Categories: ଖେଳ

ସିଡ୍‌ନୀ ଟେଷ୍ଟ: ଅଷ୍ଟ୍ରେଲିଆ ଦଳରେ ଓ୍ବାର୍ନର, ପୁକୋଭସ୍କି

ମେଲବୋର୍ନ, ୩୦।୧୨- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବନର୍‌ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କିଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟର ୪ ଇନିଂସରେ ବନର୍‌ସ ଗୋଟିଏ ମାତ୍ର ଅର୍ଦ୍ଧଶତକ ଛାଡ଼ିଦେଲେ ସେ ବିଫଳ ହୋଇଛନ୍ତି। ସିରିଜ୍‌ର ପ୍ରଥମ ଦୁଇ ଟେଷ୍ଟ ପରେ ଏବେ ବରାବର ସ୍ଥିତିରେ ରହିଛନ୍ତି ଦୁଇ ଦଳ। ଆହତ ସମସ୍ୟା ଯୋଗୁ ଓ୍ବାର୍ନର ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌। ଏଣୁ ଫର୍ମରେ ନ ଥିବା ବନର୍‌ସଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି।

ଓ୍ବାର୍ନର, ପୁକୋଭସ୍କି ଏବଂ ସିନ ଆବୋଟ ଗୁରୁବାର ଦଳରେ ଯୋଗ ଦେବେ । ଆହତ ସମସ୍ୟାରୁ ଆବୋଟ ସମ୍ପୂର୍ଣ୍ଣ ମୁକୁଳିଛନ୍ତି। ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ସିଡ୍‌ନୀରେ ଆରମ୍ଭ ହେବ। ଏହା ମଧ୍ୟରେ ଆହୁରି ୭ ଦିନ ସମୟ ଥିବାରୁ ଓ୍ବାର୍ନର ଓ ଆବୋଟ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରିବେ ।

ଅଷ୍ଟ୍ରେଲିଆ ଦଳ : ଟିମ୍‌ ପେନ୍‌ (ଅଧିନାୟକ), ଡେଭିଡ ଓ୍ବାର୍ନର, ସିନ ଆବୋଟ, ପ୍ୟାଟ୍‌ କୁମିନ୍ସ, କାମେରନ ଗ୍ରୀନ୍‌, ମାର୍ନସ ଲାବୁସ୍କାନ, ମାର୍କୁସ ହାରିସ, ଜୋଶ୍‌ ହାଜେଲ୍‌ଉଡ୍‌, ଟ୍ରାଭିସ ହେଡ୍‌, ମୋଇସେସ ହେନରିକ୍ସ, ନାଥାନ ଲିୟନ, ମିଚେଲ ନେସେର, ଜେମ୍ସ ପ୍ୟାଟିନସନ, ଓ୍ବିଲ୍‌ ପୁକୋଭସ୍କି, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ ଓ ମାଥ୍ୟୁ ଓ୍ବାଡେ।

Share