ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତ୍ରୀ, ଦୀର୍ଘଦିନ ପରେ ପୁଣି ଦେଖାଇଲେ ମୁହଁ

ମୁମ୍ବାଇ: ୨୦୧୯ରେ ଦକ୍ଷିଣର ଜଣେ ଝିଅ ସ୍କୁଲ ଡ୍ରେସ୍‌ରେ ଥାଇ ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ। ତାଙ୍କୁ ଲୋକେ ‘ଓ୍ବିଙ୍କ୍‌ ଗର୍ଲ’ ଭାବେ ଜାଣନ୍ତି। ଯିଏ କି ତାଙ୍କ ଆକର୍ଷଣୀୟ ଶୈଳୀ ସହିତ ରାତାରାତି ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଥିଲେ। ଏହି ମାଲାୟଲମ ଅଭିନେତ୍ରୀ, କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ‘ଓ୍ବିଙ୍କ୍‌ ଗର୍ଲ’ ଭାବରେ ଜଣାଶୁଣା। ତାଙ୍କ ଫଟୋ ଶେୟାର କରି ସୋସିଆଲ ମିଡିଆ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଅଭିନେତ୍ରୀ ବେଳେବେଳେ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ପ୍ରଦର୍ଶନ କରନ୍ତି, କେବେ ପାରମ୍ପରିକ, ବେଳେବେଳେ ଗୀତ ଗାଇ, ଡ୍ୟାନ୍ସ କରି ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ଆଜିକାଲି ସେ ବିଭିନ୍ନ ଫଟୋଶୁଟ୍‌ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ପ୍ରିୟା ପ୍ରକାଶ ଏବେ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ସେ ନିଜେ ଏ ବିଷୟରେ ଫଟୋ ଶେୟାର କରି ଜଣାଇଛନ୍ତି। ୨୩ ବର୍ଷ ବୟସରେ ପ୍ରିୟା ପ୍ରକାଶ ବହୁତ ପରିବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଚେହେରା ଦିନକୁ ଦିନ ଉଜ୍ଜ୍ୱଳ ହେବାରେ ଲାଗିଛି। ଇଣ୍ଟରନେଟ ସେନ୍ସେସନ୍‌ ହେବା ପରେ ପ୍ରିୟା ବହୁତ କାମ କରିଛନ୍ତି।

ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ‘ଶ୍ରୀଦେବୀ ବଙ୍ଗଳା’ରେ ନଜର ଆସିବେ। ଯାହା ମାଧ୍ୟମରେ ସେ ହିନ୍ଦୀ ଡେବ୍ୟୁ କରିବାକୁ ଯାଉଛନ୍ତି। ଯାହାର କିଛି ଅଂଶ ଶୁଟ୍‌ ହୋଇଥିଲେ ହେଁ ଅନ୍ୟ ଦୃଶ୍ୟଗୁଡ଼ିକ ଶୁଟିଂ ହେବାରେ ବିଳମ୍ବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?