଡ ହିଟିଂ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଜଣେ ଉଚ୍ଚକୋଟୀର ସିମ ବୋଲର ଥିଲେ। ୧୯୪୯ରେ ଡେବୁୃ୍ୟ କରିଥିବା ରିଡ୍‌ ୫୮ଟି ଟେଷ୍ଟ ଖେଳି ୩୩.୨୮ ରନ ହାରରେ ୩୪୨୮ ରନ ସଂଗ୍ରହ କରିଥିଲେ। ସେହିପରି ୩୩.୩୫ ରନ ହାରରେ ସେ ୮୫ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ସେ ୬ଟି ଟେଷ୍ଟ ଶତକ ମଧ୍ୟ ଅର୍ଜନ କରିଥିଲେ। ୧୯୬୫ରେ ସେ ଅବସର ନେଇଥିଲେ। ସେ ନ୍ୟୁଜିଲାଣ୍ଡ ଚୟନକର୍ତ୍ତା, ମ୍ୟାନେଜର ଓ ଆଇସିସି ମ୍ୟାଚ୍‌ ରେଫରି ରହିଥିଲେ। ତାଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଜା ଗିରଫ

ଫୁଲବାଣୀ,୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଅଜା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ…

Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…

ନୂଆଦିଲ୍ଲୀ,୧।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର…

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri