ଏହି ରାଷ୍ଟ୍ରପତିଙ୍କ ମଜାକ୍‌ ଉଡ଼ାଉଥିଲେ ସାଙ୍ଗମାନେ, କାରଣ…

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ଆଜି ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି କାର୍ଯ୍ୟକ୍ରମ ରାତି ସାଢ଼େ ୧୦ ଟାରେ ହେବ। ଏହି ଅବସରରେ ଜୋ ବାଇଡେନ ରାଷ୍ଟ୍ରପତି ଏବଂ କମଲା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଟ୍ରମ୍ପଙ୍କୁ ହରାଇ ହ୍ବାଇସ୍‌ ହାଉସ୍‌ରେ ନିଜ ପାଇଁ ସ୍ଥାନ ତିଆରି କରିପାରିଥିବା ବାଇଡେନ ଆମେରିକା ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବୟସ୍କ ରାଷ୍ଟ୍ରପତି ହୋଇପାରିଛନ୍ତି।
ଜୋସେଫ ରବିନେଟ୍‌ ବାଇଡେନ ଓରଫ୍‌ ଜୋ ବାଇଡେନ ୧୯୪୨ ମସିହାରେ ପେନସିଲଭାନିଆର ସ୍କ୍ରେଣ୍ଟନରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ଡେଲାଓ୍ବେର ଚାଲିଯାଇଥିଲେ। ଯେତେବେଳେ ସେ ୧୦ ବର୍ଷର ହୋଇଥିଲେ ସ୍କୁଲରେ ପିଲାମାନେ ତାଙ୍କୁ ଚିଡ଼ାଉଥିଲେ। କାରଣ କଥା ହେଲାବେଳେ ତାଙ୍କର ପାଟି ଲାଗୁଥିଲା। ହାଇସ୍କୁଲରେ ସେ ଫୁଟବଲ ମଧ୍ୟ ଦେଳୁଥିଲେ। ୧୯୬୦ରେ ସେ ଏପରି ଖେଳୁଥିଲେ ଯେ, ଯେଉଁ ଟିମ୍‌ରେ ରହୁଥିଲେ ଉକ୍ତ ଟିମ୍‌ ଆଦୌ ହେଲେ ହାରୁ ନ ଥିଲା। ବାଇଡେନ୍‌ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଓକିଲ ଭାବେ କାମ କରୁଥିଲେ। ଲ’ ପାଠପଢ଼ା ଶେଷ ହେବାପରେ ସେ ଭିଏତନାମା ଯୁଦ୍ଧରେ ସେବା କରିବାକୁ ଯାଇଥିଲେ। ମାତ୍ର ଆଜ୍‌ମା କାରଣରୁ ସେ ମେଡିକାଲ ଟେଷ୍ଟରେ ଫେଲ୍‌ ହୋଇଯାଇଥିଲେ। ୧୯୭୨ରେ ବାଇଡେନ୍‌ଙ୍କ ପୂର୍ବତନ ସ୍ତ୍ରୀ ଓଆମି ଏବଂ ୧ବର୍ଷର ଝିଅଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କର ଅନ୍ୟ ୨ ଝିଅ ମଧ୍ୟ ଉକ୍ତ କାରରେ ଥିଲେ। ମାତ୍ର ସେ ବଞ୍ଚିଯାଇଥିଲେ। ୨୦୧୫ରେ ତାଙ୍କର ବଡ଼ ପୁଅର ବ୍ରେନ୍‌କ୍ୟାନ୍ସରରେ ମୃତ୍ୟୁ ଘଟିଥିଲା। ଖୁବ୍‌ କମ୍‌ ଲୋକେ ଜାଣିଥିବେ ଯେ ବାଇଡେନ୍‌ ଆଇସ୍‌କ୍ରିମ୍‌ ଖାଇବାକୁ ବହୁତ ଭଲପାଆନ୍ତି। ଏକଦା ସେ କହିଥିଲେ, ମୋ ନାଁ ଜୋ ବାଇଡେନ୍‌, ମୁଁ ଆଇସ୍‌କ୍ରିମ୍‌ ଖାବିକାକୁ ବହୁତ ଭଲପାଏ। ଆହୁରି ମଧ୍ୟ କହିଥିଲେ, ମୁଁ ମଦ ପିଏ ନାହିଁ, ସିଗାରେଟ୍‌ ପିଲ ନାହିଁ ମାତ୍ର ବହୁତ ଆଇସକ୍ରିମ୍‌ ଖାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri