ପଢ଼ା ସହ ଜବ୍‌

ପାଠପଢ଼ା ପରେ ଭଲ ଜବ୍‌ଟିଏ ପାଇବାର ଲକ୍ଷ୍ୟ କାହାର ବା ନ ଥାଏ! ହେଲେ କେବେ ଜଣେ ଭଲ ଶିକ୍ଷାର୍ଥୀକୁ ସଫଳ ହେବାରେ ଅର୍ଥ ବାଧକ ସାଜେ ତ ଆଉ କେବେ କାହାକୁ ଅଭିଜ୍ଞତା ଅଭାବରୁ ନିରାଶ ହେବାକୁ ପଡ଼େ। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ଯୁବତୀଯୁବକଙ୍କ ଲାଗି ଉପଲବ୍ଧ ଥିବା ପାର୍ଟ-ଟାଇମ୍‌ ଜବ୍‌ର ସୁଯୋଗ ଏଭଳି ସମସ୍ୟା ସମାଧାନରେ ବେଶ୍‌ ସହାୟକ ହୋଇପାରୁଛି…

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ପାଠପଢ଼ା ସହ ପାର୍ଟ-ଟାଇମ୍‌ ଜବ୍‌ କରିବାର ସୁଯୋଗ ରହିଛି। ଅଧିକାଂଶ ଯୁବପିଢ଼ି ଏହାର ଭରପୂର ସୁଯୋଗ ମଧ୍ୟ ନେଉଛନ୍ତି। ଏହାଦ୍ୱାରା କେହି କେହି ନିଜ ରୋଜଗାରରେ ବାହାରେ ରହିବା, ଖାଇବା ସହ ହାୟରଷ୍ଟଡି ଖର୍ଚ୍ଚ ତୁଲାଇବାରେ ସକ୍ଷମ ହୋଇପାରୁଥିବା ବେଳେ ଆଉ କେହି ଏଥିରୁ ଅଭିଜ୍ଞତା ସାଉଣ୍ଟି ନିଜ କ୍ୟାରିୟରରେ ସଫଳତା ହାସଲ କରିବାର ମାର୍ଗକୁ ସୁଦୃଢ଼ କରିପାରୁଛନ୍ତି…
ଟାଇମ୍‌ ମ୍ୟାନେଜ୍‌ମେଣ୍ଟ: ସମୟର ସଦୁପଯୋଗ କରିବା କଳା ଶିଖିଥିବା ଯୁବପିଢ଼ିଙ୍କ ପାଇଁ ଭବିଷ୍ୟତରେ ସଫଳତା ହାସଲ କରିବାର ମାର୍ଗ ଅଧିକ ସହଜ ଓ ସରଳ ହୋଇଯାଏ। ପାର୍ଟ-ଟାଇମ୍‌ ଜବ୍‌ କରିବା ଦ୍ବାରା ପାଠପଢ଼ା ଏବଂ ଜବ୍‌ ଉଭୟ ମଧ୍ୟରେ ସମନ୍ବୟ ରଖି ଅନ୍ୟାନ୍ୟ କାର୍ଯ୍ୟ ଲାଗି ସମୟ ବାହାର କରିବାକୁ ହୋଇଥାଏ। ଫଳରେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କଳା ବୃଦ୍ଧି ପାଇଥାଏ, ଯାହାକି ଭବିଷ୍ୟତରେ ବେଶ୍‌ କାମରେ ଆସିଥାଏ।
ମିଳେ ରୋଜଗାରକ୍ଷମ ହେବାର ଆନନ୍ଦ: ପାଠପଢ଼ା ସହ ପାର୍ଟ-ଟାଇମ୍‌ ଜବ୍‌ କରିବା ଦ୍ୱାରା ଅର୍ଥ ରୋଜଗାର କରିବା ଦ୍ୱାରା ପରିବାର ଉପରେ ନିର୍ଭର ନ କରି ପଢ଼ାଠାରୁ ଆରମ୍ଭ କରି ନିଜର ବିଭିନ୍ନ ଖର୍ଚ୍ଚ ନିଜେ ତୁଲାଇବା ସହଜ ହୋଇଥାଏ, ଯାହାକି ଆତ୍ମସନ୍ତୋଷ ଦେବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଏଥିରୁ କିଛି ଭବିଷ୍ୟତ ପାଇଁ ସଞ୍ଚୟ କରିବା ଏବଂ ଆବଶ୍ୟକ ସ୍ଥଳେ ପରିବାରକୁ ସାହାଯ୍ୟ କରିବାର ଆନନ୍ଦ ମଧ୍ୟ ମିଳିଥାଏ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ଟ-ଟାଇମ୍‌ ଜବ୍‌ କରି ଅର୍ଥ ରୋଜଗାର କରିବା ନିଶାରେ ଆବଶ୍ୟକତାଠାରୁ ଅଧିକ ସମୟ କାମ କରିବା ବି ଠିକ୍‌ ନୁହେଁ। କାରଣ ଏହାଦ୍ବାରା ଖାଇବା ଏବଂ ଶୋଇବାରେ ଅବହେଳା ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ବି ରହିଛି।
ବୃଦ୍ଧି ପାଏ ଏକ୍ସପେରିଏନ୍ସ: ଜଣେ ଫ୍ରେଶର ଅପେକ୍ଷା ଏକ୍ସପେରିଏନ୍ସ ଥିବା ଏମ୍ପ୍ଲୋୟୀଙ୍କୁ ସବୁ କାର୍ଯ୍ୟାଳୟରେ ପ୍ରାଥମିକତା ଦିଆଯାଇଥାଏ। ତେଣୁ ପଢ଼ା ପରେ ଜବ୍‌ କରିବା ଅପେକ୍ଷା ଅନେକେ ବର୍ତ୍ତମାନ ପଢ଼ା ସହ ନିଜର ଫାଙ୍କା ସମୟକୁ ସଦୁପଯୋଗ କରି ବିଭିନ୍ନ ପାର୍ଟ-ଟାଇମ୍‌ ଜବ୍‌ କରୁଛନ୍ତି। ଏହାଦ୍ୱାରା ପଢ଼ା ସରିବା ବେଳକୁ ଅଭିଜ୍ଞତା ସହ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରୁଛି। ତେଣୁ ନିଜ ପଢ଼ା ସହିତ ପାର୍ଟ-ଟାଇମ୍‌ ଜବ୍‌ ସୁଯୋଗ ମିଳିଲେ ହାତଛଡ଼ା ନ କରି ଏହାର ସଦୁପଯୋଗ କରନ୍ତୁ। କାରଣ ଏଥିରୁ ମିଳୁଥିବା ଜ୍ଞାନ ଏବଂ ଏକ୍ସପେରିଏନ୍ସ ସାର୍ଟିଫିକେଟ୍‌ ପରବର୍ତ୍ତୀ ସମୟରେ ବେଶ୍‌ କାମରେ ଆସିବ। ହେଲେ ମନେରଖନ୍ତୁ ପାର୍ଟ-ଟାଇମ୍‌ ଜବ୍‌ କରି ଅଧିକ ଏକ୍ସପେରିଏନ୍ସ ପାଇବା ଆଳରେ ଆବଶ୍ୟକତାଠାରୁ ଅଧିକ ସମୟ କାମ କରିବା ବି ଠିକ୍‌ ନୁହେଁ। କାରଣ ଏହାଦ୍ବାରା ପାଠପଢ଼ା ବ୍ୟାହତ ହୋଇପାରେ, ଯାହାକି ଭବିଷ୍ୟତରେ କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
କାମରେ ଆସେ ପ୍ରାକ୍ଟିକାଲ ଜ୍ଞାନ: ପ୍ରାକ୍ଟିକାଲ ଜ୍ଞାନ କର୍ମକ୍ଷେତ୍ରରେ ସବୁଠୁ ଅଧିକ କାମରେ ଆସିଥାଏ। କାରଣ ଅନେକ ସମୟରେ ଦେଖାଯାଏ ପାଠପଢ଼ାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ର କର୍ମକ୍ଷେତ୍ରରେ ବିଫଳ ହେଉଥିବା ବେଳେ ତାଙ୍କଠୁ କମ୍‌ ନମ୍ବର ରଖିଥିବା ଛାତ୍ରୀଛାତ୍ର କର୍ମକ୍ଷେତ୍ରରେ ଖୁବ୍‌ ଆଗକୁ ବଢ଼ିଯାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି ପ୍ରାକ୍ଟିକାଲ୍‌ ଜ୍ଞାନର ଅଭାବ। ତେଣୁ ପାଠପଢ଼ାକୁ କାମରେ ଲଗାଇବା କୌଶଳ ଜାଣିବା ଦରକାର। ବର୍ତ୍ତମାନ ଏଥିପାଇଁ ପାର୍ଟ-ଟାଇମ୍‌ ଜବ୍‌ ଅନେକଙ୍କୁ ବେଶ୍‌ ସହାୟକ ହୋଇପାରୁଛି। ତା’ଛଡା ପାର୍ଟ-ଟାଇମ୍‌ ଜବ୍‌ ସର୍ବଦା ନିଜ ଫିଲ୍ଡରେ ହିଁ ଯେ ମିଳିବ ତାହା ସମ୍ଭବ ନୁହେଁ। ତେଣୁ ଅଧିକାଂଶ ଯୁବତୀଯୁବକ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ କରି ନିଜର ରୁଚି ଥିବା କ୍ଷେତ୍ରରେ ଜବ୍‌ କରିଥା’ନ୍ତି, ଯଦ୍ଦ୍ବାରା ସେମାନଙ୍କଠାରେ ଏକାଧିକ କ୍ଷେତ୍ରରେ ଅଭିଜ୍ଞତା ବୃଦ୍ଧି ପାଇଥାଏ। ଫଳରେ ସେମାନେ ପଢ଼ା ସମୟରୁ ହିଁ ଏକାଧିକ କାର୍ଯ୍ୟଶୈଳୀ ବିଷୟରେ ଜ୍ଞାନ ଆହରଣ କରିପାରୁଛନ୍ତି ଏବଂ ଯଥା ସମୟରେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ସଫଳ ହୋଇପାରୁଛନ୍ତି।
ମିଳେ ଭଲ ଜବ୍‌ର ସୁଯୋଗ: ପାର୍ଟ-ଟାଇମ୍‌ ଜବ୍‌ ଯେ କେବଳ ରୋଜଗାର କରିବା ଏବଂ ଅଭିଜ୍ଞତା ବଢ଼ାଇବାରେ ସାହାଯ୍ୟ କରେ ତା’ ନୁହେଁ, ବରଂ ଏହାଦ୍ବାରା କେବେକେବେ ଉକ୍ତ ସଂସ୍ଥାକୁ ଆପଣଙ୍କ କାର୍ଯ୍ୟ ପସନ୍ଦ ଆସୁଥିଲେ ସେଠାରେ ହିଁ ଭଲ ଜବ୍‌ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତା’ଛଡ଼ା ପାଠପଢ଼ା ସାରି ଜବ୍‌ କରିବା ଦ୍ବାରା ସମ୍ପୂର୍ଣ୍ଣ ଏକ ନୂଆ ଦୁନିଆରେ କାର୍ଯ୍ୟ କରିବା ବେଳେ ଅନେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ପୂର୍ବରୁ ଯେଉଁମାନେ ପାର୍ଟ-ଟାଇମ୍‌ ଜବ୍‌ କରିଥା’ନ୍ତି, ସେମାନଙ୍କଠାରେ କିଛି ଲୋକସମ୍ପର୍କ ବଢ଼ିବା ସହ ଅଭିଜ୍ଞତା ଥିବାରୁ ଭବିଷ୍ୟତରେ ଅନ୍ୟ ସ୍ଥାନରେ ଜବ୍‌ ମିଳିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri