ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି: ଶିକ୍ଷକଙ୍କ ବିରୋଧରେ ମାମଲା

ପାଟଣା, ୨।୬( ସ୍ବ. ପ୍ର.): ଚାକିରିରେ ଜାଲ ବିଏଡ୍‌ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇ ଥିବା ଜଣେ ପ୍ରଧାନଶିକ୍ଷକଙ୍କୁ ହରଡ଼ଘଣାରେ ପଡିବାକୁ ପଡିଛି। ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଶିକ୍ଷକ ହେଲେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା। ଏନେଇ ରବିବାର ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ମଦନ ମୋହନ ନାଏକ କହିଛନ୍ତି। ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ଅବସର ଗ୍ରହଣ କରିବାକୁ ମାତ୍ର ୨ ମାସ ଥିବା ବେଳେ ଜାଲ ସାର୍ଟିଫିକେଟ ଦେଇ ସରକାରୀ ଚାକିରୀ ହାତେଇ ଏବେ ହଟହଟା ହେଉଥିବା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକ ନିଯୁକ୍ତି ସମୟରେ ସାର୍ଟିଫିକେଟକୁ ଠିକ ଭାବେ ଅଧିକାରୀ ମାନେ ଯାଞ୍ଚ କରୁ ନଥିବା , ସମ୍ପୃକ୍ତ ମହାଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଙ୍କୁ ପ୍ରମାଣ ପତ୍ର ପଠାଇ ଯାଞ୍ଚ ନ କରି ନିଯୁକ୍ତି ଦେଉଥିବାରୁ ଶିକ୍ଷା ବିଭାଗ ଠକାମୀର ଶିକାର ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri