ପଢ଼ା ସହ ଜବ୍‌

ପାଠପଢ଼ା ପରେ ଭଲ ଜବ୍‌ଟିଏ ପାଇବାର ଲକ୍ଷ୍ୟ କାହାର ବା ନ ଥାଏ! ହେଲେ କେବେ ଜଣେ ଭଲ ଶିକ୍ଷାର୍ଥୀକୁ ସଫଳ ହେବାରେ ଅର୍ଥ ବାଧକ ସାଜେ ତ ଆଉ କେବେ କାହାକୁ ଅଭିଜ୍ଞତା ଅଭାବରୁ ନିରାଶ ହେବାକୁ ପଡ଼େ। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ଯୁବତୀଯୁବକଙ୍କ ଲାଗି ଉପଲବ୍ଧ ଥିବା ପାର୍ଟ-ଟାଇମ୍‌ ଜବ୍‌ର ସୁଯୋଗ ଏଭଳି ସମସ୍ୟା ସମାଧାନରେ ବେଶ୍‌ ସହାୟକ ହୋଇପାରୁଛି…

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ପାଠପଢ଼ା ସହ ପାର୍ଟ-ଟାଇମ୍‌ ଜବ୍‌ କରିବାର ସୁଯୋଗ ରହିଛି। ଅଧିକାଂଶ ଯୁବପିଢ଼ି ଏହାର ଭରପୂର ସୁଯୋଗ ମଧ୍ୟ ନେଉଛନ୍ତି। ଏହାଦ୍ୱାରା କେହି କେହି ନିଜ ରୋଜଗାରରେ ବାହାରେ ରହିବା, ଖାଇବା ସହ ହାୟରଷ୍ଟଡି ଖର୍ଚ୍ଚ ତୁଲାଇବାରେ ସକ୍ଷମ ହୋଇପାରୁଥିବା ବେଳେ ଆଉ କେହି ଏଥିରୁ ଅଭିଜ୍ଞତା ସାଉଣ୍ଟି ନିଜ କ୍ୟାରିୟରରେ ସଫଳତା ହାସଲ କରିବାର ମାର୍ଗକୁ ସୁଦୃଢ଼ କରିପାରୁଛନ୍ତି…
ଟାଇମ୍‌ ମ୍ୟାନେଜ୍‌ମେଣ୍ଟ: ସମୟର ସଦୁପଯୋଗ କରିବା କଳା ଶିଖିଥିବା ଯୁବପିଢ଼ିଙ୍କ ପାଇଁ ଭବିଷ୍ୟତରେ ସଫଳତା ହାସଲ କରିବାର ମାର୍ଗ ଅଧିକ ସହଜ ଓ ସରଳ ହୋଇଯାଏ। ପାର୍ଟ-ଟାଇମ୍‌ ଜବ୍‌ କରିବା ଦ୍ବାରା ପାଠପଢ଼ା ଏବଂ ଜବ୍‌ ଉଭୟ ମଧ୍ୟରେ ସମନ୍ବୟ ରଖି ଅନ୍ୟାନ୍ୟ କାର୍ଯ୍ୟ ଲାଗି ସମୟ ବାହାର କରିବାକୁ ହୋଇଥାଏ। ଫଳରେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କଳା ବୃଦ୍ଧି ପାଇଥାଏ, ଯାହାକି ଭବିଷ୍ୟତରେ ବେଶ୍‌ କାମରେ ଆସିଥାଏ।
ମିଳେ ରୋଜଗାରକ୍ଷମ ହେବାର ଆନନ୍ଦ: ପାଠପଢ଼ା ସହ ପାର୍ଟ-ଟାଇମ୍‌ ଜବ୍‌ କରିବା ଦ୍ୱାରା ଅର୍ଥ ରୋଜଗାର କରିବା ଦ୍ୱାରା ପରିବାର ଉପରେ ନିର୍ଭର ନ କରି ପଢ଼ାଠାରୁ ଆରମ୍ଭ କରି ନିଜର ବିଭିନ୍ନ ଖର୍ଚ୍ଚ ନିଜେ ତୁଲାଇବା ସହଜ ହୋଇଥାଏ, ଯାହାକି ଆତ୍ମସନ୍ତୋଷ ଦେବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଏଥିରୁ କିଛି ଭବିଷ୍ୟତ ପାଇଁ ସଞ୍ଚୟ କରିବା ଏବଂ ଆବଶ୍ୟକ ସ୍ଥଳେ ପରିବାରକୁ ସାହାଯ୍ୟ କରିବାର ଆନନ୍ଦ ମଧ୍ୟ ମିଳିଥାଏ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ଟ-ଟାଇମ୍‌ ଜବ୍‌ କରି ଅର୍ଥ ରୋଜଗାର କରିବା ନିଶାରେ ଆବଶ୍ୟକତାଠାରୁ ଅଧିକ ସମୟ କାମ କରିବା ବି ଠିକ୍‌ ନୁହେଁ। କାରଣ ଏହାଦ୍ବାରା ଖାଇବା ଏବଂ ଶୋଇବାରେ ଅବହେଳା ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ବି ରହିଛି।
ବୃଦ୍ଧି ପାଏ ଏକ୍ସପେରିଏନ୍ସ: ଜଣେ ଫ୍ରେଶର ଅପେକ୍ଷା ଏକ୍ସପେରିଏନ୍ସ ଥିବା ଏମ୍ପ୍ଲୋୟୀଙ୍କୁ ସବୁ କାର୍ଯ୍ୟାଳୟରେ ପ୍ରାଥମିକତା ଦିଆଯାଇଥାଏ। ତେଣୁ ପଢ଼ା ପରେ ଜବ୍‌ କରିବା ଅପେକ୍ଷା ଅନେକେ ବର୍ତ୍ତମାନ ପଢ଼ା ସହ ନିଜର ଫାଙ୍କା ସମୟକୁ ସଦୁପଯୋଗ କରି ବିଭିନ୍ନ ପାର୍ଟ-ଟାଇମ୍‌ ଜବ୍‌ କରୁଛନ୍ତି। ଏହାଦ୍ୱାରା ପଢ଼ା ସରିବା ବେଳକୁ ଅଭିଜ୍ଞତା ସହ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରୁଛି। ତେଣୁ ନିଜ ପଢ଼ା ସହିତ ପାର୍ଟ-ଟାଇମ୍‌ ଜବ୍‌ ସୁଯୋଗ ମିଳିଲେ ହାତଛଡ଼ା ନ କରି ଏହାର ସଦୁପଯୋଗ କରନ୍ତୁ। କାରଣ ଏଥିରୁ ମିଳୁଥିବା ଜ୍ଞାନ ଏବଂ ଏକ୍ସପେରିଏନ୍ସ ସାର୍ଟିଫିକେଟ୍‌ ପରବର୍ତ୍ତୀ ସମୟରେ ବେଶ୍‌ କାମରେ ଆସିବ। ହେଲେ ମନେରଖନ୍ତୁ ପାର୍ଟ-ଟାଇମ୍‌ ଜବ୍‌ କରି ଅଧିକ ଏକ୍ସପେରିଏନ୍ସ ପାଇବା ଆଳରେ ଆବଶ୍ୟକତାଠାରୁ ଅଧିକ ସମୟ କାମ କରିବା ବି ଠିକ୍‌ ନୁହେଁ। କାରଣ ଏହାଦ୍ବାରା ପାଠପଢ଼ା ବ୍ୟାହତ ହୋଇପାରେ, ଯାହାକି ଭବିଷ୍ୟତରେ କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
କାମରେ ଆସେ ପ୍ରାକ୍ଟିକାଲ ଜ୍ଞାନ: ପ୍ରାକ୍ଟିକାଲ ଜ୍ଞାନ କର୍ମକ୍ଷେତ୍ରରେ ସବୁଠୁ ଅଧିକ କାମରେ ଆସିଥାଏ। କାରଣ ଅନେକ ସମୟରେ ଦେଖାଯାଏ ପାଠପଢ଼ାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ର କର୍ମକ୍ଷେତ୍ରରେ ବିଫଳ ହେଉଥିବା ବେଳେ ତାଙ୍କଠୁ କମ୍‌ ନମ୍ବର ରଖିଥିବା ଛାତ୍ରୀଛାତ୍ର କର୍ମକ୍ଷେତ୍ରରେ ଖୁବ୍‌ ଆଗକୁ ବଢ଼ିଯାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି ପ୍ରାକ୍ଟିକାଲ୍‌ ଜ୍ଞାନର ଅଭାବ। ତେଣୁ ପାଠପଢ଼ାକୁ କାମରେ ଲଗାଇବା କୌଶଳ ଜାଣିବା ଦରକାର। ବର୍ତ୍ତମାନ ଏଥିପାଇଁ ପାର୍ଟ-ଟାଇମ୍‌ ଜବ୍‌ ଅନେକଙ୍କୁ ବେଶ୍‌ ସହାୟକ ହୋଇପାରୁଛି। ତା’ଛଡା ପାର୍ଟ-ଟାଇମ୍‌ ଜବ୍‌ ସର୍ବଦା ନିଜ ଫିଲ୍ଡରେ ହିଁ ଯେ ମିଳିବ ତାହା ସମ୍ଭବ ନୁହେଁ। ତେଣୁ ଅଧିକାଂଶ ଯୁବତୀଯୁବକ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ କରି ନିଜର ରୁଚି ଥିବା କ୍ଷେତ୍ରରେ ଜବ୍‌ କରିଥା’ନ୍ତି, ଯଦ୍ଦ୍ବାରା ସେମାନଙ୍କଠାରେ ଏକାଧିକ କ୍ଷେତ୍ରରେ ଅଭିଜ୍ଞତା ବୃଦ୍ଧି ପାଇଥାଏ। ଫଳରେ ସେମାନେ ପଢ଼ା ସମୟରୁ ହିଁ ଏକାଧିକ କାର୍ଯ୍ୟଶୈଳୀ ବିଷୟରେ ଜ୍ଞାନ ଆହରଣ କରିପାରୁଛନ୍ତି ଏବଂ ଯଥା ସମୟରେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ସଫଳ ହୋଇପାରୁଛନ୍ତି।
ମିଳେ ଭଲ ଜବ୍‌ର ସୁଯୋଗ: ପାର୍ଟ-ଟାଇମ୍‌ ଜବ୍‌ ଯେ କେବଳ ରୋଜଗାର କରିବା ଏବଂ ଅଭିଜ୍ଞତା ବଢ଼ାଇବାରେ ସାହାଯ୍ୟ କରେ ତା’ ନୁହେଁ, ବରଂ ଏହାଦ୍ବାରା କେବେକେବେ ଉକ୍ତ ସଂସ୍ଥାକୁ ଆପଣଙ୍କ କାର୍ଯ୍ୟ ପସନ୍ଦ ଆସୁଥିଲେ ସେଠାରେ ହିଁ ଭଲ ଜବ୍‌ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତା’ଛଡ଼ା ପାଠପଢ଼ା ସାରି ଜବ୍‌ କରିବା ଦ୍ବାରା ସମ୍ପୂର୍ଣ୍ଣ ଏକ ନୂଆ ଦୁନିଆରେ କାର୍ଯ୍ୟ କରିବା ବେଳେ ଅନେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ପୂର୍ବରୁ ଯେଉଁମାନେ ପାର୍ଟ-ଟାଇମ୍‌ ଜବ୍‌ କରିଥା’ନ୍ତି, ସେମାନଙ୍କଠାରେ କିଛି ଲୋକସମ୍ପର୍କ ବଢ଼ିବା ସହ ଅଭିଜ୍ଞତା ଥିବାରୁ ଭବିଷ୍ୟତରେ ଅନ୍ୟ ସ୍ଥାନରେ ଜବ୍‌ ମିଳିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri