ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରି ମହାମାରୀ ଓ ସାମାଜିକ ତଥା ଅର୍ଥନୈତିକ ଦୁଃସ୍ଥିତି ସମୟରେ ଦେଶର ନେତୃତ୍ୱ ନେବାକୁ ଯାଉଛନ୍ତି।
ନିର୍ବାଚନ ଶେଷ ହେବାର ତିନିଦିନ ଅନିଶ୍ଚିତତା ପରେ ଫଳାଫଳ ସ୍ପଷ୍ଟ ହୋଇଛି। ସମୁଦାୟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଶନିବାର ଭାରତୀୟ ସମୟ ରାତି ୧୧ଟା ସୁଦ୍ଧା ଗଣତି ସରିଥିବା ୪୮୭ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ବାଇଡେନ୍‌ଙ୍କୁ ୨୭୩ ମିିଳିଥିବାବେଳେ ଟ୍ରମ୍ପ୍‌ଙ୍କୁ ୨୧୪ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେଠାରେ କୁହୁକ ନମ୍ବର ୨୭୦। ପେନ୍‌ସିଲଭାନିଆରୁ ବିଜୟୀ ହେବା ପରେ ବାଇଡେନଙ୍କ ସପକ୍ଷରେ ୨୭୩ ଭୋଟ ମିଳିଛି। ୭୭ ବର୍ଷୀୟ ବାଇଡେନ ଅଧିକ ୪୦ ଲକ୍ଷରୁ ପପୁଲାର ଭୋଟ ପାଇଥିବାବେଳେ ବାଲଟ ଗଣନା ଜାରି ରହିଥିବାରୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଭୋଟ ଗଣତିରେ ଜାଲିଆତି ହୋଇଥିବା ମିଥ୍ୟା ଅଭିଯୋଗ କରି ଟ୍ରମ୍ପ୍‌ କେତେକ ରାଜ୍ୟରେ ଗଣତି ପ୍ରକ୍ରିୟାକୁ ବିଳମ୍ବ କରିଥିଲେ। କିନ୍ତୁ ବାଇଡେନ୍‌ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଦ୍ୟମ କରିବା ସହ ଦେଶବ୍ୟାପୀ ଦେଖାଦେଇଥିବା ବିଶୃଙ୍ଖଳାକୁ ପ୍ରଶମିତ କରିବାରେ ସଫଳ ହୋଇଛନ୍ତି। ବିଜୟୀ ପ୍ରାର୍ଥୀ ଭାବେ ଶନିବାର ତାଙ୍କୁ ଦର୍ଶାଯିବା ପରେ ଦେଶର ରାଜନୀତିର ଉଦ୍ଦେଶ୍ୟକୁ ବୁଝିବା ଦରକାର ବୋଲି ସେ କହିଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ ଦେବା ସହ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବା ପାଇଁ ବାଇଡେନ୍‌ ଆହ୍ବାନ ଦେଇଛନ୍ତି।
ଆମେରିକା ନିର୍ବାଚନରେ ଚଳିତ ଥର ଆଉ ଏକ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଅଣଶ୍ୱେତାଙ୍ଗ ତଥା ଭାରତୀୟ ବଂଶୋଦ୍ଭବ ମହିଳା ଭାବେ କମଲା ହାରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରି ଟ୍ରମ୍ପ୍‌ ରାଷ୍ଟ୍ରପତି ହେବାର ୪ ବର୍ଷ ପରେ କାଲିଫର୍ନିଆ ସିନେଟର କମଲା ସରକାରରେ ସର୍ବୋଚ୍ଚ ପଦବୀରେ ଆସୀନ ହେବାରେ ନିଜର ସ୍ଥିତି ଜାହିର କରିଛନ୍ତି। ୧୯୯୨ରେ ରିପବ୍ଲିକାନ୍‌ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରେ ରାଷ୍ଟ୍ରପତି ଥାଇ ପୁନଃନିର୍ବାଚନ ହାରିବାରେ ଟ୍ରମ୍ପ୍‌ ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri